Advertisment

ଭବାନୀ ମଲ୍ ନିକଟସ୍ଥ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ

ବାର୍‌ରେ ସର୍ଟ ସର୍କିଟରୁ ବାର୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
 Fire

Fire

Advertisment

ଭୁବନେଶ୍ୱର ସ୍ଥିତ ସହିଦନଗର ଭବାନୀ ମଲ୍ ନିକଟରେ ଥିବା ଏକ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ଏହା ସହ ଭିତରେ ଫଶି ରହିଥିବା ୪ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି। ପ୍ରବଳ ଧୂଆଁ ହେବା ଯୋଗୁ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବାରେ ବାଧା ସୃଷ୍ଟି ହେଉଛି।

Advertisment

ଗ୍ରାଉଣ୍ଡ ଫ୍ଲୋରରେ ଥିବା ଇଲେକ୍ଟ୍ରି ରୁମରେ ନିଆଁ ଲାଗିଯାଇଛି। ଉପର ମହଲାକୁ ନିଆଁ ବ୍ୟାପିବାରେ ଲାଗିଛି। ବାର୍‌ ଭିତରକୁ ଯିବାକୁ ଗୋଟିଏ ବାଟ ରହିଛି। ଏହି ବାଟଟି ସଂକୀର୍ଣ୍ଣ ହୋଇଥିବାବେଳେ  ପ୍ରବଳ ଧୂଆଁ ବାହାରୁଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବା ପାଇଁ କଷ୍ଟ ହେଉଛି। ଧୁଆଁକୁ କମ୍‌ କରିବା ପାଇଁ ପାଣି ସ୍ପ୍ରେ କରାଯାଉଛି। ଏହାସହ କାନ୍ଥକୁ କଟରରେ ଗାତ କରାଯାଇ ଭିତରକୁ ପାଣି ସ୍ପ୍ରେ କରାଯା଼ଉଛି।  

କେଉଁ କାରଣରୁ ବାର୍‌ରେ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇ ନାହିଁ। ସର୍ଟ ସର୍କିଟରୁ ବାର୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇପଡ଼ିଛି।  ୨ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି। 

Advertisment
Bhubaneswar Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe