Advertisment

ପାପ କଲେ ମନ୍ତ୍ରୀ, ତଣ୍ଡ ଗଣିଲା ଦଳ

ଚର୍ଚ୍ଚା ହେଉଛି,ଜଣେ ନୂଆ ରାଷ୍ଟ୍ରମନ୍ତ୍ରୀଙ୍କର କୁଆଡ଼େ ନିଜ ଦଳର ଜଣେ ନେତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା । ଗତ ପ୍ରାୟ ୮ଦିନ ପୂର୍ବରୁ  ଏହି ମନ୍ତ୍ରୀଙ୍କ ବିରୁଦ୍ଧରେ ପ୍ରତାରଣା ଓ ଦୁଷ୍କର୍ମ ଭଳି ସଙ୍ଗୀନ ମାମଲାରେ ଏଫଆଇଆର ରୁଜୁ କରିବାକୁ ସମ୍ପୃକ୍ତ ନେତ୍ରୀଜଣଙ୍କ ଥାନାକୁ ଯାଇଥିଲେ।

Man and Woman

Man and Woman

Advertisment

ଜଣେ ମନ୍ତ୍ରୀଙ୍କ ପାପକୁ ଲୁଚାଇବାକୁ ଯାଇ ରାଜ୍ୟର ସର୍ବାଧିକ ଲୋକପ୍ରିୟ ଦଳକୁ ପ୍ରାୟ ୯୦ଲକ୍ଷ ଟଙ୍କାର ତଣ୍ଡ ଗଣିବାକୁ ପଡ଼ିଛି । ଏ କଥାକୁ ଲୁଚାଇବାକୁ ପ୍ରୟାସ ହେଉଥିଲେ ବି ପାୱାର କରିଡ଼ରରେ ଏହି ଚର୍ଚ୍ଚା ଜୋରସୋରରେ ଚାଲିଛି । ଚର୍ଚ୍ଚା ହେଉଛି,ଜଣେ ନୂଆ ରାଷ୍ଟ୍ରମନ୍ତ୍ରୀଙ୍କର କୁଆଡ଼େ ନିଜ ଦଳର ଜଣେ ନେତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା । ଗତ ପ୍ରାୟ ୮ଦିନ ପୂର୍ବରୁ  ଏହି ମନ୍ତ୍ରୀଙ୍କ ବିରୁଦ୍ଧରେ ପ୍ରତାରଣା ଓ ଦୁଷ୍କର୍ମ ଭଳି ସଙ୍ଗୀନ ମାମଲାରେ ଏଫଆଇଆର ରୁଜୁ କରିବାକୁ ସମ୍ପୃକ୍ତ ନେତ୍ରୀଜଣଙ୍କ ଥାନାକୁ ଯାଇଥିଲେ । ଆଉ ମନ୍ତ୍ରୀଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଦେଖି ଥାନା ଅଧିକାରୀଙ୍କ ଅକଲଗୁଡୁମ୍ ହୋଇଯାଇଥିଲା । ଏଫଆଇଆର ରଖିବା ପାଇଁ ନେତ୍ରୀଜଣଙ୍କ ଜିଦ୍ ଧରିଥିଲେ। ଆଉ ତାଙ୍କୁ ବୁଝାଇବାରେ ବିଫଳ ହେବା ପରେ ତାଙ୍କ ଦଳର ଜଣେ ପ୍ରଭାବଶାଳୀ ନେତାଙ୍କୁ କୁଆଡ଼େ ଏ ସମ୍ପର୍କରେ ଥାନା ଅଧିକାରୀ ଅବଗତ କରାଇଥିଲେ । ତା’ପରେ ଦଳ ପକ୍ଷରୁ ସମ୍ପୃକ୍ତ ନେତ୍ରୀଙ୍କୁ ବୁଝାଇବାକୁ ଉଦ୍ୟମ ହୋଇଥିଲା । ତାଙ୍କର ଘନିଷ୍ଠ ଥିବା କିଛି ନେତ୍ରୀ କୁଆଡ଼େ ଥାନାକୁ ଯାଇ ବୁଝାସୁଝା କରବା ପରେ ସେ ଘରକୁ ଫେରିଥିଲେ । କିନ୍ତୁ ସେହି ମନ୍ତ୍ରୀଙ୍କୁ ଉଚିତ୍ ଶିକ୍ଷା ଦେବାକୁ କୁଆଡ଼େ ନେତ୍ରୀଜଣଙ୍କ ଜିଦ୍ ଧରିବା ପରେ ତାଙ୍କୁ ଦଳ ପକ୍ଷରୁ ଗୋଟିଏ ଫ୍ଲାଟ୍ କିଣିବା ପାଇଁ ପ୍ରାୟ ୯୦ଲକ୍ଷ ଟଙ୍କା ଦିଆଯାଇଥିବା ଶୁଣିବାକୁ ମିଳୁଛି ।

Advertisment

ଉକ୍ତ ମନ୍ତ୍ରୀଙ୍କ ସହ ଥିବା ଅନ୍ତରଙ୍ଗ ସମ୍ପର୍କର ପ୍ରମାଣ ଉକ୍ତ ନେତ୍ରୀଙ୍କ ପାଖରେ ରହିଥିବାରୁ କାଳେ ଦଳ ଓ ସରକାର ବଦନାମ ହେବ, ସେହି ଭୟରେ କଥାକୁ ରଫାଦଫା ପାଇଁ ଗତ କିଛିଦିନ ଧରି ଉଦ୍ୟମ ଚାଲିଛି । ମୋଟା ଅଙ୍କର ଅର୍ଥ ନେଇ ନେତ୍ରୀଜଣଙ୍କ ଚୁପ୍ ରହିବା ପରେ ଏବେ ତାଙ୍କୁ ଗୋଟିଏ ସରକାରୀ ପଦବୀ ଦେବାକୁ କୁଆଡ଼େ ଜିଦ୍ ଧରି ବସିଛନ୍ତି । ମନ୍ତ୍ରୀଙ୍କ ଚାରିତ୍ରିକ ସ୍ଖଳନ ଓ ପାପର ପ୍ରମାଣ ତାଙ୍କ ପାଖରେ ରହିଥିବାରୁ ସେ ଯେଭଳି ଚୁପ୍ ରହିବେ, ସେଥିପାଇଁ ଦଳ ପକ୍ଷରୁ କିଛି ନେତ୍ରୀଙ୍କୁ କୁଆଡ଼େ ଦାୟିତ୍ୱ ଦିଆଯାଇଛି । ସମ୍ପୃକ୍ତ ନେତ୍ରୀଙ୍କୁ ଗତ କିଛିଦିନ ଧରି ରାଜଧାନୀରେ ହେଉଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଆଉ ଦେଖିବାକୁ ମିଳୁନି । ମନ୍ତ୍ରୀ ଓ ସମ୍ପୃକ୍ତ ନେତ୍ରୀଙ୍କ ନେଇ ଏବେ ମନ୍ତ୍ରୀଙ୍କ ଅଫିସ ଓ ପାୱାର କରିଡ଼ରରେ ଚର୍ଚ୍ଚା ଜୋରରେ ହେଉଥିଲେ ବି ଏହା ସତ ନା ଗୁଜବ ତାହା ଜଣାପଡ଼ିନି ।

Odisha Police Rape Love Betrayal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe