Advertisment

ବଦଳିବ ଶିଖରଚଣ୍ଡୀ ମନ୍ଦିରର ରୂପରେଖ

ଶିଖରଚଣ୍ଡୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ୫୩.୬୪ ଏକର ଜମିରେ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ବିଡିଏ ଏହି ଉନ୍ନୟନ କାର୍ଯ୍ୟ କରିବା ସହିତ ଆଗକୁ ଏହି ଅଞ୍ଚଳର ପରିଚାଳନା ଦାୟିତ୍ୱ ଗ୍ରହଣ କରିବ।

author-image
Manoranjan Sial
Maa Sikhar Chandi Temple

Maa Sikhar Chandi Temple

ବଦଳିବ ଶିଖରଚଣ୍ଡୀ ମନ୍ଦିର ରୂପ ରେଖ। ପାହାଡ଼ର ନବକଳେବର ପରେ ନୂଆ ରୂପରେ ଶୋଭାପାଇବ ମାଆ ଶିଖରଚଣ୍ଡୀ ମନ୍ଦିର। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେବ ଏହି ପୀଠ। ମନ୍ଦିର ଓ ତାହାର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନୟନ କରାଯାଇ ଶିଖରଚଣ୍ଡୀକୁ ଭୁବନେଶ୍ୱର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ।

Advertisment

୫୩.୬୪ ଏକର ଅଞ୍ଚଳରେ ହେବ ଏହି ଉନ୍ନତି କାର୍ଯ୍ୟ। ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଲକ୍ଷ୍ୟ ନେଇ ଶିଖରଚଣ୍ଡୀ ପାହାଡର ସୋନ୍ଦର୍ଯ୍ୟ କରଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ଆଜି ସ୍ଥାପନ ହୋଇଛି। ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ଵନି ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଉତ୍ସବରେ ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

ଶିଖରଚଣ୍ଡୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ୫୩.୬୪ ଏକର ଜମିରେ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ବିଡିଏ ଏହି ଉନ୍ନୟନ କାର୍ଯ୍ୟ କରିବା ସହିତ ଆଗକୁ ଏହି ଅଞ୍ଚଳର ପରିଚାଳନା ଦାୟିତ୍ୱ ଗ୍ରହଣ କରିବ। ସେହିପରି ମାଷ୍ଟରପ୍ଲାନ ଅନୁଯାୟୀ ସମୁଦାୟ ଅଞ୍ଚଳକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇଛି। ଜୋନ-୧ରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଉନ୍ନତିକରଣ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ। ଜୋନ୍-୨ରେ ଭିୟୁ ପଏଣ୍ଟ ଓ ଟ୍ରେକିଂ ରୁଟ ରହିବ। ଜୋନ-୩ ଓ ୪ରେ ମନୋରଞ୍ଜନ ମୂଳକ କାର୍ଯ୍ୟପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଣ୍ଟର, ମୁଖ୍ୟ ମନ୍ଦିରର ଉନ୍ନତିକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯିବ।

Advertisment

ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଏହି ପୀଠ କିଭଳି ପ୍ରସିଦ୍ଧି ଲାଭ କରିବ, ସେନେଇ ଏହି ଉନ୍ନୟନ କାର୍ଯ୍ୟ ରାଜ୍ୟ ସରକାର କରିଛନ୍ତି। ଏହି କାର୍ଯ୍ୟ ନିର୍ଦ୍ଧିଷ୍ଟ ଏକ ସଂସ୍ଥାକୁ ଦିଅଯାଥିବା ବେଳେ ଭୁବନେଶ୍ୱର ମେୟର ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ରାୟଙ୍କ ସକ୍ରିୟ ଅଂଶଗ୍ରହଣ ନିଶ୍ଚୟ ଏହାର ଉନ୍ନୟନ କାର୍ଯ୍ୟକୁ ଅଧିକ ତ୍ଵରାନିତ୍ଵ କରିବା ସହ ମାଆଙ୍କ ପୀଠର ଗାରିମା ଆହୁରି ବର୍ଦ୍ଧିତ କରିବ ବୋଲି କହିଛନ୍ତି ସଂସ୍କୃତି ଓ ପର୍ଯ୍ୟଟ ମନ୍ତ୍ରୀ ଅଶ୍ୱିନୀ ପାତ୍ର।

Bhubaneswar Bhubaneswar News