Advertisment

‘ମୂରଲୀ ରଥଙ୍କ ସମର୍ପିତ ଜୀବନ କାହାଣୀ ସମସ୍ତଙ୍କୁ ପ୍ରେରଣା ଦେବ’

ମାତୃ ଦିବସରେ ଜଗତସିଂହପୁର କଲେକ୍ଟର ପଡିଆରେ ବର୍ଷିୟାନ ସମାଜସେବୀ ତଥା ବରିଷ୍ଠ ରାଜନେତା ମୁରଲି ଧର ରଥଙ୍କ ଜୀବନ କାହାଣୀକୁ ନେଇ ରଚିତ ପୁସ୍ତକ ‘ଜୀବନ ସଉଦା’ ଉନ୍ମୋଚିତ।

ଅଦ୍ୟତନ ହୋଇଛି
'Jevan Sauda' book

'Jevan Sauda' book

Advertisment

ଜୀବନର ଚଲାପଥରେ ଆମେ ସମସ୍ତେ ଜଣେ ଜଣେ ପଥିକ। କେତେ ଉତଥାନ କେତେ ପତନ ଦେଖିଥିବା ମଣିଷର ଜୀବନ ନିଶ୍ଚିତ ଭାବେ ଗୋଟାଏ ଗୋଟାଏ ବହି। ଠିକ୍‌ ଏଇ ଉନ୍ମୋଚିତ ହୋଇଥିବା ବହିଟି ପରି, ଯାହାର ନାଁ ‘ଜୀବନ ସଉଦା’। ବର୍ଷିୟାନ ସମାଜସେବୀ ତଥା ବରିଷ୍ଠ ରାଜନେତା ମୁରଲି ଧର ରଥଙ୍କ ଜୀବନ କାହାଣୀକୁ ନେଇ ରଚିତ ହୋଇଛି ଏହି ପୁସ୍ତକ। ଗତ ମାତୃ ଦିବସରେ ଜଗତସିଂହପୁର କଲେକ୍ଟର ପଡିଆରେ ଏହାକୁ ଉନ୍ମୋଚନ କରାଯାଇଛି। ମୁରଲୀ ବାବୁଙ୍କ ଏହି ପୁସ୍ତକ ଉନ୍ମୋଚନ ସଭାରେ ସରକାରୀ ଦଳର ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗ ଦେଇଥିଲେ।

Advertisment

ଅତିଥିମାନେ କହିଥିଲେ, କାହାର ବେଳ କେବେ ସରିଯିବ କେହି ଜାଣିପାରିବେନି । ସେହିପରି ଜଣେ ପଥିକଙ୍କ ଆତ୍ମା ଜୀବନୀ ହେଉଛି ଏହି ଜୀବନ ସଉଦା । ଆଗକୁ ବଢିବାକୁ ମୁରଲୀ ବାବୁ ଯେ କେତେ ସଂଗ୍ରାମ କରିଥିଲେ ତାହା ଏହି ବହି ପଢିଲେ ଆପଣ ବୁଝିପାରିବେ। ଜୀବନର ପ୍ରତିଟି ସଂଗ୍ରାମରେ ଝଡ ଝଞ୍ଜାରେ ନଇଁ ନ ପଡି ସେ ଆଗକୁ ଆଗକୁ ବଢିଚାଲିଛନ୍ତି। ସ୍ୱର୍ଥପର ଦୁନିଆରେ ଜନ୍ମ କଲା ବାପା ମାଁଙ୍କୁ ପର କରିଦେଉଛି ମଣିଷ। ସେଇଠି ଆଜି ମୁରଲୀ ବାବୁ ଆଉ ତାଙ୍କ ପରିବାର ସମାଜକୁ ନିଜର ପରିବାର କରି ନେଇଛି। ମୂରଲୀ ରଥଙ୍କ ସମର୍ପିତ ଜୀବନ କାହାଣୀ ସମସ୍ତଙ୍କୁ ପ୍ରେରଣା ଦେବ।

୮୯ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ମୁରଲୀ ସାଧାରଣ ମଣିଷ ପରି ମଣିଷଟିଏ। ପ୍ରାୟ ଛୁଆଙ୍କ ପାଇଁ ସେ ହେଉଛନ୍ତି ମୁରଲୀ ଜେଜେ। ସମସ୍ତଙ୍କ ପ୍ରିୟ। ଜଗତସିଂହପୁର ଜିଲ୍ଲାର ପ୍ରିୟ। ସେହି ବ୍ୟକ୍ତିତ୍ୱଙ୍କ ଘଟଣା ବହୁଳ ଜୀବନଚର୍ଯ୍ୟା ଭିତରେ ସେ ସାଉଁଟିଥିବା ଜୀବନ ସଉଦାକୁ ସଂଗ୍ରହ କରିଛନ୍ତି ଲେଖକ ଜ୍ଞାନ ରଞ୍ଜନ ମହାନ୍ତି। ଏମିତି ପ୍ରତିଟି ମଣିଷ ଜନ୍ମ ହୁଅନ୍ତି, ବଢନ୍ତି ଆଉ ମୃତ୍ୟୁକୁ ଲଭନ୍ତି। ଲୋଭ, ଲାଭର ଅଙ୍କକଷା ଭିତରେ ଦିନ ସରିଯାଏ। ହେଲେ ମୁରଲୀ ବାବୁଙ୍କ ପରି ଏପରି କିଛି ଲୋକ ଅଛନ୍ତି ଯାହାଙ୍କ ଘଟଣା ବହୁଳ ଜୀବନ ଅନ୍ୟପାଇଁ ପ୍ରେରଣା। ସେ ଚୀର ସ୍ମରଣୀୟ ଓ ବନ୍ଦନୀୟ।

Advertisment

ଏହି ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶର ଅପୂର୍ବ ଦର୍ଶନ ଲାଭ କରିଥିଲେ ଉପସ୍ଥିତ ଜନତା।

Books
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe