Advertisment

ମହାନଦୀ ବିବାଦ: ଗୃହ କମିଟିର ରିପୋର୍ଟ ମାଗି ବର୍ଷିଲେ ବିଜେପି ଓ କଂଗ୍ରେସ

ମହାନଦୀ ଜଳ ବିବାଦକୁ ପ୍ରସଙ୍ଗ କରି ଗତ ୩ଦିନ ତଳେ ବିଧାନସଭାରେ ହଟ୍ଟଗୋଳ କରିଥିବା ଶାସକ ବିଜେଡିକୁ ଉଭୟ ବିଜେପି ଓ କଂଗ୍ରେସ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

undefined

Narasingha Mishra

Advertisment
ମହାନଦୀ ଜଳ ବିବାଦକୁ ପ୍ରସଙ୍ଗ କରି ଗତ ୩ଦିନ ତଳେ ବିଧାନସଭାରେ ହଟ୍ଟଗୋଳ କରିଥିବା ଶାସକ ବିଜେଡିକୁ ଉଭୟ ବିଜେପି ଓ କଂଗ୍ରେସ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ମହାନଦୀ ଜଳ ବିବାଦକୁ ନେଇ ଗଠିତ ୨ଟି ଗୃହ କମିଟିର ସ୍ଥିତି କ’ଣ ଏବେ ତାହା କେଉଁ ଅବସ୍ଥାରେ ରହିଛି ଓ ମହାନଦୀ ଜଳ ବିବାଦକୁ ନେଇ ବିସ୍ତୃତ ତଥ୍ୟ ରାଜ୍ୟ ସରକାର ଦିଅନ୍ତୁ ବୋଲି ଦୁଇଦଳ ଦାବି କରିଛନ୍ତି । ଏହାସହିତ ମହାନଦୀ ଜଳ ବିବାଦର ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ରହି ଜାପାନ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିବାରୁ କଂଗ୍ରେସ ମଧ୍ୟ ଆପତ୍ତି ଉଠାଇଛି ।
Advertisment
 
ଆଜି ବିଧାନସଭାରେ ଶୂନ୍ୟକାଳରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ, ୨୦୧୭ ଡିସେମ୍ବର ୭ତାରିଖରେ ତତକାଳୀନ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ହୋଇଥିବା ଗୃହ କମିଟି ଓ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ଏକ କମିଟିର ବୈଠକ କେବେ ବସିଥିଲା । ଆଉ କମିଟି କ’ଣ ସବୁ ପ୍ରସ୍ତାବ ଦେଇଛନ୍ତି । ଟ୍ରିବ୍ୟୁନାଲରେ ରାଜ୍ୟର ପକ୍ଷ ରଖିବା ପାଇଁ ରାଜ୍ୟ ସରକାର ୫ଜଣ ବରିଷ୍ଠ ଓକିଲ ନିୟୋଜିତ କରିଛନ୍ତି । ସେମାନଙ୍କ ଫି’ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । ଏସବୁର ପୂର୍ଣ୍ଣାଙ୍ଗ ରିପୋର୍ଟ ରାଜ୍ୟ ସରକାର ଗୃହରେ ଉପସ୍ଥାପନ କରନ୍ତୁ । ଜଳସମ୍ପଦ ମନ୍ତ୍ରୀ ଏନେଇ ଗୃହକୁ ଅବଗତ କରାଇବାକୁ ସେ ଦାବି କରିଥିଲେ ।
 
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସ୍ୱର ମିଳାଇ କହିଥିଲେ ଯେ, ଦୁଇଟି ଗୃହ କମିଟିର ବୈଠକ ଥରୁଟିଏ ବସିନି । ବିରୋଧୀ ଦଳ ନେତା ଏ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆମେ ତତ୍ପର ଥିବା ଏଥିରୁ ସ୍ପଷ୍ଟ । ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ବି ଉତ୍ସାହିତ କିନ୍ତୁ ତାଙ୍କର ହସ୍ତକ୍ଷେପ ବି ହେଉନାହିଁ । ମହାନଦୀ ଜଳ ବିବାଦ ଉପରେ ଆଲୋଚନା ପାଇଁ ସ୍ୱତନ୍ତ୍ର ମୋସନ୍ ଦେଇଛି, ଯାହାକୁ ବାଚସ୍ପତି ଗ୍ରହଣ କରିଛନ୍ତି ଓ ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବା ପରେ ଏହି ଆଲୋଚନା କରାଯିବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଆସନ୍ତା ୩ତାରିଖରୁ ଜାପାନ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଆଲୋଚନା ହେଲେ ତା’ର ଗୁରୁତ୍ୱ କ’ଣ ରହିବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କର ଗସ୍ତକୁ ସ୍ଥଗିତ ରଖି ୬ତାରିଖ ପରେ ଗଲେ ଭଲ ହେବ । ମହାନଦୀ ଜଳ ବିବାଦ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଲେ ଭଲ ହେବ ବୋଲି ସେ କହିଛନ୍ତି।
Advertisment
 
ସୂଚନାଯୋଗ୍ୟ, ଗତ ୩ଦିନ ତଳେ ଗୃହରେ ବିଜେଡି ବିଧାୟକମାନେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଇ ଉଦବେଗ ବ୍ୟକ୍ତ କରିଥିଲେ । କିନ୍ତୁ ସେମାନଙ୍କ ଏହି ଚାଲ୍ ଆଜି ଓଲଟା ପଡ଼ିଛି । ମହାନଦୀ ଜଳବିବାଦକୁ ନେଇ ଗଠିତ ୨ଟି ଗୃହ କମିଟିର ସ୍ଥିତି କ’ଣ ବୋଲି ବିରୋଧୀ ଦଳ ଦ୍ୱାରା ଦାବି ହେବା ପରେ ବିଜେଡି ବ୍ୟାକଫୁଟକୁ ଚାଲିଯାଇଛି ।
Water Problem Mahanadi River
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe