Advertisment

ମୁଢ଼ି ଖାଇବାକୁ ଡାକିନେଇ ୯ ବର୍ଷିୟ ନାବାଳିକାକୁ ବଳାତ୍କାର

ଅଭିଯୋଗ ମୁତାବକ ଗତ ୧୨ ତାରିଖ ରାତିରେ ନାବାଳିକା ଜନକ ତା’ ଘର ନିକଟରେ ଖେଳୁଥିବା ବେଳେ ଅଭିଯୁକ୍ତ ମୁଢ଼ି ଖାଇବାକୁ ଡ଼ାକିନେଇ ଥିଲା।

ଅଦ୍ୟତନ ହୋଇଛି
Rape

Rape

Advertisment

ମୁଢ଼ି ଖାଇବାକୁ ଡାକିନେଇ ଜଣେ ୯ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ମଞ୍ଚେଶ୍ୱର ଥାନା ପୁଲିସ ମାମଲାର ତଦନ୍ତ କରି ମଞ୍ଚେଶ୍ୱର ଜରଣସାହି ବସ୍ତିରୁ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଏହି ବସ୍ତିରେ ରହୁଥିବା ୪୦ ବର୍ଷିୟ ଯୁଧିଷ୍ଠିର ସୋରେନ।

Advertisment

ଅଭିଯୋଗ ମୁତାବକ ଗତ ୧୨ ତାରିଖ ରାତିରେ ନାବାଳିକା ଜନକ ତା’ ଘର ନିକଟରେ ଖେଳୁଥିବା ବେଳେ ଅଭିଯୁକ୍ତ ମୁଢ଼ି ଖାଇବାକୁ ଡାକିନେଇ ଥିଲା। ପାଖ ପଡୋଶୀ ହୋଇଥିବାରୁ ନାବାଳିକା ଜଣକ ଅଭିଯୁକ୍ତ ସହ ଯାଇଥିଲା। ପରେ କୌଶଳ କରି ଅଭିଯୁକ୍ତ ଜଣକ ନାବାଳିକାକୁ ଘର ଠାରୁ ଦୂର ଏକ ନିଛାଟିଆ ସ୍ଥାନକୁ ନେଇ ବଳାତ୍କାର କରୁଥିବା।

ନାବାଳିକାର କାନ୍ଦ ଶୁଣି ସ୍ଥାନୀୟ କିଛି ବସ୍ତି ଲୋକ ସେଠାରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲେ। ଏଥିସହ ନାବାଳିକାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏନେଇ ପରିବାର ଲୋକେ ପରେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

Advertisment

ଅଭିଯୁକ୍ତ ଜଣକ ଏହି ବସ୍ତିରେ ରହୁଥିବା ବେଳେ ଜଣେ ଶ୍ରମିକ ଭାବେ କାମ କରୁଥିବା ଜଣାପଡ଼ିଛି।

Rape Minor Raped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe