Advertisment

ମାର୍କଣ୍ଡି ସାଜିଛି ବାଛୁରୀ, ବର ସାଙ୍ଗରେ କାରରେ କନିଆଁ ଘରକୁ ଯାଉଛି

ମାର୍କଣ୍ଡି ସ୍ଥାନରେ ଓ ମାର୍କଣ୍ଡି ବେଶରେ ଗୋଟିଏ ବାଛୁରୀ ବସିଛି। ନିଜର ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ତାରାକାନ୍ତ ଗୋଟିଏ ବାଛୁରୀକୁ ମାର୍କଣ୍ଡି କରିଛନ୍ତି। ବାଛୁରୀ ଦେହରେ ହଳୀ ମାରିଛନ୍ତି। ତାକୁ ଚାନ୍ଦୁଆ ପିନ୍ଧାଇ ଦେଇଛନ୍ତି।

BBSR

BBSR

Advertisment

ମାର୍କଣ୍ଡି ସାଜିଛି ବାଛୁରୀ। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ଭୁବନେଶ୍ୱର ଉପକଣ୍ଠ ପଥରଗାଡିଆରୁ ଆସିଛି ଏପରି ଅଦ୍ଭୁଦ ଚିତ୍ର। ମୁକୁଟ ପିନ୍ଧି ମାର୍କଣ୍ଡି ବେଶରେ ସଜେଇ ହୋଇଛି ବାଛୁରୀ। ଆଉ ବର ସହିତ ଫୁଲରେ ସଜା ହୋଇଥିବା କାର୍‌ରେ କନିଆଁ ଘରକୁ ଯାଉଛି। ଗୋ’ ସେବା ଓ ଗୋ’ ସୁରକ୍ଷାର ବାର୍ତ୍ତା ଦେଇ ନିଜ ବାହାଘରକୁ ନିଆରା ଭାବେ କରିଛନ୍ତି ସମାଜସେବୀ ତଥା ଶିକ୍ଷକ ତାରାକାନ୍ତ ବେହେରା।

Advertisment

ଗୋ’ ସେବାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି ଶିକ୍ଷକ ତଥା ସମାଜସେବୀ ତାରାକାନ୍ତ ବେହେରା। ଆଜି ତାଙ୍କର ବାହାଘର। ବାଜା ବାଣରେ କମ୍ପୁଛି ପରିବେଶ। ଡିଜେ ତାଳେ ତାଳେ ନାଚୁଛନ୍ତି ବରଯାତ୍ରୀ। ହେଲେ ଇଏ କ’ଣ? ମାର୍କଣ୍ଡି ସ୍ଥାନରେ ଓ ମାର୍କଣ୍ଡି ବେଶରେ ଗୋଟିଏ ବାଛୁରୀ ବସିଛି। ନିଜର ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ତାରାକାନ୍ତ ଗୋଟିଏ ବାଛୁରୀକୁ ମାର୍କଣ୍ଡି କରିଛନ୍ତି। ବାଛୁରୀ ଦେହରେ ହଳୀ ମାରିଛନ୍ତି। ତାକୁ ଚାନ୍ଦୁଆ ପିନ୍ଧାଇ ଦେଇଛନ୍ତି। ମସ୍ତକରେ ସିନ୍ଦୂର ଓ ବେକରେ ଫୁଲ ମାଳ ପକାଇଛନ୍ତି। ବାଛୁରୀ ମାର୍କଣ୍ଡିକୁ ନିଜ କାର୍‌ରେ ବସାଇ ରଶ୍ମିତାଙ୍କ ହାତ ଧରିବାକୁ ଯାଉଛନ୍ତି ତାରାକାନ୍ତ। ଛୋଟ ପିଲାଟିଏ ପରି ବାଛୁରୀଟି ତାରାକାନ୍ତଙ୍କ କୋଳରେ ଶୋଇଛି।

ପୌରାଣିକ କଥା ବସ୍ତୁ ଅନୁସାରେ ବର ସାଥୀରେ ମାର୍କଣ୍ଡି ରହିବାର ପରମ୍ପରା କାହିଁ କେଉଁ ଆବାହମାନ କାଳରୁ ରହି ଆସିଛି। ବିବାହରେ ଗୋ’ ପୂଜା ଓ କୁନି ବାଛୁରୀ ପୂଜା କରିବାର ପରମ୍ପରା ରହିଛି। ହେଲେ ବର୍ତ୍ତମାନର ଆଧୁନିକ ଯୁଗରେ ମାର୍କଣ୍ଡି ଭାବେ କୁନି ବାଛୁରୀକୁ ନେବା ଘଟଣା ସମସ୍ତଙ୍କୁ ଅନୁପ୍ରାଣିତ କରିଛି। ଏକ ବାଛୁରୀକୁ ମାର୍କଣ୍ଡି ରୂପେ ସଜାଯାଇଥିବା ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି। ଗୋ’ ମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ପରିବାରର ମାଙ୍ଗଳିକ କାର୍ଯ୍ୟରେ ଏଭଳି ଭିନ୍ନ ପଦକ୍ଷେପ ନେଇଛନ୍ତି ଶିକ୍ଷକ ତାରାକାନ୍ତ ବେହେରା। କେବଳ ଏତିକି ନୁହେଁ ଗୋ’ ମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ କନ୍ୟା ଘର ପକ୍ଷରୁ ଏକ ‘ଗାଈ’କୁ ଉପହାର ରୂପେ ଦିଆଯାଇଛି। ଗୋ’ ସୁରକ୍ଷା ଦିଗରେ ତାରାକନ୍ତଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛି।

Advertisment

ରିପୋର୍ଟ-ଭୁବନେଶ୍ୱରରୁ ସ୍ୱାତୀ ଜେନା

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe