Advertisment

କରୋନା ମୁକାବିଲା ପାଇଁ ମକଡ୍ରିଲ୍‌, ବିଶେଷଜ୍ଞ କହିଲେ- ମାସେ ମଧ୍ୟରେ ଆସିପାରେ ପିକ୍‌

କୋଭିଡ୍ ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ବିଭିନ୍ନ ମେଡିକାଲରେ ମକଡ୍ରିଲ ହୋଇଛି । ସରକାରୀ ମେଡିକାଲ ସହିତ ଘରୋଇ ମେଡିକାଲରେ ମଧ୍ୟ ମକଡ୍ରିଲ କରାଯାଇଛି ।

ଅଦ୍ୟତନ ହୋଇଛି
Covid Preparation

Covid Preparation

Advertisment

ପୁଣି ଥରେ ମୁଣ୍ଡ ଟେକିଲାଣି କରୋନା। ଡରାଇଲାଣି କରୋନାର ସବ୍ ଭାରିଆଣ୍ଟ XBB1.16 । ମହାମାରୀ ଏବେ ଉପରମୁହାଁ ଥିବା ବେଳେ ମାସେ ଭିତରେ ପିକ୍‌ ଆସିପାରେ ବୋଲି ଚେତାବନୀ ଦେଲେଣି ବିଶେଷଜ୍ଞ । ତେଣୁ ମୁକାବିଲା ପାଇଁ କେନ୍ଦ୍ର ଆଡଭାଇଜରି ଅନୁସାରେ ରାଜ୍ୟରେ ଆରମ୍ଭ ହେଲାଣି ପ୍ରସ୍ତୁତି ।

Advertisment

କୋଭିଡ୍ ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ବିଭିନ୍ନ ମେଡିକାଲରେ ମକଡ୍ରିଲ ହୋଇଛି । ସରକାରୀ ମେଡିକାଲ ସହିତ ଘରୋଇ ମେଡିକାଲରେ ମଧ୍ୟ ମକଡ୍ରିଲ କରାଯାଇଛି । ଆସନ୍ତା କାଲି ମଧ୍ୟ ଏହି ମକ୍‌ ଡ୍ରିଲ କରାଯିବ । କୋଭିଡର ମୁକାବିଲା ପାଇଁ କ୍ୟାପିଟାଲଠୁ ଆରମ୍ଭ କରି ଏସସିବି ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ ହୋଇ ସାରିଲେଣି। ଦେଶରେ ଦିନକରେ ୫୮୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କୋଭିଡ୍ କେସ୍ ୬୨୯ ରହିଛି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ଆଜି ମକ ଡ୍ରିଲ୍‌ କରାଯାଉଥିବା ବେଳେ ଆସନ୍ତା କାଲି ବି ଏହା କରାଯିବ । ଏହାର ଉଦ୍ଦେଶ୍ୟ କେତେ ବେଡ, ଆଇସିୟୁ ବେଡ, ଅକ୍ସିଜେନ, ସପୋର୍ଟ ସିଷ୍ଟମ, ଉପକରଣ, ଔଷଧ, ପିପିଇ କିଟ୍‌ର ମହଜୁଦ ଅଛି ତାହା ଜଣାଯିବ । ସବୁ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଏହି ମକ୍‌ ଡ୍ରିଲ୍‌ କରାଯାଉଛି ।

Advertisment

ରାଜ୍ୟରେ ଏବେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଅଧିକା ଅଛି। ଅଧିକାଂଶ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ବେଳେ ୧୨ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସେ କହିଛନ୍ତି।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ମାସେ ମଧ୍ୟରେ ପିକ୍‌ ହୋଇପାରେ। ତେଣୁ ଆତଙ୍କିତ ନ ହୋଇ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ଆମେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଏସସିବି ମେଡିକାଲରେ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି। ଏଥିଲାଗି କଟକରେ ସ୍ୱତନ୍ତ୍ର ଡେଡିକେଟେଡ କୋଭିଡ ୱାର୍ଡ ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ୨ ଜଣ କୋଭିଡ ରୋଗୀ ଏହି ୱାର୍ଡରେ ଭର୍ତ୍ତି ହୋଇ ସାରିଲେଣି। ୨୦ ଟି ବେଡ୍ ସହ ଏଥିରେ ୨ଟି ଆଇସିୟୁ ବେଡ଼ ପ୍ରସ୍ତୁତ କରି ରଖାଯାଇଛି। ସେହିପରି VRDL କୋଭିଡ ଟେଷ୍ଟିଂକୁ ତ୍ୱରାନ୍ୱିତ କରାଯାଉଛି ବୋଲି କହିଛନ୍ତି ଏସସିବି କର୍ତ୍ତୃପକ୍ଷ ।

ଏସସିବିରେ ପ୍ରତିଦିନ ପ୍ରାୟ ଏକ ହଜାର ପାଖାପାଖି କୋଭିଡ ଟେଷ୍ଟ ହେଉଛି। ସେପଟେ ପଲ୍ୟମୁନାରୀ ମେଡିସିନ ବିଭାଗ ମୁଖ୍ୟଙ୍କୁ କୋଭିଡ ନୋଡାଲ ଅଫିସର ଭାବେ ଦାୟିତ୍ୱ ମିଳିଛି। ଫିଭର କ୍ଲିନିକ୍‌କୁ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି।

କୋଭିଡ ୱାର୍ଡରେ ଦୁଇ ଜଣ ନର୍ସିଂ ଷ୍ଟାଫ୍, ୨ ଜଣ ଆଟେଣ୍ଡାଣ୍ଟ, ଜଣେ ସୁରକ୍ଷାକର୍ମୀଙ୍କ ସମେତ ଦୁଇ ଜଣ ଡାକ୍ତରଙ୍କୁ ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ କରାଯାଇଛି। ଅଧିକ ସଂଖ୍ୟକ ରୋଗୀ ଆସିଲେ ବେଡ଼ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ଏସସିବି କୁଳସଚିବ ଅବିନାଶ ରାଉତ ।

ସେ କହିଛନ୍ତି, କୋଭିଡ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ। ପ୍ରଥମ ପେସେଣ୍ଟ ରିସିଭ କରିଥିଲୁ। ସେ ସୁସ୍ଥ ହେଲେଣି। ଗତକାଲି ଆଉ ଜଣେ ପେସେଣ୍ଟ ଆସିଛନ୍ତି। ମେଡିସିନଠୁ ଆରମ୍ଭ କରି ଚିକିତ୍ସା ଉପକରଣ ସବୁମହଜୁଦ ରଖା ଯାଇଛି।

Bhubaneswar Covid19 COVID Guideline Covid Management
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe