Advertisment

କ୍ରାଇମବ୍ରାଞ୍ଚକୁ କ୍ଲିନ୍‌ ଚିଟ୍‌ ଦେଲେ ଦୀପାଳି, କହିଲେ- ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି

ନବ ଦାସ ହତ୍ୟା ଘଟଣାକୁ ନେଇ ଆଜି ଗୃହ ହୁଲୁସ୍ତୁଲ ହେଉଥିବା ବେଳେ ପାଟି ଫିଟାଇଛନ୍ତି ତାଙ୍କ ଝିଅ ଦୀପାଳି ଦାସ । ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଭୂମିକାକୁ ନେଇ ବିରୋଧୀ ସରକାରଙ୍କୁ ଘେରୁଥିବା ବେଳେ ଦୀପାଳି କିନ୍ତୁ କ୍ରାଇମବ୍ରାଞ୍ଚକୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି।

ଅଦ୍ୟତନ ହୋଇଛି
Depali Das

Depali Das

Advertisment

ନବ ଦାସ ହତ୍ୟା ଘଟଣାକୁ ନେଇ ଆଜି ଗୃହ ହୁଲୁସ୍ତୁଲ ହେଉଥିବା ବେଳେ ପାଟି ଫିଟାଇଛନ୍ତି ତାଙ୍କ ଝିଅ ଦୀପାଳି ଦାସ । ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଭୂମିକାକୁ ନେଇ ବିରୋଧୀ ସରକାରଙ୍କୁ ଘେରୁଥିବା ବେଳେ ଦୀପାଳି କିନ୍ତୁ କ୍ରାଇମବ୍ରାଞ୍ଚକୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତରେ ସେ ସନ୍ତୁଷ୍ଟ ଥିବା ସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ଥିବା କହିଛନ୍ତି।

Advertisment

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀ କକ୍ଷ ତ୍ୟାଗ କରିଛନ୍ତି। ଏପରିକି ଏଥିରେ ୫-ଟି ସଚିବ ଓ ବବି ଦାସଙ୍କ ସମ୍ପୃକ୍ତି ଥିବା କହି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଆଉ ଏପରି ସମୟରେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ଦୀପାଳି। ଏହି ଘଟଣାକୁ ନେଇ ରାଜନୀତି କରା ନ ଯାଉ ବୋଲି ସେ ଅପିଲ କରିଛନ୍ତି।

କେବଳ ସେତିକି ନୁହେଁ, ବାପା ଯିବା ପରେ ମୁଖ୍ୟମନ୍ତ୍ରୀ ପିତା ପରି ଆମ ପାଖରେ ଛିଡ଼ା ହୋଇଛନ୍ତି ବୋଲି ଦୀପାଳି କହିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି।

Advertisment

ହାଇକୋର୍ଟର ଜଣେ ଅବସରପ୍ରାପ୍ତ ଭଲ ଜଜ୍‌ଙ୍କ ତତ୍ତ୍ୱାବଧାନରେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଥିବା ବେଳେ ତଦନ୍ତ ଠିକ୍ ଭାବେ ହେଉଥିବା ସେ କହିଛନ୍ତି। ଏଥିସହ ତଦନ୍ତ ରିପୋର୍ଟ ବାହାରକୁ ନ ଆସିବା ପର୍ଯ୍ୟନ୍ତ ସେ କିଛି କହି ପାରିବେନି ବୋଲି ବି ସଫା ସଫା କହିଛନ୍ତି।

ଆଗକୁ ନିର୍ବାଚନ ଲଢ଼ିବେ କି ବୋଲି ପଚରାଯିବାରୁ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାକୁ ମାନିନେବୁ ବୋଲି ବି କହିଛନ୍ତି ଦୀପାଳି।

ଅନ୍ୟପଟେ ଆଜି ବିଧାନସଭା ଆରମ୍ଭରେ କକ୍ଷ ତ୍ୟାଗ କରି ବିସ୍ଫୋରକ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାର ୨୪ଦିନ ପରେ ବି ହତ୍ୟାର ରହସ୍ୟ ଉନ୍ମୋଚନ କରିବାରେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ବିଫଳ ହୋଇଥିବା ସେ କହିଛନ୍ତି। ନବ ଦାସଙ୍କ ହତ୍ୟା ମାମଲାରେ ରାଜ୍ୟର ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସମ୍ପୃକ୍ତ ଥିବା ନେଇ ସେ ସିଧାସଳଖ ଅଭିଯୋଗ କରିବା ସହ ଉଭୟଙ୍କ ଫୋନ୍ କଲ୍‌ ଯାଞ୍ଚ କରିବାକୁ କହିଛନ୍ତି। ମାତ୍ର କ୍ରାଇମବ୍ରାଞ୍ଚ ଓ ରାଜ୍ୟ ପୁଲିସ୍‌ ଏହା କରି ପାରିବନି ବୋଲି କହିବା ସହ ଏହି ଘଟଣାର ସିବିଆଇ ତଦନ୍ତ ସେ ଦାବି କରିଛନ୍ତି।

ବିରୋଧୀ ଦଳ ନେତାଙ୍କ ଏପରି ସାଂଘାତିକ ଆରୋପ ପରେ ଦୀପାଳି ବାହାରକୁ ଆସି ରାଜ୍ୟ ସରକାର ଓ କ୍ରାଇମବ୍ରାଞ୍ଚକୁ କ୍ଲିନଚିଟ୍‌ ଦେବା ଘଟଣା ପଛର ରହସ୍ୟ ବୁଝି ହେଉନି।

ଦୀପାଳି ଦାସଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ନେଇ ଆମେ ରାଜନୀତି କରୁନାହୁଁ। ପ୍ରକୃତ ହତ୍ୟାକାରୀକୁ ଖୋଜିବାକୁ ସେ ଯଦି ନ ଚାହିଁବେ, କିଛି କହିବାର ନାହିଁ। କ୍ରାଇମବ୍ରାଞ୍ଚର ପାଷ୍ଟ ରେକର୍ଡ ଭଲ ନାହିଁ। ତଦନ୍ତ ଗୋପାଳ ପାଖରେ ଅଟକିଛି। ଅନ୍ୟ କାହାକୁ ତଦନ୍ତ ପରିସରକୁ ଆଣୁନାହାନ୍ତି। ତେଣୁ ବିଜେପିର ସନ୍ଦେହ ହେବା ସ୍ୱାଭାବିକ। ଆମେ ରାଜନୀତି କରୁନାହୁଁ। ପ୍ରକୃତ ହତ୍ୟାକାରୀ କିଏ ଜାଣିବାକୁ ଓଡ଼ିଶାବାସୀ ଦାବି କରୁଛନ୍ତି। ଆମେ ସିବିଆଇ ତଦନ୍ତ ଦାବି କରୁଛୁ। 

BjD Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe