Advertisment

ଆଗୁଆ ନିର୍ବାଚନ ନେଇ ଖବର ପ୍ରସାରଣରୁ ବିରତ ରହୁ ଗଣମାଧ୍ୟମ: ମୁଖ୍ୟ ନିର୍ବାଚନ ଅଧିକାରୀ

ଇଭିଏମ୍ ମେସିନ୍ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟକୁୁ ପଠାଯିବା ହେଉଛି ଏକ ସାଧାରଣ ପ୍ରକ୍ରିୟା ।

EVM in Koraput

EVM in Koraput

Advertisment

ରାଜ୍ୟରେ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ନାହିଁ । ଇଭିଏମ୍ ମେସିନ୍ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟକୁୁ ପଠାଯିବା ହେଉଛି ଏକ ସାଧାରଣ ପ୍ରକ୍ରିୟା । ତେଣୁ ଆଗୁଆ ନିର୍ବାଚନକୁ ନେଇ ଖବର ପ୍ରସାରଣରୁ ଗଣମାଧ୍ୟମ ନିବୃତ୍ତ ରହିବା ଉଚିତ୍ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Advertisment

ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଇଭିଏମ୍ ମେସିନ୍ ପଠାଯିବାକୁ ନେଇ ଗଣମାଧ୍ୟମରେ ଆଗୁଆ ନିର୍ବାଚନ ସଂକ୍ରାନ୍ତରେ ଚାଲିଥିବା କଳ୍ପନକଳ୍ପନା ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟର ପିଆରଓ କହିଛନ୍ତି ଯେ, ଇଭିଏମ ମେସିନର ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିଛି । ଭବିଷ୍ୟତରେ ନିର୍ବାଚନକୁ ଦୃଷ୍ଟିରେ ରଖି ଫ୍ୟାକ୍ଟ୍ରିରେ ନିର୍ମାଣ ହେଉଥିବା ଇଭିଏମ୍ ମେସିନକୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ପଠାଯାଉଛି । ବିଭିନ୍ନ ସ୍ଥାନକୁ ଇଭିଏମ୍ ଆସିବା ଏକ ସାଧାରଣ ପ୍ରକ୍ରିୟା, ତେଣୁ ଆଗୁଆ ନିର୍ବାଚନ ନେଇ ଗଣମାଧ୍ୟମ କୌଣସି ଖବର ପ୍ରସାରଣ କରିବା ଅନୁଚିତ୍ ।

ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ହାଇଦ୍ରାବାଦସ୍ଥିତ ଇଲେକ୍ଟ୍ରୋନିକସ କର୍ପୋରେସନ୍ ଅଫ ଇଣ୍ଡିଆ ଲିଃରୁ ୮୨୦୦ଟି ଇଭିଏମ୍ ମେସିନ୍ ପ୍ରଥମପର୍ଯ୍ୟାୟରେ ଓଡ଼ିଶା ଆସିଛି । ପୁରୀସ୍ଥିତ ୱେୟାରହାଉସକୁ ଏହି ଇଭିଏମ୍ ମେସିନ ଯିବାବେଳେ ସେଠାରେ ବିଭିନ୍ନ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏତେ ପରିମାଣର ଇଭିଏମ୍ ମେସିନ୍ ଆସିବା ପରେ ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ ବୋଲି କଳ୍ପନାଜଳ୍ପନା ଲାଗି ରହିଥିଲା ।

Advertisment

ସୂଚନାଯୋଗ୍ୟ, ଧାର୍ଯ୍ୟ ସମୟସୀମା ଅର୍ଥାତ୍ ଆସନ୍ତା ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ଓଡ଼ିଶାରେ ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ଭୋଟଗ୍ରହଣ ପାଇଁ ରାଜ୍ୟର ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରାୟ ୩୭୧୦୦ ବୁଥରେ ୯୫ହଜାର ଇଭିଏମ୍ ମେସିନର ଆବଶ୍ୟକତା ରହିଛି ।

Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe