Advertisment

ଆଜିଠୁ ମାଟ୍ରିକ ଖାତାର ମୂଲ୍ୟାୟନ ଆରମ୍ଭ

ଚଳିତ ବର୍ଷ ମାଟ୍ରିକ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପ୍ରାୟ ୧୩ ହଜାର ଶିକ୍ଷକଶିକ୍ଷୟିତ୍ରୀ ସେମାନଙ୍କ ଖାତାର ମୂଲ୍ୟାୟନ କରିବେ।

ଅଦ୍ୟତନ ହୋଇଛି
Matric copy Checking

Matric copy Checking

Advertisment

ଆଜିଠୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା। ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ ଶିକ୍ଷକଶିକ୍ଷୟିତ୍ରୀ। ଏଥିପାଇଁ ଗତକାଲିଠାରୁ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ଛାତ୍ରଛାତ୍ରୀମାନେ କାର୍ଯ୍ୟରେ ଯୋଗଦେଇଛନ୍ତି। ପ୍ରାୟ ୧୩ ହଜାର ଶିକ୍ଷକଶିକ୍ଷୟିତ୍ରୀ ଚଳିତ ବର୍ଷ ଖାତା ଦେଖିବେ ବୋଲି ସୂଚନା ମିଳିଛି।

Advertisment

ଚଳିତ ବର୍ଷ ମାଟ୍ରିକ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପ୍ରାୟ ୧୩ ହଜାର ଶିକ୍ଷକଶିକ୍ଷୟିତ୍ରୀ ସେମାନଙ୍କ ଖାତାର ମୂଲ୍ୟାୟନ କରିବେ। ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି। ପ୍ରାୟ ୧୨ ଦିନ ଯାଏଁ ଚାଲିବ ଖାତାଦେଖା ପ୍ରକ୍ରିୟା।

ତେବେ ମାଟ୍ରିକ ଫଳାଫଳ କେବେ ବାହାରିବ, ସେନେଇ ନିର୍ଦ୍ଦିଷ୍ଟ ତାରିଖ ଜଣାପଡ଼ିନି । ଏହା ସତ୍ତ୍ୱେ ଚଳିତ ମାସ ଶେଷ ଆଡ଼କୁ ନଚେତ ମେ’ ପ୍ରଥମ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ ବୋଲି ଜଣାଯାଇଛି।

Advertisment

ସୂଚନାଯୋଗ୍ୟ, ମାର୍ଚ୍ଚ ୧୦ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଗତ ୨୦ ତାରିଖରେ ଶେଷ ହୋଇଛି। ନିର୍ଭୂଲ ମୂଲ୍ୟାୟନ ନିମନ୍ତେ ଖାତା ଦେଖା ଆରମ୍ଭ ହେବା ପୂର୍ବରୁ ଶିକ୍ଷକମାନଙ୍କୁ ଟ୍ରେନିଂ ଦିଆଯାଇଛି। । ପରୀକ୍ଷାକୁ ଯେପରି ସୁବ୍ୟବସ୍ଥିତ ଢଙ୍ଗରେ ସୁପରିଚାଳନା କରାଗଲା, ଖାତା ଦେଖାକୁ ବି ସେପରି ତ୍ରୁଟିମୁକ୍ତ କରାଯିବା ଉପରେ ଗୁରୁତ୍ୱାରୋପ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।

ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ମୋଟ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଥିଲା। ତେବେ ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ପ୍ରାୟ ୧୬,୬୭୯ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଏହାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ହୋଇଥିଲା। ଗତ ୫ବର୍ଷ ଧରି ପ୍ରତିବର୍ଷ ନିୟମିତ ଭାବେ ହଜାର ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉନଥିବା ଜଣାପଡ଼ିଛି ।

ବୋର୍ଡ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ୟାପକ ଭାବେ ପ୍ରସ୍ତୁତି ସତ୍ତ୍ୱେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେବା ସହ ପ୍ରଶ୍ନପତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ମାତ୍ର ବୋର୍ଡ କର୍ତ୍ତୃପକ୍ଷ ଚଳିତ ପରୀକ୍ଷାରେ କିଛି ପ୍ରଶ୍ନପତ୍ର ଭାଇରାଲ ହୋଇନି ବୋଲି ସ୍ପଷ୍ଟ କରିଥିବା ବେଳେ କିଛି ଜାଗାରେ ମୁଦ୍ରଣଜନିତ ତ୍ରୁଟି ଦେଖା ଯାଇଥିବା ସ୍ୱୀକାର କରିଛନ୍ତି। ତେବେ ଏଥିଯୋଗୁ ଛାତ୍ରଛାତ୍ରୀ ବିଚଳିତ ହେବାର ଆବଶ୍ୟକତା ନାହିଁ, ସେମାନଙ୍କୁ ଉପଯୁକ୍ତ ମାର୍କ ମିଳିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Bhubaneswar Matric Result Matric Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe