Advertisment

ଅସୁରକ୍ଷିତ ରାଜଧାନୀ; ଲୁଟ୍ ଉଦ୍ଦେଶ୍ୟରେ ବାଲେଶ୍ୱର ଏସ୍‌ପିଙ୍କ ବାପାମା’ଙ୍କୁ ମରଣାନ୍ତକ ଆକ୍ରମଣ

ଗତକାଲି ବିଳମ୍ବିତ ରାତିରେ ସାଗରିକାଙ୍କ ବାପା, ମାଆ ଏକ କାର୍‌ରେ ଘାଟିକିଆ ରାସ୍ତାରେ ନିଜ ଘର ଖଣ୍ଡଗିରିକୁ ଫେରୁଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
IPS Sagarika Nath

IPS Sagarika Nath

ଆଉ ସୁରକ୍ଷିତ ନାହିଁ ରାଜଧାନୀ ଭୁବନେଶ୍ୱର ରାଜରାସ୍ତା। ରାଜଧାନୀର ଛାତି ଉପରେ ବିଚ୍‌ ରାସ୍ତାରେ ହେଉଛି ଲୁଟ୍, ରାହାଜାନୀ ଓ ହତ୍ୟା। । ଏପରି କାଣ୍ଡ ଭିଆଇ କମିଶନରେଟ୍‌ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ। ଗତକାଲି ରାତିରେ ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ବାପାମା’ଙ୍କ ଠାରୁ ଲୁଟ୍ ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ଏହାସହ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ସାଗରିକାଙ୍କ ପରିବାର ପକ୍ଷରୁ ଭରତପୁର ଥାନାରେ ଅଭିଯୋଗ କରାଯାଇଛି। 

Advertisment

ସୂଚନାଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସାଗରିକାଙ୍କ ବାପା, ମାଆ ଏକ କାର୍‌ରେ ଘାଟିକିଆ ରାସ୍ତାରେ ନିଜ ଘର ଖଣ୍ଡଗିରିକୁ ଫେରୁଥିଲେ। ଏହି ସମୟରେ ଏକ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କ କାର୍‌କୁ ପିଛା କରିଥିଲେ। କିଛି ବାଟ ପିଛା କରିବା ପରେ ଆମ୍ରି ହସପିଟାଲ ନିକଟରେ ସେମାନଙ୍କ କାର୍‌ ଆଗରେ ବାଇକ୍ ରଖି ଦେଇଥିଲେ। ପରେ ସାଗରିକାଙ୍କ ବାପା, ମାଆଙ୍କ ଠାରୁ ଟଙ୍କା ଓ ସୁନା ବାହାର କରି ଦେବାକୁ କହିଥିଲେ। ଟଙ୍କା,ସୁନା ଦେବାକୁ ସାଗରିକାଙ୍କ ବାପା, ମାଆ ଅରାଜି ହେବାରୁ ଲୁଟେରାମାନେ ସେମାନଙ୍କଠାରୁ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ।

ଏନେଇ ସାଗରିକାଙ୍କ ବାପା ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ପରେ ଦୁର୍ବୃତ୍ତମାନେ ସାଗରିକାଙ୍କ ବାପା, ମାଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଲୁଟେରାମାନେ ବାଇକ୍‌ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ।

Advertisment

ଏନେଇ ସାଗରିକାଙ୍କ ପରିବାର ପକ୍ଷରୁ ଭରତପୁର ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ସେହି ରାସ୍ତାରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି । ଘଟଣାସ୍ଥଳରୁ ଲୁଟେରାଙ୍କ ଏକ ବାଇକ ଜବତ କରାଯାଇଛି।  ଆଇପିଏସ ଅଧିକାରୀ ସାଗରିକା ନାଥ ଏବେ ବାଲେଶ୍ୱର ଏସପି ଅଛନ୍ତି । ପୂର୍ବରୁ ସେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଭାବେ କାର୍ଯ୍ୟ କରିଛନ୍ତି ।

Bhubaneswar Loot