Advertisment

ନବ ଦାସ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସୁରକ୍ଷାରେ ରହି ଅନେକ ପୁରସ୍କାର ପାଇଛି ଅଭିଯୁକ୍ତ ଗୋପାଳ ଦାସ

ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ବିଧାନସଭାରେ ତୁମ୍ଭିତୋଫାନ୍ ପରେ ଆଜି ୩ ଜଣ ସଦସ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା।

ଅଦ୍ୟତନ ହୋଇଛି
Naba das and Gopal das

Naba das and Gopal das

Advertisment

ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ବିଧାନସଭାରେ ତୁମ୍ଭିତୋଫାନ୍ ପରେ ଆଜି ୩ ଜଣ ସଦସ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ଯେଉଁଥିରୁ ଅଭିଯୁକ୍ତ ଗୋପାଳ ଦାସ ମାନସୀକ ରୋଗ ନିମନ୍ତେ କେତେଥର କାର୍ଯ୍ୟରେ ଅନୁପସ୍ଥିତ ରହିଥିଲେ ଓ ଚାକିରି କାଳ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଅନେକ ଥର ଉତ୍ତମ ଦାୟିତ୍ୱ ପାଳନ ନିମନ୍ତେ ପୁରସ୍କାର ପାଇଥିଲେ ତାହା ଜଣାପଡ଼ିଛି।

Advertisment

ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଶ୍ନରରେ ସେ ଉତ୍ତର ରଖିଛନ୍ତି। ତଦନ୍ତରେ ବାଧା ଉପୁଯିବ ବୋଲି ଦର୍ଶାଇ ପୁଲିସ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତର କୌଣସି ତଥ୍ୟ, ପ୍ରମାଣ କିମ୍ବା ଘଟଣା ପଛର ରହସ୍ୟ ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇନାହାନ୍ତି।

ତେବେ ନବ ଦାସଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଚାକିରି କାଳ ସମୟର ସୂଚନା ଦେଇଛନ୍ତି ମନ୍ତ୍ରୀ।

Advertisment

ଉତ୍ତରରେ ଉଲ୍ଲେଖ କରାଯାଇଛି ଝାରସୁଗଡ଼ା ଆରକ୍ଷୀ ଅଧୀକ୍ଷକ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଗୋପାଳ ଦାସ ତାଙ୍କ ଚାକିରି କାଳରେ ବିନା କୌଣସି ସୀକୃତିରେ ୩ ଫେବୃଆରୀ ୨୦୧୪ରୁ ୩ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଅନଧିକୃତ ଅନୁପସ୍ଥିତ ରହିଥିଲେ। ୪ ଏପ୍ରିଲ ୨୦୧୪ରେ ଚାକିରିରେ ଯୋଗଦେବା ବେଳେ ଅନୁପସ୍ଥିତିର କାରଣ ମାନସୀକ ରୋଗ(Bipolar Affective Disorder) ପାଇଁ ଏମ୍‌କେସିଜିରେ ମାନସୀକ ରୋଗ ଚିକିତ୍ସା ନିମନ୍ତେ ଯାଇଥିଲେ ବୋଲି ଦର୍ଶାଇଥିଲେ। ଏହି ସମୟରେ ସେ ଚିକିତ୍ସା ବିବରଣୀ ସହ ଫିଟ୍‌ନେସ୍ ବା ସୁସ୍ଥ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରିଥିଲେ। ଏଥିସହ ୬୦ ଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିବା ଅବଧିକୁ ନିୟମିତ କରିବାକୁ ଅନୁରୋଧ କରିଥିଲେ।

ସେ ଦେଇଥିବା ଡାକ୍ତରୀ ଚିକିତ୍ସା ପ୍ରମାଣପତ୍ର ଆଧାରରେ ତାଙ୍କୁ ଅନୁପସ୍ଥିତି ଅବଧିକୁ ନିୟମିତ କରାଯାଇ ପୁନର୍ବାର କାମରେ ଯୋଗଦେବାକୁ ଅନୁମତି ଦିଆଯାଇଥିଲା।

ପୁନର୍ବାର ଗୋପାଳ ୨୦୧୫ ଫେବୃଆରୀ ୨୦ ତାରିଖରୁ ୮ ଦିନ ଛୁଟିରେ ଯାଇଥିଲେ। ମାତ୍ର ଏହି ଅବଧି ବିତି ଯାଇଥିଲେ ହେଁ ସେ କାର୍ଯ୍ୟରେ ଯୋଗଦେଇ ନ ଥିଲେ। ଏହି ସମୟ ଠାରୁ ପ୍ରାୟ ୪ମାସ ପରେ ଅର୍ଥାତ୍ ୨୦୧୫ ଜୁନ୍ ୨୮ ତାରିଖରେ ସେ କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିଲେ। ଏହି ଅନୁପସ୍ଥିତିର କାରଣ ନିଜର ମାନସିକ ରୋଗ ଚିକିତ୍ସା ନିମନ୍ତେ ଏମ୍‌କେସିଜି ଯାଇଥିବାର ଡାକ୍ତରୀ କାଜଗପତ୍ର ଦେଇଥିଲେ। ପରେ ନିଜର ସୁସ୍ଥତା ପ୍ରମାଣପତ୍ର ଦେଇ ୧୧୯ ଦିନ ଚାକିରିରେ ଅନୁପସ୍ଥିତିକୁ ନିୟମିତ କରିବାକୁ ନିବେଦନ କରିଥିଲେ। ଡାକ୍ତରୀ ପ୍ରମାଣପତ୍ର ଆଧାରରେ ତାଙ୍କ ଚାକିରି ପୁନଶ୍ଚ ନିୟମିତ କରାଯାଇଥିଲା।

ଅନ୍ୟପକ୍ଷେ ପୁଲିସ ନବ ଦାସ ହତ୍ୟା ମାମଲାରେ ବ୍ୟବହୃତ କେଉଁ ସମଗ୍ରୀ ଜବତ କରିଛି, କେଉଁ ସାମଗ୍ରୀ ଜବତ ହୋଇପାରିନାହିଁ, କେଉଁ ସାକ୍ଷୀମାନଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯାଇଛି, ହତ୍ୟା ପଛର ରହସ୍ୟ କ’ଣ ରହିଛି, ତଦନ୍ତରେ ନିୟୋଜିତ ସମ୍ପୃକ୍ତ ଅବସପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ନେଇ ହାଇକୋର୍ଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ କୌଣସି ପତ୍ର ଦିଆଯାଇଥିଲା କି, ଏ ବାବଦରେ ହାଇକୋର୍ଟ ମୁଖ୍ୟ ବିଚାରପତି ସରକାରଙ୍କୁ ଦେଇଥିବା ପତ୍ର ନେଇ ରହିଖିବା ପ୍ରଶ୍ନ ବାବଦରେ ମନ୍ତ୍ରୀ କୌଣସି ଉତ୍ତର ଦେଇନାହାନ୍ତି।

ସେହିପରି କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୋପାଳ କେଉଁ କାମ ନିମନ୍ତେ ପାରିତୋଷିକ ପାଇଥିଲା ସେନେଇ ମନ୍ତ୍ରୀ ଶ୍ରୀ ବେହେରା ଉତ୍ତର ରଖିଛନ୍ତି। ଉତ୍ତରରେ ଉଲ୍ଲେଖ କରାଯାଇଛି, ଝାରସୁଗୁଡ଼ା ବ୍ରଜରାଜନଗର ୨୦୧୩ରେ ପୌର ନିର୍ବାଚନରେ ଭଲ କାମ କରିବା ପାଇଁ, ୨୦୧୪ରେ ଜୁଆ ଖେଳ ରୋକିବା ନିମନ୍ତେ ଚଢ଼ାଉ ମାମଲାରେ, ୨୦୧୫ରେ ଢେଙ୍କାନାଳ ଗଜଲକ୍ଷୀ ପୂଜାରେ ଶାନ୍ତିପୂର୍ଣ୍ଣ ରକ୍ଷା ଓ ପୁରୀ ନବକଳେବର ରଥଯାତ୍ରାରେ କଠିନ ପରିଶ୍ରମ ନିମନ୍ତେ, ୨୦୧୬ ଓ ୨୦୧୮ରେ ଥରେ ଲେଖାଏଁ ଓ ୨୦୧୯ରେ ଦୁଇଥର ମୁଖ୍ୟମନ୍ତ୍ରୀ ଗସ୍ତର ସୁରକ୍ଷାରେ ଉଲ୍ଲେଖନୀୟ କାମ ନିମନ୍ତେ, ୨୦୧୭ରେ ପରିବେଶ ସ୍ୱଚ୍ଛତା ଓ ୨୦୧୯ରେ ସାଧାରଣ ନିର୍ବାଚନରେ ଶୃଙ୍ଖଳା ରକ୍ଷା ନିମନ୍ତେ, ୨୦୨୦ରେ ପଡ଼ି ରହିଥିବା ମାମଲାକୁ ସମାଧାନ କରିବା ନିମନ୍ତେ ପାରିତୋଷିକ ପାଇଥିଲେ ଗୋପାଳ। ଗୋପାଳ ଗତ ୧୦ ବର୍ଷ ଚାକିରି କାଳ ମଧ୍ୟରେ ତଦନ୍ତ ଅଧିକାରୀ(ଆଇ.ଓ) ଭାବେ ମୋଟ ୨୯୯ଟି ମାମଲାର ତଦନ୍ତ କରିଥିଲେ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।

ସେହିପରି ନରସିଂହଙ୍କ ଅନ୍ୟଏକ ପ୍ରଶ୍ନରେ ଗୋପାଳ ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ଚାକିରି କାଳ ଭିତରେ ପ୍ରାୟ ୪୨ ଥର ବିଭିନ୍ନ କାରଣ ଦର୍ଶାଇ ଓ ବିନା କାରଣ ଦର୍ଶାଇ ଛୁଟି ନେଇଛନ୍ତି।

ଅନ୍ୟପକ୍ଷରେ ଗୋପାଳ ତାଙ୍କ ଚାକିରିକାଳ ଭିତରେ ପିଏସ୍‌ଓ ଭାବେ ଥିବା ନେଇ ଅଲୋଚନା ହେଉଥିବା ବେଳେ ଏହାକୁ ସ୍ପଷ୍ଟ ମନା କରିଛନ୍ତି ମନ୍ତ୍ରୀ ଶ୍ରୀ ବେହେରା।

ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜଣାଇଛନ୍ତି ଯେ, ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ୧୯୯୨ ଜୁଲାଇ ୮ ତାରିଖ ଠାରୁ ୨୦୦୯ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ବ୍ରହ୍ମପୁର ପୁଲିସ ଅଧୀନରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ। ହେଲେ ସେ କାର୍ଯ୍ୟ କରିବା ସମୟରେ କୌଣସି ଅଧିକାରୀ କିମ୍ବା ରାଜନେତାଙ୍କ ପିଏସ୍‌ଓ ଭାବେ କାର୍ଯ୍ୟ କରୁନଥିଲେ।

Odisha Assembly Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe