Advertisment

୧୮ରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ

ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ପିଲା ପରୀକ୍ଷା ଦେଇଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Board

Board

ମେ’ ୧୮ ତାରିଖ ସକାଳ ୧୦ଟା ବେଳେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି। ସେହିପରି ୧୮ ତାରିଖରେ ଷ୍ଟେଟ ଓପନ୍‌ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ।  

Advertisment

ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ମାନେ ବୋର୍ଡ ୱେବସାଇଟ www.bseodisha.ac.in ରେ ପରୀକ୍ଷା ଫଳ ଜାଣିପାରିବେ। ଏହାସହ ଏସଏମଏସ ମାଧ୍ୟମରେ ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ। OR10 ଲେଖି ସ୍ପେଶ ଦେବାପରେ ନିଜର ରୋଲ ନମ୍ବର କୁ ଟାଇପ କରି 5676750 ନମ୍ବରକୁ ପଠାଇ ଛାତ୍ରଛାତ୍ରୀମାନେ ଫଳ ଜାଣିପାରିବେ। ପରୀକ୍ଷା ଫଳକୁ ନେଇ ଯଦି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ, ତେବେ ଗୋଟିଏ ମାସ ମଧ୍ୟରେ ସେମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ସେଥିପାଇଁ ବୋର୍ଡ ପକ୍ଷରୁ ଏକ ଏକ କଣ୍ଟ୍ରୋଲ ରୁମ ନମ୍ବର ଜାରି କରାଯାଇଛି। ଏହି ନମ୍ବର ହେଉଛି- ୦୬୭୧ ୨୪୧୫୪୬୦। ତେବେ ନିର୍ଭୁଲ ଓ ତ୍ରୁଟିଶୂନ୍ୟ ମୂଲ୍ୟାଙ୍କନ ହୋଇଥିବା ବେଳେ ପରୀକ୍ଷା ଫଳ ମଧ୍ୟ ତ୍ରୁଟିଶୂନ୍ୟ ବାହାରିବ ବୋଲି ବୋର୍ଡ ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଇଛି।

ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା (ସମ୍ମେଟିଭ ୨ ପରୀକ୍ଷା) ହୋଇଥିଲା। ୫ ଲକ୍ଷ ୪୧ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୩୨୧୮ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା।

Advertisment

ଗତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍‌ ହାର ୯୦.୫୫% ରହିଥିଲା।

Matric Result