Advertisment

ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟାରେ ସରିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
supplementary exam

supplementary exam

ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟାରେ ସରିବ। ଦ୍ୱିତୀୟ ସିଟିଂରେ ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷା ହେବ।

Advertisment

ସାରା ରାଜ୍ୟରେ ୮୦ଟି କେନ୍ଦ୍ରରେ ଅନୁଷ୍ଠିତ ହେଉଛି ଏହି ପରୀକ୍ଷା। ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ।

ଛାତ୍ରଛାତ୍ରୀ ଯେଉଁମାନେ ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିଲେ କିମ୍ବା କୌଣସି କାରଣରୁ ପରୀକ୍ଷା ଦେଇପାରିନଥିଲେ ସେହି ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ସୁଯୋଗ ପାଇଛନ୍ତି।

Advertisment

ପୂର୍ବରୁ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଆଡମିଟ୍ କାର୍ଡ ସଂଗ୍ରହ କରିବାକୁ ମାଟ୍ରିକ ବୋର୍ଡ ପକ୍ଷରୁ କୁହାଯାଇଥିଲା । ମାଟ୍ରିକରେ ୧୩୧୧ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ସେହିପରି ୮ ହଜାର ୯ ଶହରୁ ଅଧିକ ଛାତ୍ରଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେବେ । ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଛାତ୍ରଛାତ୍ରୀଙ୍କୁ ସିଧା ଯୁକ୍ତ ଦୁଇରେ ନାମ ଲେଖାଇବାକୁ ସୁଯୋଗ ମିଳିବ।

Bhubaneswar Matric Supplementary Exam