Advertisment

ଆଜି ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଆହତଙ୍କୁ ଭେଟିବେ

ଭୁବନେଶ୍ୱର ଏମସ ପରିଦର୍ଶନ କରିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କଟକ ଏସସିବି ପରିଦର୍ଶନ କରିବେ।

Mansukh Mandaviya

Mansukh Mandaviya

Advertisment

ଆଜି ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ। ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମେ ସେ ଏମସକୁ ଯିବାର ସୂଚନା ମିଳିଛି। ଏମସକୁ ଯାଇ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବେ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ କେମିତି ଚିକିତ୍ସା ଚାଲିଛି, ତାର ତଦାରଖ କରିବେ। ଭୁବନେଶ୍ୱର ଏମସ ପରିଦର୍ଶନ କରିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କଟକ ଏସସିବି ପରିଦର୍ଶନ କରିବେ।

Advertisment

ସେଠାରେ ମଧ୍ୟ ଆହତଙ୍କୁ ଭେଟିବା ସହିତ ସେମାନଙ୍କୁ କେମିତି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି, ତାହା ଦେଖିବେ। ଗତକାଲି ବାହାନଗା ପରିଦର୍ଶନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ସହିତ କଥା ହୋଇଥିଲେ।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଭୟାବହ ଟ୍ରେନ ଦୁର୍ଘଟଣା ପରେ ଗତକାଲି ଘଟଣାସ୍ଥଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ୨ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ  ତାମିଲନାଡୁ ସରକାରଙ୍କ ୩ଜଣ ମନ୍ତ୍ରୀ ଗସ୍ତ କରିଥିଲେ ।

Advertisment
Balasore Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe