Advertisment

ବିଜେପି ମୁଖପାତ୍ରଙ୍କୁ ଆକ୍ରମଣ କଲେ, କାର୍ଯ୍ୟାଳୟ ଉପରକୁ ଟେକାମାଡ଼ କଲେ ଦୁର୍ବୃତ୍ତ

ଢେଲା ପଥର ମାଡରେ ବିଜେପି କାର୍ଯ୍ୟାଳୟରେ ଲାଗିଥିବା କାଚ ଗୁଡ଼ିକ ଭାଙ୍ଗି ଯାଇଛି।

ଅଦ୍ୟତନ ହୋଇଛି
BjP

BjP

Advertisment

ବିଜେପି ରାଜ୍ୟ କାର୍ଯ୍ୟାଳୟ ଉପରକୁ ଢେଲା ପଥର ମାଡ କରିବା ସହ ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀଙ୍କ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଢେଲା ପଥର ମାଡରେ ବିଜେପି କାର୍ଯ୍ୟାଳୟରେ ଲାଗିଥିବା କାଚ ଗୁଡ଼ିକ ଭାଙ୍ଗି ଯାଇଛି। ଏହାସହ ଦୁର୍ବୃତ୍ତମାନେ ଅନ୍ୟ କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଜଣାଯାଇଛି। ପୁଲିସ ଦୁର୍ବୃତ୍ତମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏନେଇ ଖାରବେଳନଗର ଥାନାରେ ବିରଞ୍ଚି ତ୍ରିପାଠୀ ଅଭିଯୋଗ କରିଛନ୍ତି।

Advertisment

ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ କହିଛନ୍ତି, ଗତକାଲି ରାତି ପ୍ରାୟ ୮ଟା ସମୟରେ ଦୁଇଜଣ କେନ୍ଦ୍ର ମନ୍ତ୍ରୀ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ସେମାନେ ଗଲା ପରେ ଦୁଇଜଣ ଦୁର୍ବୃତ୍ତ ଖରାପ ଭାଷାରେ ଗାଳିଗୁଲଜ କରିବା ସହ କାର୍ଯ୍ୟାଳୟ ଭିତରକୁ ପଶି ଆସିଥିଲେ, ଆମର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଦୁର୍ବୃତ୍ତମାନେ ପଥର ଫିଙ୍ଗିବା ସହ ଆକ୍ରମଣ କରିଥିଲେ। ଆମର ଅନ୍ୟ କର୍ମକର୍ତ୍ତାମାନେ ୨ଜଣ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ। ପରେ ସେମାନେ ଆମ କର୍ମକର୍ତ୍ତାଙ୍କୁ  ଭୁଲମାଗି ଥିଲେ। ଆମେ ସେମାନଙ୍କୁ ଛାଡ଼ି ଦେଇଥିଲୁ। ଏନେଇ ଆମେ ପୁଲିସକୁ ଫୋନ କରି ଜଣାଇଥିଲୁ।

ବିରଞ୍ଚି ଆହୁରି କହିଛନ୍ତି, ପରେ ରାତି ୧୧ଟା ସମୟରେ ପୁଣି ୨ଜଣ ଦୁର୍ବୃତ୍ତ ବିଜେପି କାର୍ଯ୍ୟାଳୟ ଉପରକୁ ପଥର ମାଡ଼ କରିଥିଲେ। ଏନେଇ ଆମେ ପିସିଆରକୁ ଫୋନ କରି ଜଣାଇଥିଲୁ। ପୁଲିସ ପହଞ୍ଚିବା ପରେ ମୁଁ କାର୍ଯ୍ୟାଳୟ ବାହାରେ ଠିଆ ହୋଇଥିଲି। ଏହି ସମୟରେ ୨ଜଣ ଦୁର୍ବୃତ୍ତ ଆସି ମୋତେ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ମୋ ଉପରକୁ ପଥରମାଡ଼ କରିଥିଲେ। ବିଜେପି କାର୍ଯ୍ୟାଳୟକୁ ଉଡ଼ାଇଦେବୁ ବୋଲି ଧମକ ଦେଇଥିଲେ। ପରେ ସେମାନଙ୍କୁ ପୁଲିସ କାବୁ କରି ନେଇଥିଲା। 

Advertisment
Bhubaneswar State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe