Advertisment

ମୋ ସରକାର ନା ଶୂନ ସରକାର?

ବିଜେବି କଲେଜର ଛାତ୍ରୀ ରୁଚିକା ରାଗିଂ ଓ ଆତ୍ମହତ୍ୟା ଘଟଣା ହେଉ କିମ୍ବା ବଲାଙ୍ଗୀର ମେଡିକାଲ କଲେଜର ରାଗିଂ ଘଟଣା। ଏହି ସବୁ କଲେଜରେ ଆଣ୍ଟିଂ ରାଗିଂ ସେଲ ଠିକ ଭାବେ କାମ କରୁଛି କି ନାହିଁ କେହି ନୋଡାଲ ଅଧିକାରୀ ଯାଂଚ୍ କରିବାକୁ ଉଚିତ ମଣିନାହାନ୍ତି।

ଅଦ୍ୟତନ ହୋଇଛି
BJB College

BJB College

Advertisment

୨୦୧୯ ଗାନ୍ଧୀ ଜୟନ୍ତୀରେ ‘ମୋ ସରକାର’ ଇନିସିଏଟିଭ୍ ବା ଉଦ୍ୟମ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ମୋ ସରକାର’ ବ୍ୟବସ୍ଥାରେ ଲୋକଙ୍କ ଫିଡବ୍ୟାକ୍ ନିଆଯାଇ ଶାସନକୁ ଲୋକାଭିମୁଖୀ କରାଯିବ ବୋଲି କହିଥିଲେ। ଏହିକ୍ରମରେ ତିନି ବର୍ଷ ତଳେ ୨୦୨୨ ମାର୍ଚ୍ଚ ୪ ତାରିଖରେ ଉଚ୍ଚ ଶିକ୍ଷା ବିଭାଗରେ ପ୍ରବେଶ କରିଥିଲା ‘ମୋ ସରକାର’।

Advertisment

୧୫ଟି ପ୍ରସଙ୍ଗ ଉପରେ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଉଚ୍ଚ ଶିକ୍ଷା ବିଭାଗର ଜଣେ ନୋଡାଲ ଅଧିକାରୀ ସାଧାରଣ ପ୍ରଶାସନ ବିଭାଗକୁ ଫିଡ୍ ବ୍ୟାକ୍ ଦେବେ ବୋଲି ନିର୍ଦ୍ଦେଶ ଦିଆଗଲା। ଏଥିପାଇଁ ଦାୟିତ୍ବରେ ଥିବା ନୋଡାଲ ଅଧିକାରୀ ରାଜ୍ୟର କିଛି କଲେଜ ପରିଦର୍ଶନରେ ଯାଇ ଯାଞ୍ଚ କରିବା ସହ ଫୋନରେ ଫିଡ୍ ବ୍ୟାକ୍ ନେବା କଥା। ମାତ୍ର ଗତ ମାର୍ଚ୍ଚ ମାସର ଫିଡ ବ୍ୟାକ୍ ଫର୍ମାଟ୍ ଦେଖିଲେ ଜଣାପଡ଼ୁଛି କୌଣସି ଗୋଟିଏ କଲେଜକୁ ଯାଇ ଭେରିଫିକେସନ୍ ବା ଯାଂଚ୍ କରିନାହାନ୍ତି ସ୍ୱତନ୍ତ୍ର ବା ଯୁଗ୍ମ ସଚିବ ପାହ୍ୟାର ନୋଡାଲ୍ ଅଧିକାରୀ। କେବଳ ଚଳିତ ବର୍ଷର ମାର୍ଚ୍ଚ ମାସ ନୁହେଁ, ୨୦୨୨ ଏପ୍ରିଲ ମାସ, ୨୦୨୨ ଜୁନ୍ ମାସର ଫର୍ମାଟରେ ବି ସମାନ କଥା ରହିଛି। କୌଣସି ଗୋଟିଏ କଲେଜ ପରିଦର୍ଶନରେ ଯାଇନାହାନ୍ତି କୌଣସି ନୋଡାଲ ଅଧିକାରୀ। ସକାରାତ୍ମକ ବା ନକାରାତ୍ମକ ମତାମତ ନେବା ତ ଦୂରର କଥା, ଲାପଟପ୍ ବଣ୍ଟନ, କର୍ମଚାରୀଙ୍କ ସମସ୍ୟା ଓ ନାମଲେଖା ଭଳି ଅନ୍ୟ ପ୍ରସଙ୍ଗରେ ବି ଯାହାତାହା ବା କାମଚଳା ସଂଖ୍ୟା ଲେଖି ଛାଡ଼ିଦେଲା ଭଳି ଲାଗୁଛି।

