Advertisment

ରାଜ୍ୟରେ ସ୍କ୍ରାପ ହେବ ୨୦ ଲକ୍ଷରୁ ଅଧିକ ଗାଡ଼ି

ସ୍କ୍ରାପ୍ ହେବାକୁ ଥିବା ଗାଡ଼ି ଗୁଡ଼ିକ ମଧ୍ୟରେ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ଟି ମୋଟର ସାଇକେଲ/ସ୍କୁଟର ରହିଛି।

Old Vehicles

Old Vehicles

Advertisment

ରାଜ୍ୟରେ ସ୍କ୍ରାପ ହେବ ୨୦ଲକ୍ଷ ୩୯ ହଜାର ୫୦୦ ଗାଡ଼ି। ଯେଉଁ ଗାଡ଼ି ଗୁଡ଼ିକ ୧୫ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବ ଓ ଯେଉଁ ଗାଡ଼ି ଗୁଡ଼ିକର ଫିଟ୍‌ନେସ ନଥିବ, ସେଗୁଡ଼ିକୁ ସ୍କ୍ରାପ୍ କରାଯିବ। ସ୍କ୍ରାପ୍ ହେବାକୁ ଥିବା ଗାଡ଼ି ଗୁଡ଼ିକ ମଧ୍ୟରେ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ଟି ମୋଟର ସାଇକେଲ/ସ୍କୁଟର ରହିଛି।

Advertisment

ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ତଥ୍ୟ ଦେଇଛନ୍ତି। ବିଜେପି ବିଧାୟକ କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଟୁକୁନି ସାହୁ ଏହି ତଥ୍ୟ ଦେଇଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟ୍‌ନେସ୍ ରହିଛି। ଫିଟ୍‌ନେସ୍‌ ନଥିବା ଗାଡ଼ି ଗୁଡ଼ିକୁ ସ୍କ୍ରାପିଂ ପାଇଁ ରାଜ୍ୟ ସରକାର ସ୍କ୍ରାପ୍ ପଲିସି ୨୦୨୨ ପ୍ରଣୟନ କରିଛନ୍ତି।

Advertisment

ସେହିପରି ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟରେ ଘଟୁଥିବା ସଡ଼କ ଦୁର୍ଘଟଣା ସଂପର୍କିତ କିଛି ତଥ୍ୟ ଉପସ୍ଥାପନ କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ୨୦୨୧ ମସିହାରେ ସର୍ବଭାରତୀୟ ସ୍ତରରେ ସଡ଼କ ଦୁର୍ଘଟଣା ପୂର୍ବବର୍ଷ ତୁଳନାରେ ୧୨.୬୪% ବୃଦ୍ଧି ପାଇଥିବା ବେଳେ ତତ୍‌ଜନିତ ମୃତ୍ୟୁସଂଖ୍ୟା ୧୬.୦୯%କୁ ବୃଦ୍ଧି ପାଇଛି। ଆମ ରାଜ୍ୟରେ ୨୦୨୧ ମସିହାରେ ପୂର୍ବବର୍ଷ ତୁଳନାରେ ସଡ଼କ ଦୁର୍ଘଟଣା ଓ ତତ୍‌ଜନିତ ମୃତ୍ୟୁସଂଖ୍ୟାର ବୃଦ୍ଧି ହାର ଯଥାକ୍ରମେ ୧୧.୮୯% ଓ ୭.୦୪% ରହିଛି, ଯାହାକି ସର୍ବଭାରତୀୟ ସ୍ତରଠାରୁ କମ୍।

ରାଜ୍ୟରେ ମଦ୍ୟପାନ ଯୋଗୁ ଘଟୁଥିବା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ସମୁଦାୟ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାର ୧.୬୩% ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

Odisha Odisha Assembly Vehicle Scrappage Policy Odisha Assembly Budget Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe