Jayanarayan Mishra
ବିଜେପୁର ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ଅତିରିକ୍ତ ସ୍ଵତନ୍ତ୍ର ଏଡିଜେ-୩ କୋର୍ଟରେ ହଜାର ହେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ୧୨ଜଣ ଅଭିଯୁକ୍ତ। ଏଥିସହ ଜୟନାରାୟଣ ମିଶ୍ର ଏବଂ ଅନ୍ୟ ୧୧ଜଣ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହଜାର ହୋଇ ଜାମିନ ନେଇଛନ୍ତି।
ଜେଏମ୍ଏଫ୍ସି ସୋହେଲା କୋର୍ଟରୁ ମାମଲାଟି ସ୍ଵତନ୍ତ୍ର କୋର୍ଟକୁ ସ୍ଥାନାନ୍ତରିତ ହୋଇଛି। ପୂର୍ବରୁ ଜେଏମ୍ଏଫ୍ସି ସୋହେଲା କୋର୍ଟରୁ ମଧ୍ୟ ଜୟନାରାୟଣ ଜାମିନ ପାଇଥିଲେ। ତଳ କୋର୍ଟରେ ଯାହା ସର୍ତ୍ତ ରହିଥିଲା ସେହି ସର୍ତ୍ତ କାୟମ ରଖିଛନ୍ତି ଭୁବନେଶ୍ୱର ଏଡିଜେ ସ୍ଵତନ୍ତ୍ର କୋର୍ଟ।
କୋର୍ଟଙ୍କ ନିର୍ଦ୍ଦେଶ ରହିଛି ଯେ, ଜୟନାରାୟଣ ରାଜ୍ୟ ବାହାରକୁ ଗଲେ କୋର୍ଟକୁ ଜଣାଇବେ। ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ କୌଣସି ମାମଲାରେ ସଂପୃକ୍ତ ରହିବେ ନାହିଁ। ସାକ୍ଷୀ କିମ୍ବା ପ୍ରମାଣ ନଷ୍ଟ କରିବେ ନାହିଁ।
ସୂଚନା ଥାଉକି, ଗତ ୨୨ ଫେବୃଆରୀ ୨୦୧୮ରେ ବରଗଡ଼ ଜିଲ୍ଲା ବିଜେପୁରରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଦିଲ୍ଲେଶ୍ୱର ଜଣେ ବିଜେଡି କର୍ମୀ ଥିଲେ। ଏହାଛଡ଼ା ସେ ମନ୍ତ୍ରୀ ସୁଶାନ୍ତ ସାହୁଙ୍କ ଭାଇଙ୍କ ଗାଡ଼ି ଡ୍ରାଇଭର ମଧ୍ୟ ଥିଲେ। ବିଜେପୁର ଉପନିର୍ବାଚନର ଦୁଇଦିନ ପୂର୍ବରୁ ଏକ ଗୁଳିକାଣ୍ଡ ମାମଲାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଭିଯୋଗ କ୍ରମେ ଜୟନାରାୟଣ ଓ ଅନ୍ୟ ୧୧ ଜଣ ଗିରଫ ମଧ୍ୟ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1679060287.jpg)