Advertisment

ସମାଜସେବୀ ମହମ୍ମଦ ଇମ୍ରାନ ଅଲ୍ଲୀଙ୍କୁ ମିଳିଲା ଶାମ୍ଭବୀ ପୁରସ୍କାର

ନିଶା ନିବାରଣ କ୍ଷେତ୍ରରେ କାମ କରୁଥିବା ଯୁବ ପିଢ଼ିଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଉଛି ବୋଲି କହିଛନ୍ତି ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନର ସିଇଓ ଆଣ୍ଡ ଟ୍ରଷ୍ଟି ଶୈଫାଳିକା ପଣ୍ଡା ।

author-image
Niharika Rout
Award

Award

ନିଶା ନିବାରଣ କ୍ଷେତ୍ରରେ ତୃଣମୂଳ ସ୍ତରରୁ କାମ କରି ଆସୁଥିବା ଯୁବ ବର୍ଗଙ୍କୁ ଉତ୍ସାହିତ କରିବାକୁ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହୋଇ ଯାଇଛି ଶାମ୍ଭବୀ ପୁରସ୍କାର । ଏଥିନିମନ୍ତେ ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ମହମ୍ମଦ ଇମ୍ରାନ ଅଲ୍ଲୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ନଗଦ ଅଢେଇ ଲକ୍ଷ ଟଙ୍କା ସହ ଫଳକ ଓ ମାନପତ୍ର ପ୍ରଦାନ କରାଯାଇଛି।

Advertisment

ଏଥିସହିତ ବେସାହାରା ଭାବେ ଚଲାବୁଲା କରୁଥିବା ମାନସିକ ବିକାରଗ୍ରସ୍ତ ରୋଗୀଙ୍କ ସେବା କରି ଆସୁଥିବା ବିପିନ ବିହାରୀ ପଣ୍ଡାଙ୍କୁ ଜୁରି କମେଣ୍ଡସନ ସାର୍ଟିଫିକେଟରେ ସମ୍ମାନିତ କରାଯାଇଛି। ତାଙ୍କୁ ୫୦ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଛି।

Award ବିପିନ ବିହାରୀ ପଣ୍ଡାଙ୍କୁ ସମ୍ମାନିତ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ କାପାସିଟି ବିଲଡିଂ କମିଶନଙ୍କ ଏଚଆର ସଦସ୍ୟ ଆର.ବାଲସୁବ୍ରମଣ୍ୟମ ଏବଂ ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନର ସିଇଓ ଆଣ୍ଡ ଟ୍ରଷ୍ଟି ଶୈଫାଳିକା ପଣ୍ଡା ଉପସ୍ଥିତ ରହି ଏହି ସମ୍ମାନ ପ୍ରଦାନ କରିଥିଲେ। ଇଣ୍ଡିଆନ ମେଟାଲସ ଆଣ୍ଡ ଫେରୋ ଆଲୟଜ ଲିମିଟେଡ କର୍ପୋରେଟ CSR ଫଣ୍ଡ ଓ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଏହି ଦଶମ ଶାମ୍ଭବୀ ପୁରସ୍କାର ପ୍ରଦାନ କରାଯାଇଛି ।

Advertisment

ଏହି କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଥିବା ଯୁବ ସମାଜସେବୀ ମହମ୍ମଦ ଇମ୍ରାନ ଅଲ୍ଲୀ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି ଅବସରରେ ସେ କହିଛନ୍ତି, ଭଲ କାମ ପାଇଁ ଏହି ପୁରସ୍କାର ମିଳୁଛି। ଫଳରେ କାମକୁ ଦ୍ୱିଗୁଣିତ କରିବାକୁ ଏହା ଅଧିକ ପ୍ରେରଣା ଯୋଗାଇବ । ଏହି କାମକୁ ଆହୁରି ବ୍ୟାପକ କରାଯିବ । ଆମ ପରବର୍ତ୍ତୀ ପିଢ଼ି ତମାଖୁ ଦ୍ରବ୍ୟ ମ୍ୟୁଜିୟମରେ ବି ଦେଖିବାକୁ ପାଇବନି ।

ରାସ୍ତାରେ ମାନସିକ ବିକାରଗ୍ରସ୍ତ ହୋଇ ବୁଲୁଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ଆମେ ଥଇଥାନ କରୁଛୁ। ଏଥିନିମନ୍ତେ ଜୁରୀ ମନୋନୀତ କରିଥିବାରୁ ଆମେ ଖୁବ୍‌ ଖୁସି ଥିବା କହିଛନ୍ତି ବିପିନ ବିହାରୀ ପଣ୍ଡା ।

ନିଶା ନିବାରଣ କ୍ଷେତ୍ରରେ କାମ କରୁଥିବା ଯୁବ ପିଢ଼ିଙ୍କୁ ଉତ୍ସାହିତ କରିବା ନିମନ୍ତେ ତଥା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବାକୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ବୋଲି କହିଛନ୍ତି ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନର ସିଇଓ ଆଣ୍ଡ ଟ୍ରଷ୍ଟି ଶୈଫାଳିକା ପଣ୍ଡା ।

Bhubaneswar