/odisha-reporter/media/post_attachments/uploadimage/library/16_9/16_9_0/IMAGE_1679454025.jpg)
Bhubaneswar
ଭୁବନେଶ୍ୱର ଶିଶୁଭବନ ଛକରେ ଥିବା ହୋର୍ଡିଂ ଉପରେ ଚଢ଼ି ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପ୍ରାୟ ୨ ଘଣ୍ଟା ପରେ ଟାୱାର ଉପରୁ ଅଗ୍ନିଶମ ବାହିନୀ ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କ ନାଁ ଟୁଲ ପାତ୍ର। ଟୁଲଙ୍କ ଘର ବାଲେଶ୍ୱର ଅଞ୍ଚଳରେ ବୋଲି ଜଣାଯାଇଛି। ସେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି।
ଆଜି ସକାଳେ ଟୁଲୁ ଶିଶୁଭବନ ଛକରେ ଥିବା ହୋର୍ଡିଂ ଉପରେ ଚଢ଼ିଯାଇଥିଲେ। ହୋର୍ଡିଂ ଟାୱାର ଉପରେ ଚଢ଼ି କିଛି ସ୍ଲୋଗାନ ଦେବା ସହ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପୁଲିସ ଅଗ୍ନିଶମ ବାହିନୀ ସହାୟତାରେ ପ୍ରାୟ ୨ ଘଣ୍ଟାର ଆକ୍ରାନ୍ତ ପରିଶ୍ରମ ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ତେବେ ବ୍ୟକ୍ତି ଜଣଙ୍କ କାହିଁକି ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ, ତାର କାରଣ ଜଣାପଡ଼ି ନାହିଁ। ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି କ୍ୟାପିଟାଲ ଥାନାକୁ ନେଇଛି। ସେଠାରେ ଅଟକ ରଖି ପଚରାଉଚରା କରୁଛି।
ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ଭୁବନେଶ୍ୱରର ଶିଶୁ ଭବନ ଛକରେ ଥିବା ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ଵାଳ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସୁଯୋଗ ନମିଳିବାରୁ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
