Advertisment

ମୋ ବସ-ADMଙ୍କ ଗାଡି ଦୁର୍ଘଟଣା ଘଟଣା: ସିସିଟିଭି ଫୁଟେଜ ସହ ସ୍ପଷ୍ଟୀକରଣ ରଖିଲା କ୍ରୁଟ୍

ଗତକାଲି ଅପରାହ୍ନରେ ରାଜଧାନୀର ରାଜଭବନ ଛକରେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି ସହ ମୋ ବସର ଧକ୍କା ହୋଇଥିଲା।

author-image
Tapaswini Nayak
Road Accident

Road Accident

କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି ଓ ମୋ ବସ ଦୁର୍ଘଟଣା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିବା ସହ ସିସିଟିଭି ଫୁଟେଜ ଜାରି କରିଛନ୍ତି ମୋ ବସ କର୍ତ୍ତୃପକ୍ଷ(କ୍ରୁଟ) । ଦୁର୍ଘଟଣାରେ ମୋ ବସ ଡ୍ରାଇଭରଙ୍କର କୌଣସି ତ୍ରୁଟି ନଥିବା ଦର୍ଶାଇ କ୍ରୁଟ ଦୁର୍ଘଟଣା ସମୟର ସିସିଟିଭି ଭିଜୁଆଲ ଜାରି କରିଛି। ବସଟି ଡ୍ରାଇଭରଙ୍କ ନିୟନ୍ତ୍ରଣରେ ଥିଲା ଓ ଚାଳକ ଦୁର୍ଘଟଣାକୁ ରୋକିବାକୁ ଶକ୍ତିମତେ ସମସ୍ତ ଉଦ୍ୟମ କରିଥିଲେ ବୋଲି ମୋ ବସ୍ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇଛନ୍ତି।

Advertisment

ଗତକାଲି ଅପରାହ୍ନରେ ରାଜଧାନୀର ରାଜଭବନ ଛକରେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି ସହ ମୋ ବସର ଧକ୍କା ହୋଇଥିଲା। ଏହି ବଡ଼ ଦୁର୍ଘଟଣାରେ ବର୍ତ୍ତିଯାଇଥିଲେ  ଏଡିଏମ୍ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ମୋ ବସ୍‌ର ଯାତ୍ରୀ। 

 ଦୁର୍ଘଟଣାରେ ଆହତ ହୋଇଥିବା ଅତିରିକ୍ତ ଜିଲ୍ଲାପାଳଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ମୋ ବସ୍‌ରେ ଥିବା ସବୁ ଯାତ୍ରୀ ସୁରକ୍ଷିତ ଥିଲେ। ଦୁର୍ଘଟଣା ପରେ ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଉଭୟ ଗାଡିକୁ ଜବତ କରିଥିଲା ପୁଲିସ।

Advertisment
Bhubaneswar Road Accident , Odisha Police