Formatକଲେଜମାନଙ୍କୁ ଦିଆଯାଉଥିବା ଫର୍ମାଟ

ବିଜେବି କଲେଜ ଅଧ୍ୟକ୍ଷ ପ୍ର. ଗୁଲାମ ମୋଇନୁଦ୍ଦିନ ଖାନ୍ କହିଛନ୍ତି, ନୋଡାଲ ଅଫିସର ନ ଆସିଲେ ବି ଉଚ୍ଚ ଶିକ୍ଷା ବିଭାଗର ଅନ୍ୟ ଅଧିକାରୀମାନଙ୍କ ସହ ଆମେ ନିୟମିତ ଯୋଗାଯୋଗରେ ରହି କଲେଜ ସମସ୍ୟା ଦୂର କରୁଛୁ।

Advertisment

ରାଜ୍ୟରେ ପ୍ରାୟ ୭୫୦ ଉଚ୍ଚ ଶିକ୍ଷାନୁଷ୍ଠାନ- କଲେଜ ଓ ବିଶ୍ୱବିଦ୍ୟାଳୟ ରହିଥିବାବେଳେ ବିଭିନ୍ନ ସମସ୍ୟା ଲାଗି ରହିଛି। ବିଜେବି କଲେଜର ଛାତ୍ରୀ ରୁଚିକା ରାଗିଂ ଓ ଆତ୍ମହତ୍ୟା ଘଟଣା ହେଉ କିମ୍ବା ବଲାଙ୍ଗୀର ମେଡିକାଲ କଲେଜର ରାଗିଂ ଘଟଣା- ଏହି ସବୁ କଲେଜରେ ଆଣ୍ଟିଂ ରାଗିଂ ସେଲ ଠିକ ଭାବେ କାମ କରୁଛି କି ନାହିଁ କେହି ନୋଡାଲ ଅଧିକାରୀ ଯାଂଚ୍ କରିବାକୁ ଉଚିତ ମଣିନାହାନ୍ତି। ପୁରାତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହଯୋଗ ଭିତ୍ତିରେ ୨୦୨୧ରେ ଆରମ୍ଭ ହୋଇଥିବା ‘ମୋ କଲେଜ’ ଅଭିଯାନରେ ବି ମାଲକାନଗିରି ଡିଗ୍ରୀ କଲେଜ ଭଳି ଅନେକ କଲେଜରେ ଭିତ୍ତିଭୂମିର ବିକାଶ କାମ ହୋଇପାରିନି। ମାଲକାନଗିରି ଡିଗ୍ରୀ କଲେଜ ଏକ ପୁରୁଣା କଲେଜ ହୋଇଥିବା ସତ୍ତ୍ୱେ ଏଠାରେ କ୍ଲାସ୍ ରୁମ୍, ଲାଇବ୍ରେରୀ ଓ ଖେଳ ପଡିଆର ଅଭାବ ରହିଛି ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ଅଶୋକ ଷଡ଼ଙ୍ଗୀ।

ସେମିତି କୋରାପୁଟ ସରକାରୀ ମହାବିଦ୍ୟାଳୟକୁ ଇତିମଧ୍ୟରେ ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ ଆସିଥିଲେ। ହେଲେ ୫୦ରୁ ଅଧିକ ପୁରୁଣା ଛାତ୍ର ବା ଆଲୁମିନିଙ୍କୁ ନେଇ ଗଠିତ କମିଟି ଅର୍ଥ ସଂଗ୍ରହ କାର୍ଯ୍ୟ ସାରିନଥିବାରୁ ସରକାରୀ ସହାୟତା ବି ମିଳିପାରିନାହିଁ। ଭିତ୍ତିଭୂମି ସମସ୍ୟା ଲାଗି ରହିଥିବା କହିଛନ୍ତି କଲେଜ ଅଧ୍ୟକ୍ଷ ଦୀପକ କୁମାର ପଟ୍ଟନାୟକ।

କେବଳ ଫଳକରେ ସୀମିତ ରହିଛି ମୋ ସରକାର। କେବଳ ପ୍ରଚାର କରି ରାଜନୀତି କରାଯାଇପାରେ, ମାତ୍ର ବିକାଶ ନୁହେଁ ବୋଲି ସ୍ପଷ୍ଟ ହୋଇଛି।

ଏ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି. ଅଧିକାରୀ କ୍ଷେତ୍ର ଉପରକୁ ଯାଇ ଯାଂଚ କରୁଛନ୍ତି କି ନାହିଁ ତୁରନ୍ତ କହିପାରିବି ନାହିଁ, ମାତ୍ର ନିୟମିତ ଫୋନ୍ କଲ ଜରିଆରେ ଫିଡବ୍ୟାକ୍ ନିଆଯାଉଛି।

(ରିପୋର୍ଟ: ମାଲକାନଗିରିରୁ ରତ୍ନାକର ପ୍ରଧାନ, କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା ଓ ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନ୍‌ଗୋ)

BjD Poltics Mo Sarkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe