Advertisment

ମହାନଦୀ ଜଳ ବିବାଦ: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଲେ - ରାଜ୍ୟ ସରକାରଙ୍କ ଫଣ୍ଡାମେଣ୍ଟାଲ ସ୍ପଷ୍ଟ ନୁହେଁ

ସେ କହିଛନ୍ତି, ଏବେ ଆଗକୁ ନିର୍ବାଚନ ଅଛି, ଆଉ ବର୍ଷେ ଭିତରେ ନିର୍ବାଚନ ହେବ, ତେଣୁ ଏହାକୁ ଦେଖି ରାଜ୍ୟ ସରକାର ହଜାର ପ୍ରକାର ନାଟକ କରୁଛନ୍ତି।

ଅଦ୍ୟତନ ହୋଇଛି
Bishweswar Tudu

Bishweswar Tudu

Advertisment

ମହାନଦୀ ଜଳ ବିବାଦ ସମାଧାନ ନିମନ୍ତେ କ୍ଷେତ୍ର ପରିଦର୍ଶନରେ ବାହାରିଛନ୍ତି ଟ୍ରିବ୍ୟୁନାଲ ଟିମ୍। ଉଭୟ ରାଜ୍ୟ ପକ୍ଷରୁ ଗଠିତ ୫୦ ଜଣିଆ ଟିମ୍‌ କ୍ଷେତ୍ର ପରିଦର୍ଶନ କରିବେ। ସେପଟେ ଏହି ପ୍ରସଙ୍ଗ ନେଇ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

Advertisment

ସେ କହିଛନ୍ତି, ‘ରାଜ୍ୟ ସରକାରଙ୍କ ଫଣ୍ଡାମେଣ୍ଟା କ୍ଲିଅର ନୁହେଁ। ଲୋକଙ୍କୁ କେବଳ ଭୂଆଁ ବୁଲାଉଛନ୍ତି। ୨ ହଜାର ହେକ୍ଟର ଜମିକୁ ଜଳ ସେଚନ ନିମନ୍ତେ କେନ୍ଦ୍ର ସରକାରଙ୍କ ସହଯୋଗର କିଛି ଆବଶ୍ୟକ ପଡ଼େନି। ଛତିଶଗଡ଼ ଯେମିତି ବ୍ୟାରେଜ କରି ଜଳସେଚନ ବ୍ୟବସ୍ଥା କରିଛି, ସେମିତି ଓଡ଼ିଶା ସରକାର କରିପାରିଥାନ୍ତେ। ଯଦି ରାଜ୍ୟ ସରକାର ଚାହିଁଥାନ୍ତେ ମହାନଦୀରେ ଛୋଟ ଛୋଟ ବ୍ୟାରେଜ କରିପାରିଥାଆନ୍ତେ। ଏବେ ଆଗକୁ ନିର୍ବାଚନ ଅଛି, ଆଉ ବର୍ଷେ ଭିତରେ ନିର୍ବାଚନ ହେବ, ତେଣୁ ଏହାକୁ ଦେଖି ରାଜ୍ୟ ସରକାର ହଜାର ପ୍ରକାର ନାଟକ କରୁଛନ୍ତି। ଟ୍ରିବ୍ୟୁନାଲ କାର୍ଯ୍ୟକାଳକୁ ୨୦୨୬ ପର୍ଯ୍ୟନ୍ତ କାହିଁକି ବଢ଼ାଇବାକୁ ଓଡ଼ିଶା ସରକାର କହିଲେ ? ତଥାପି କେନ୍ଦ୍ର ସରକାର ୨୦୨୪ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ତୁରନ୍ତ ବିବାଦର ସମାଧାନ ନିମନ୍ତେ ଏହି ମଞ୍ଜୁରୀ ଦିଆଯାଇଛି। ନିର୍ବାଚନ ଆସିବା ମାତ୍ରେ ରାଜ୍ୟ ସରକାର ହଜାର ପ୍ରକାର କଥା କହିବେ। ମୁଁ ମନ୍ତ୍ରୀ ହେବାକୁ ଦେଢ଼ ବର୍ଷ ହୋଇଯାଇଥିଲେ ହେଁ, ମୋ ସାଙ୍ଗରେ ମଧ୍ୟ ରାଜ୍ୟ ସରକାର ଏ ବାବଦରେ ସମାଧାନ ନିମନ୍ତେ କଥା ହୋଇନାହାନ୍ତି। ଯଦି ରାଜ୍ୟ ସରକାରଙ୍କ ଆନ୍ତରିକ ଇଛା ଥାଆନ୍ତା ସବୁ ହୋଇପାରନ୍ତା। ଜଗତସିଂହପୁର, କେନ୍ଦ୍ରପଡ଼ା ଓ ପୁରୀର କଣାସରେ ଏଭଳି ଜଳସେଚନ ସମସ୍ୟାର ସମାଧାନ କରାଯାଇଛି। ଯାହାକି ୭୦ ବର୍ଷ ପର୍ଯ୍ୟନ୍ତ ହୋଇପାରୁନଥିଲା।’

ସୂଚନା ଥାଉକି, ଆଜି ଟ୍ରିବ୍ୟୁନାଲ ଟିମ୍ ମହାନଦୀର ଉତ୍ପତ୍ତିସ୍ଥଳ ଫାରକିଆ ଗାଁ ଅଭିମୁଖେ ବାହାରିଛନ୍ତି। ଓଡ଼ିଶା ପକ୍ଷରୁ ଟିମ୍‌ରେ ଇଆଇସି, ଜଳସଂପଦ ସ୍ୱତନ୍ତ୍ର ସଚିବ, ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ, ୪ ଆଇନ ବିଶାରଦ ଓ ୫ ବିଶେଷଜ୍ଞ ଟିମ୍‌ରେ ଅଛନ୍ତି।

Advertisment

ଗୋଟାଏ ପଟେ ମହାନଦୀ ଜଳ ବିବାଦ ସମ୍ପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ନିଜର ସଫେଇ ଗଣମାଧ୍ୟମରେ ରଖି ଚର୍ଚ୍ଚାକୁ ବଢ଼ାଇ ଥିବା ବେଳେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମତ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ଅଲୋଚନା ଘେରକୁ ଆଣିଛି। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Mahanadi River Water Regulation Authority
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe