Advertisment

ବିଶ୍ୱକପ୍ ହକିକୁ ଦେଢ଼ ମାସ ବିତିଲାଣି, ନିର୍ମାଣ ପରେ ବ୍ୟବହାର କଲେନି କଳାକୃତି

ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ ମାତ୍ର ୩ ଦିନ ଭିତରେ ସବୁ କଳାକୃତ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ଯିବ ବୋଲି ଗତ ଜାନୁଆରୀ ୩ ତାରିଖ ଦିନ କହିଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
sculpture not used

sculpture not used

ବିଶ୍ୱକପ ହକି ବେଳେ ରାଜଧାନୀର ସୌନ୍ଦର୍ଯ୍ୟକରଣ ଲାଗି ବିଏମ୍‌ସି ହାତକୁ ନେଇଥିଲା ଅନେକ ପଦକ୍ଷେପ। ରାସ୍ତା ପାର୍ଶ୍ୱକୁ ସୌନ୍ଦର୍ଯ୍ୟକରଣ ଲାଗି ଜବରଦଖଲ ଉଚ୍ଛେଦ ବି ହେଲା। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲଳିତକଳା ଏକାଡେମୀ ଜରିଆରେ ଦେଶ ବିଦେଶରୁ ଭାସ୍କର୍ଯ୍ୟ ଶିଳ୍ପୀଙ୍କୁ ଡକାଯାଇ ଅନେକ ସୁନ୍ଦର୍ ସୁନ୍ଦର୍ କଳାକୃତୀ ନିର୍ମାଣ କରାଗଲା। କଳାଭୂମି ନିକଟରେ ଥିବା ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ପରିସରରେ ଓଡ଼ିଶାରୁ ୧୫ଜଣ ଏବଂ ଦେଶ ବିଦେଶରୁ ୨୫ଜଣ ଭାସ୍କର୍ଯ୍ୟ ଶିଳ୍ପୀ ଆସି ଅନେକ ସୁନ୍ଦର ସୁନ୍ଦର ପଥର ଏବଂ ଲୁହାରେ କଳାକୃତି ତିଆରି କରିଥିଲେ। ସେସବୁ ବିଶ୍ୱକପ ହକି ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ସ୍ଥାପନ ଲାଗି ସ୍ଥିର ହୋଇଥିଲା । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଓ ଦର୍ଶକ ଭାସ୍କର୍ଯ୍ୟ କଳା ଦେଖିବାକୁ ପାଇ ପାରିବେ ବୋଲି ବିଏମ୍‌ସି ଓ ବିଡିଏ ପକ୍ଷରୁ ସେତେବେଳେ ସୂଚନା ଦିଆଯାଇଥିଲା। ହେଲେ ଅନେକ କଳାକୃତୀ ଏବେ ବି ପଡିରହିଛି ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ପରିସର ଖଳାରେ।

Advertisment

ସେସବୁ ଏପର୍ଯ୍ୟନ୍ତ ଲାଗି ପାରିଲାନି । ସେ ସମୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଥିଲେ ସବୁ କଳାକୃତି ନିର୍ଦ୍ଧାରିତ ସ୍ଥାନରେ ହକି ଆରମ୍ଭ ପୂର୍ବରୁ ଲାଗିଯିବ। ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ ମାତ୍ର ୩ ଦିନ ଭିତରେ ସବୁ କଳାକୃତ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ଯିବ ବୋଲି ଗତ ଜାନୁଆରୀ ୩ ତାରିଖ ଦିନ କହିଥିଲେ। ହେଲେ ବିଶ୍ୱକପ ହକି ଉଦଯାପନୀକୁ ଇତି ମଧ୍ୟରେ ଦେଢ଼ ମାସ ବିତିଲାଣି। ତଥାପି ସହର ଭିତରକୁ ପ୍ରବେଶ କରିପାରିନି ସୁନ୍ଦର ସୁନ୍ଦର କଳାକୃତୀ। ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ପରିସର ଖଳାରେ ପଡ଼ି ରହି ମଳିନ ପଡ଼ି ଗଲାଣି ଅନେକ କଳାକୃତୀ।

sculpture not usedପଡ଼ି ରହିଥିବା କଳାକୃତି

ଏସବୁକୁ ରାଜଧାନୀର ବିଭିନ୍ନ ପାର୍କରେ ସ୍ଥାପନ କରାଯିବ ବୋଲି ଲଳିତକଳା ଏକାଡେମୀ ସମ୍ପାଦକ ପଞ୍ଚାନନ ସାମଲ କହିଛନ୍ତି। ତେବେ ଏଠାରେ ପ୍ରଶ୍ନଉଠିଛି, କଣ ପାଇଁ ହକି ଖେଳ ସମୟରେ ଲାଗିପାରିଲାନି ବିଭିନ୍ନ କଳାକୃତୀ । କେଉଁଠି ରହିଲା ତ୍ରୁଟି । ଯାହାକୁ ନେଇ ସାଧାରଣ ଲୋକ ଓ କଳାପ୍ରେମୀଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ।

Advertisment
Sculptor World Cup Hockey