Advertisment

ପୁଣି ବର୍ଷିଲେ ଅପରାଜିତା: ନୂଆ ଢଙ୍ଗରେ ଚାଲିଛି ଖଣି ଦୁର୍ନୀତି, ହୋଇଛି ଅନୈତିକ ବୁଝାମଣା

ରାଜ୍ୟ ସରକାର ଓ ଖଣି ଲିଜଧାରୀଙ୍କ ମଧ୍ୟରେ ଅନୈତିକ ବୁଝାମଣା ଯୋଗୁ ବିପୁଳ ପରିମାଣର ରାଜସ୍ୱ କ୍ଷତି ଘଟୁଛି ।

ଅଦ୍ୟତନ ହୋଇଛି
Aparajita Sarangi, Member of Parliament

Aparajita Sarangi, Member of Parliament

Advertisment

ରାଜ୍ୟ ସରକାର ଓ ଖଣି ଲିଜଧାରୀଙ୍କ ମଧ୍ୟରେ ଅନୈତିକ ବୁଝାମଣା ଯୋଗୁ ବିପୁଳ ପରିମାଣର ରାଜସ୍ୱ କ୍ଷତି ଘଟୁଛି । ଖଣି ଦୁର୍ନୀତିକୁ ନୂଆ ଢଙ୍ଗରେ ଆହୁରି ବ୍ୟାପକ କରିବା ପାଇଁ ଚତୁରତାର ସହ ରାଜ୍ୟ ସରକାର ଉପାୟ କରୁଛନ୍ତି ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ଗତ କିଛିମାସର ବ୍ୟବଧାନରେ ଶ୍ରୀମତୀ ଷଡ଼ଙ୍ଗୀ ପୁଣିଥରେ ଏହି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

Advertisment

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ମାଙ୍ଗାନିଜ୍ ଖଣି ପରିଚାଳନାରେ ବ୍ୟାପକ ଅନିୟମିତତା ହେଉଛି । ଲୁହା, ମାଙ୍ଗାନିଜ୍‌, କ୍ରୋମ ଇତ୍ୟାଦି ଖଣିଜ ସମ୍ବଳ ଓଡ଼ିଶାରେ ଗଚ୍ଛିତ ଥିଲେବି ଦରିଦ୍ର ରାଜ୍ୟ ରୂପେ ପରିଗଣିତ ହେଉଛି । ଦେଶର ମୋଟ ଖଣିଜ ସମ୍ବଳ ମଧ୍ୟରୁ ଓଡ଼ିଶାରେ ୯୬.୧୨% କ୍ରୋମ, ୫୧.୧୫% ବକ୍ସାଇଟ, ୩୩.୧୨% ଆଇରନ, ୪୩.୬୪% ମାଙ୍ଗାନିଜ ଗଚ୍ଛିତ ଅଛି । କିନ୍ତୁ ରାଜ୍ୟ ସରକାର ଓ ଖଣିମାଫିଆ ମାନଙ୍କ ଅନୈତିକ ବୁଝାମଣା ଏବଂ ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ଥା ଯୋଗୁଁ ଦୁର୍ନୀତି ଓ ଭ୍ରଷ୍ଟାଚାର ବ୍ୟାପକ ହେବାରେ ଲାଗିଛି ।

୨୦୧୦ ନଭେମ୍ବରରେ ରାଜ୍ୟ ସରକାରଙ୍କୁ ବ୍ୟାପକ ଖଣି ଦୁର୍ନୀତିର ତର୍ଜମା କରିବା ପାଇଁ  "ଶାହା କମିଶନ’ ଗଠିତ ହୋଇଥିଲା । ଶାହା କମିଶନ ଓଡ଼ିଶାର ଦୁର୍ନୀତି ଓ ଅନିୟମତିତା ସମ୍ପର୍କରେ ରିପୋର୍ଟ ଦେଇଥିଲେ ବି ରାଜ୍ୟ ସରକାର ଅଣଦେଖା କରିଥିଲେ । ଓଡ଼ିଶାର ୫୯ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି କିନ୍ତୁ ରାଜ୍ୟ ସରକାର ଏଯାଏଁ କୌଣସି ପଦକ୍ଷେପ ନନେଇ ଖଣି ଦୁର୍ନୀତିକୁ ଆହୁରି ବ୍ୟାପକ କରିବା ପାଇଁ ଚତୁରତାର ସହ ଅଭିନୟ ଉପାୟ ବାହାର କରିବା ଅତ୍ୟନ୍ତ ଲଜ୍ୟାଜନକ । ରାଜ୍ୟ ସରକାର ଓ ପ୍ରାଇଭେଟ ଲିଜଧାରୀ ଖଣିମାଲିକଙ୍କ ମଧ୍ୟରେ ଥିବା ଅନୈତିକ ବୁଝାମଣା ଦ୍ୱାରା ରାଜ୍ୟରେ ଖଣି ଗୁଡ଼ିକରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ହେବା ସହ ରାଜ୍ୟ ରାଜକୋଷର ହଜାର ହଜାର କୋଟି ଟଙ୍କା କ୍ଷତି ହେଉଛି । ରାଜ୍ୟ ସରକାର ଘରୋଇ ଖଣି ମାଲିକଙ୍କୁ ଚାପ ପକାଇ ଖଣି ଉନ୍ନୟନ ଓ  ଖଣି ପରିଚାଳନା ନିୟମ କିମ୍ବା ଉତ୍ପାଦନ ପାଇଁ ନିର୍ଦ୍ଦିଷ୍ଟ ଠିକାଦାର ଏନଂ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟ କମ୍ପାନୀ ସ୍ଥିରକରି ଉତ୍ପାଦ ଦ୍ରବ୍ୟ କମ୍ ମୂଲ୍ୟରେ ପରିବହନ ପାଇଁ ମନମୁଖୀ ନିୟମ ନିର୍ଦ୍ଧାରଣ କରିଛନ୍ତି ।

Advertisment

ଏହା କେବଳ ଖଣି ପରିଚାଳନା କିମ୍ବା ଟ୍ରାନ୍ସପୋର୍ଟର ପର୍ଯ୍ୟନ୍ତ ସୀମିତ ନରହି ଏକ ଅଭିନବ ଓ ଅନୈତିକ ରାସ୍ତାରେ ହଜାର ହଜାର କୋଟି ଟଙ୍କା ଲୁଟିବା ପାଇଁ ପ୍ରୟାସ କରାଯାଉଛି । ବିଗତ ଦିନରେ ଲୁହାପଥର ଉତ୍ପାଦନରେ ବ୍ୟାପକ ଦୁର୍ନୀତି ଦେଖାଯାଇଥିଲା । ସମାନ ଭାବେ କ୍ରୋମ ଏବଂ ମାଙ୍ଗାନିଜ ଉତ୍ତୋଳନରେ ମଧ୍ୟ ଉତ୍ତମ ଗୁଣବତା ଦ୍ରବ୍ୟକୁ ନିମ୍ନମାନର ଦେଖାଇ ବିକ୍ରୟ କରାଯାଉଛି । ଯଦ୍ୱାରା ରାଜ୍ୟ ରାଜକୋଷକୁ କ୍ଷତି ପହଁଚାଂଇବା ସହ ବ୍ୟାପକ ଦୁର୍ନୀତି କରିବାରେ ସହାୟକ ହୋଇଛି । ସେହିପରି ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍‌ଏଫ)ର କୁପରିଚାଳନା, ଉତ୍ପାଦନ ହେଉଥିବା ଭଲ ଗ୍ରେଡର ଲୁହା, ମାଙ୍ଗାନିଜ, କ୍ରୋମ ଖଣିଜ ପଦାର୍ଥକୁ ନିମ୍ନାମାନର ଦର୍ଶାଇ ନିମ୍ନ ମୂଲ୍ୟରେ ବିକ୍ରୟ କରି ରାଜକୋଷକୁ ରୟାଲିଟି ଡିଏମଏଫ ଏବଂ ଏନଏମ୍‌ଇଟିକୁ ଆବଶ୍ୟକୀୟ ଦେୟ ଫାଙ୍କି ରାଜ୍ୟ ସରକାର ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର କରି ହରିଲୁଟ୍ କରିଛନ୍ତିି ।

ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ ଉତ୍ପାଦିତ ଖଣିଜର ଆନୁପାତିକ କ୍ରମରେ ଅଧିକ ମାନର ଖଣିଜ ଧାତୁକୁ ନିମ୍ନମାନର ଦର୍ଶାଇ ଲିଜ୍‌ଧାରୀମାନେ ଏଏସପି କମ୍ ଦେଇଥାନ୍ତି । ଏହାଦ୍ୱାରା ଅନେକ ନିଲାମ ଖଣିମାନଙ୍କରୁ ଉତ୍ପାଦିତ ଖଣିଜକୁ ନିମ୍ନମାନର ଦର୍ଶାଇବା ଦ୍ୱାରା କୋଟି କୋଟି ରାଜକୋଷ କ୍ଷତି ହେଉଛି । ସିଲଜୋରି କାଲିମାଟି ଖଣିରେ ହେଉଥିବା ଖଣି ମାଲିକ ଓ ରାଜ୍ୟ ସରକାରଙ୍କ ସହ ଅନୈତିକ ବୁଝାମଣାରେ ରାଜ୍ୟ ରାଜକୋଷକୁ କ୍ଷତି ପହଚାଂଇଛି । ଖଣିଜ ପଦାର୍ଥ ନିଲାମ ପୂର୍ବରୁ ଲୋ-ଗ୍ରେଡ ମାଙ୍ଗାନିଜର ସର୍ବନିମ୍ନ ୪.୮୬ହାରରୁ ଆରମ୍ଭ କରି ସର୍ବାଧିକ ୪୦ପ୍ରତିଶତ ଯାଏ ନିର୍ଦ୍ଧାରିତ ଥିବାବେଳେ  ଅନୈତିକ ଭାବେ ଦୁଇ ବର୍ଷରେ ଯଥାକ୍ରମେ ୯୮ପ୍ରତିଶତ ଓ ୯୬ପ୍ରତିଶତ ଦର୍ଶାଇ ଦୁର୍ନୀତି  କରିବାର ଉପାୟ ଅବଲମ୍ବନ କରାଯାଇଛି ।

ମାଙ୍ଗାନିଜ ଧାତୁର ମାନ ଲୋଗ୍ରେଡ କରାଯାଇ ଖଣି ଲିଜଧାରୀ ଓ ଏହି ପକ୍ରିୟାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ପକେଟ୍‌କୁ କୋଟି କୋଟି ଟଙ୍କା ଯାଉଥିବାବେଳେ ରାଜ୍ୟ ରାଜକୋଷର ବିପୁଳ କ୍ଷତି ହେଉଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତିି ।  ଖଣି ଲିଜଧାରୀମାନେ ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କୁ ଉଦ୍ଦେଶ୍ୟମୂଳକଭାବେ ଠକି ଚାଲିଛନ୍ତି, ଅଥଚ ସେମାନଙ୍କ ଲିଜ୍ କାହିଁକି ରଦ୍ଦ କରାଯାଇନାହିଁ ତାହା ରାଜ୍ୟ ସରକାରଙ୍କୁ ସନ୍ଦେହ ଘେରରେ ରଖିଛି ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ ଓ ଜୀବନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Odisha Government Coal Scam Bjp Bjd Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe