Advertisment

SI ପରୀକ୍ଷା ଘୋଟାଲା: ମୋଷ୍ଟ ୱାଣ୍ଟେଡ୍‌ ଦଲାଲ ମୁନା ମହାନ୍ତି ଗିରଫ

SI ପରୀକ୍ଷା ଘୋଟାଲାର ମୋଷ୍ଟ ୱାଣ୍ଟେଡ୍‌ ଦଲାଲ ମୁନା ମହାନ୍ତି ଗିରଫ। ଦଶପଲ୍ଲା ନିକଟରୁ ଗିରଫ କଲା କ୍ରାଇମବ୍ରାଞ୍ଚ। ମୁନାର ଅନ୍ୟତମ ସହଯୋଗୀ ସୁକାନ୍ତ ମହାରଣା ଓରଫ୍ ରିଙ୍କୁ ମଧ୍ୟ ଗିରଫ।

Muna

Muna

Advertisment

SI ପରୀକ୍ଷା ଘୋଟାଲାର ମୋଷ୍ଟ ୱାଣ୍ଟେଡ୍‌ ଦଲାଲ ମୁନା ମହାନ୍ତି ଗିରଫ। ଦଶପଲ୍ଲା ନିକଟରୁ ଗିରଫ କଲା କ୍ରାଇମବ୍ରାଞ୍ଚ। ମୁନାର ଅନ୍ୟତମ ସହଯୋଗୀ ସୁକାନ୍ତ ମହାରଣା ଓରଫ୍ ରିଙ୍କୁ ମଧ୍ୟ ଗିରଫ। ମୁନା ଓ ରିଙ୍କୁ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା। ୩ ଜଣଙ୍କୁ ଗିରଫ ପରେ ବ୍ରହ୍ମପୁର ନିଆଯାଇଥିବା ସୂଚନା। ଅନ୍ୟତମ କିଙ୍ଗ୍‌ପିନ୍ ଶଙ୍କର ପୃଷ୍ଟି ଏବେ ବି ଫେରାର ଅଛି।

Advertisment

ଅନ୍ୟପକ୍ଷରେ ମୁନା ଓ ଅନ୍ୟ ଦୁଇ ଜଣ ଗିରଫ ହେବା ପରେ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୨୦ ଟପି ଯାଇଛି, ଯେଉଁମାନଙ୍କ ମଧ୍ୟରେ ୧୧୪ ଜଣ ଏସ୍‌ଆଇ ଆଶାୟୀ ଅଛନ୍ତି। ମୁନା, ଶଙ୍କର ପୃଷ୍ଟି ଓ ତା’ ପତ୍ନୀ ଏହା ମଧ୍ୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। 

ଏହି ମାମଲାରେ କିଛି ଦିନ ତଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ‘ବଣିକ’ କୋଚିଂ ସେଣ୍ଟରରେ ଚଢ଼ାଉ କରାଯାଇଥିଲା। ଏହା ସହିତ ତା’ର କିଛି କର୍ମଚାରୀଙ୍କୁ ଘନ ଘନ ଜେରା କରାଯାଇଥିଲା। ଏହି ମାମଲାରେ ଗିରଫ କିଛି ଆଶାୟୀ ‘ବଣିକ’ରେ କୋଚିଂ ନେଉଥିବାରୁ ଏଥିରେ ଏହି ସଂସ୍ଥାର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe