Advertisment

ସାଙ୍ଗଙ୍କ ଆଗରେ ପହଁରୁ ପହଁରୁ ଭାସିଗଲେ ନାବାଳକ

ନିଜେ ପହଁରା ଜାଣିଥିବା ନେଇ ବାହାଦୂରୀ ମାରିଥିଲେ ନାବାଳକ । ଏହାପରେ ସାଙ୍ଗମାନଙ୍କ ଆଗରେ ପହଁରୁ ପହଁରୁ ନଦୀ ସ୍ରୋତରେ ପଡ଼ିଗଲେ ନାବାଳକ ।

ଅଦ୍ୟତନ ହୋଇଛି
Missing Child

Missing Child

Advertisment

ଘରେ ନ ଜଣାଇ ସାଙ୍ଗମାନଙ୍କ ସହ ଖେଳିବାକୁ ଦୟା ନଦୀକୁ ଯାଇଥିଲେ ନାବାଳକ। ନିଜେ ପହଁରା ଜାଣିଥିବା ନେଇ ବାହାଦୂରୀ ବି ମାରିଥିଲେ । ଏହାପରେ ସାଙ୍ଗମାନଙ୍କ ଆଗରେ ପହଁରୁ ପହଁରୁ ନଦୀ ସ୍ରୋତରେ ପଡ଼ିଗଲେ ନାବାଳକ ।  ଗତକାଲି ଦୟା ନଦୀରେ ଭାସି ଯାଇଥିବା ନାବାଳକଙ୍କ ମୃତଦେହ ଅଜି ସକାଳେ ଉଦ୍ଧାର ହେଲା। ମୃତ ନାବାଳକଜଣକ ଲିଙ୍ଗିପୁର ଅଞ୍ଚଳର ସୁମିତେନ୍ଦ୍ର ବୋଲି ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଗତକାଲି ଭୁବନେଶ୍ୱର ଉପକଣ୍ଠ ଦୟାନଦୀରେ ଘଟିଛି।

Advertisment

ଗତକାଲି ଅପରାହ୍ନ ସାଙ୍ଗଙ୍କ ସହ ଖେଳିବାକୁ ଯାଉଛି କହି ସୁମିତେନ୍ଦ୍ର ଅନ୍ୟ ୩ ସାଙ୍ଗଙ୍କ ସହ ଦୟା ନଦୀ କୂଳକୁ ଯାଇଥିଲେ। ସେଠାରେ ସେମାନେ ବାଲିରେ ଖେଳୁଥିବା ବେଳେ ପହଁରା ଜାଣିଥିବା କହି ସୁମିତେନ୍ଦ୍ର ପହଁରିବାକୁ ଆରମ୍ଭ କଲେ। ମାତ୍ର ପାଣିର ସ୍ରୋତ ଅଧିକ ଥିବାରୁ ସେ ଧୀରେ ଧୀରେ ପାଣି ଭିତରକୁ ଠେଲି ହୋଇଗଲେ।

ଏହା ଦେଖି ଅନ୍ୟ ୩ ସାଙ୍ଗ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇ ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲେ। ସ୍ଥାନୀୟ ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ରାତି ୧୦ଟା ଯାଏ ଖୋଜାଖୋଜି କରିଥିଲେ ବି ନାବାଳକଙ୍କ ପତ୍ତା ପାଇ ପାରି ନ ଥିଲେ।

Advertisment

ଏହାପରେ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିବା ବେଳେ ଆଜି ଅଗ୍ନିଶମ ବାହିନୀ ଓ ସ୍କୁବା ଡାଇଭର ମିଳିତ ଭାବେ ଖୋଜାଖୋଜି ଆରମ୍ଭ କରି ମୃତଦେହ ଉଦ୍ଧାର କରିଛନ୍ତି। ସୁମିତେନ୍ଦ୍ରଙ୍କ ମୃତଦେହ ଦେଖି ତାଙ୍କ ବାପାମା’ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। 

ସୂଚନାଯୋଗ୍ୟ, ସୁମିତେନ୍ଦ୍ର ଅଷ୍ଟମ ପରୀକ୍ଷା ଦେଇ ସାରିଥିବା ବେଳେ ଚଳିତ ବର୍ଷ ନବମରେ ପଢ଼ିଥାନ୍ତେ। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ । 

River Mishap Drowning Missing Child
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe