Advertisment

କୃଷି କାର୍ଯ୍ୟକ୍ରମକୁ ଆସି ଲୁଟ୍‌ର ଶିକାର ହେଲେ ଚାଷୀ, ଖାଲି ହୋଇଗଲା ଆକାଉଣ୍ଟ

ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଟଙ୍କା ଉଠାଇବାରେ ସାହାଯ୍ୟ କରିବ କହି କୌଶଳକ୍ରମେ ଏଟିଏମ୍‌ କାର୍ଡକୁ ବଦଳାଇ ଦେଇଥିଲା। ଏହାପରେ ନିଜ କାର୍ଡ ଭର୍ତ୍ତି କରି ପିନ୍‌ ମାରିବାକୁ ଜୟଧନଙ୍କୁ କହିଥିଲେ।

farmer

farmer

Advertisment

ଚାଷର ନୂଆ ଜ୍ଞାନ କୌଶଳ ଶିଖି ଅଧିକ ଅମଳ କରିବା ଆଶାରେ ସୁଦୂର ରାୟଗଡା କାଶିପୁରରୁ ରାଜଧାନୀକୁ ଆସିଥିଲେ । ଏଥିନିମନ୍ତେ ନିଜ ସୁନା ବି ବିକି ଦେଇଥିଲେ। ମାତ୍ର ରାଜଧାନୀର ଚାକଚକ୍ୟରେ ଫସିଗଲେ ଉପାନ୍ତ ଅଞ୍ଚଳର ଚାଷୀ । ଜଣେ ଦଲାଲ ହାବୁଡ଼ରେ ପଡ଼ିଯିବାରୁ ମିଠା କଥା କହି ସେ ଏଟିଏମ୍‌ କାର୍ଡ ନେଇ ସବୁ ଟଙ୍କା ଚଳୁ କରି ଦେଇଛି। ଫଳରେ ମୁଣ୍ଡରେ ହାତ ଦେଇଛନ୍ତି ନିରୀହ ଆଦିବାସୀ ଚାଷୀଜଣକ । ଏପରି ଠକାମୀର ଶିକାର ହୋଇଥିବା ଚାଷୀ ହେଲେ କାଶିପୁରର ଜୟଧନ ଗୌଡ ।

Advertisment

ଭୁବନେଶ୍ୱରରେ ଆୟୋଜିତ ହେଉଥିବା ଏକ କୃଷି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଜୟଧନ ଉପାନ୍ତ କାଶୀପୁରରୁ ଆସିଥିଲେ। ନୂଆ କୌଶଳ ଶିଖିବା ସହ କିଛି ଯନ୍ତ୍ରପାତି କିଣିବା ନିମନ୍ତେ ଘରେ ଥିବା ସୁନା ବିକି ୪୦ ହଜାର ଟଙ୍କା ଯୋଗାଡ଼ କରିଥିଲେ। ଏହି ଟଙ୍କା ସେ ବ୍ୟାଙ୍କରେ ରଖିଥିଲେ। ମିଟିଂ ସରିବା ପରେ ବୁଲାବୁଲି କରି ଖୁସିରେ ଘରକୁ ଫେରିବାକୁ ଷ୍ଟେଶନରେ ପହଞ୍ଚି ନିକଟରେ ଥିବା ଏଟିଏମ୍‌କୁ ଯାଇଥିଲେ।

ଏହି ସମୟରେ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଟଙ୍କା ଉଠାଇବାରେ ସାହାଯ୍ୟ କରିବ କହି କୌଶଳକ୍ରମେ ଏଟିଏମ୍‌ କାର୍ଡକୁ ବଦଳାଇ ଦେଇଥିଲା। ଏହାପରେ ନିଜ କାର୍ଡ ଭର୍ତ୍ତି କରି ପିନ୍‌ ମାରିବାକୁ ଜୟଧନଙ୍କୁ କହିଥିଲେ। ଏହାଦ୍ୱାରା ଟଙ୍କା ଉଠି ନ ଥିବା ବେଳେ ସେ ତାଙ୍କ ପିନ୍‌ ନମ୍ବର ଜାଣି ଦେଇଥିଲେ। ଏହାପରେ ଠକଜଣକ ଜୟଧନଙ୍କ ହାତରେ ନିଜ କାର୍ଡ ଧରାଇ ପଳାଇ ଯାଇଥିଲେ।

Advertisment

ଗୋଟିଏ ଦିନ ପରେ ଠକ ଜଣଙ୍କ ବିଶାଖାପାଟଣା ATMରୁ ଟଙ୍କା ଉଠାଇ ଜୟଧନଙ୍କ ଆକାଉଣ୍ଟରେ ସମସ୍ତ ଟଙ୍କା ଗାଏବ କରିଦେଇଥିବା ଜଣାଯାଇଛି। ଏନେଇ ଜୟଧନ ଥାନା ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।

ଏନେଇ ସେ କହିଛନ୍ତି, ମିଟିଂ ସାରି ଫେରିବା ବେଳେ ମୋ ଭାଇ କିଛି ଟଙ୍କା ପଠାଇଥିଲା। ତାହା ଦେଖିବାକୁ ଏଟିଏମ୍‌ ଯାଇଥିବା ବେଳେ ସେଠାରେ ସମ୍ପୃକ୍ତ ବ୍ୟକ୍ତି ଥିଲେ। ସାହାଯ୍ୟ କରିବାକୁ କହି ସେ ମୋ କାର୍ଡ ବଦଳାଇ ଦେଇଥିଲେ। ଏହାପରେ କାର୍ଡରୁ ଟଙ୍କା ବାହାରୁ ନ ଥିବା ବେଳେ  ମୋ’ ଆକାଉଣ୍ଟରୁ ସବୁ ଟଙ୍କା ଗାଏବ ହୋଇ ଯାଇଥିବା ମେସେଜ ପାଇଲି। 

Bhubaneswar Farmer ATM Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe