/odisha-reporter/media/post_attachments/uploadimage/library/16_9/16_9_0/GUN_1680610018.jpg)
Gun
ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଚାଲିଥିଲା ବେଳେ ଫୁଟିଲା ଗୁଳି। ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପାନବରଜ ଗାଁରେ। ଗୁରୁତର ଆହତଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ଜଣଙ୍କ ହେଲେ ବବୁଲୁ। ତାଙ୍କ ଛାତିରେ ଗୁଳି ବାଜିଛି।
Advertisment
ଗତକାଲି ରାତିରେ ବ୍ରାଉନସୁଗର କାରବାରକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଅନ୍ୟ ଗୋଷ୍ଠୀର ଜଣେ ଯୁବକ ବବୁଲୁଙ୍କ ଉପରେ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା। ବବୁଲୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଟାଉନଥାନା ପୁଲିସ ପହଞ୍ଚି ଗୋଟିଏ ଅଫୁଟା ଗୁଳି, ଗୋଟିଏ ଖୋକା ଓ ଗୋଟିଏ ବାଇକ ଜବତ କରିଛି। ଏନେଇ ବବୁଲୁଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
