Advertisment

ନବ ଦାସଙ୍କ ପିଏସ୍‌ଓ ସସ୍‌ପେଣ୍ଡ, ବଦଳିଲେ ବ୍ରଜରାଜନଗର ଆଇଆଇସି ଓ ଏସ୍‌ଆଇ

ନବ ଦାସଙ୍କ ଛାତିରେ ଗୁଳି ବାଜିବା ସମୟରେ ତାଙ୍କ ନିକଟରେ ଉପସ୍ଥିତ ପିଏସ୍ଓ ମିତ୍ରଭାନୁ ଦେଓଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହ ବ୍ରଜରାଜନଗର ଆଇଆଇସି ଓ ସବ୍‌ଇନ୍ସପେକ୍ଟରଙ୍କ ବଦଳି କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Naba Das

Naba Das

ନବ ଦାସଙ୍କ ମୃତ୍ୟୁ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ତ୍ୱରିତ କରାଯାଇଛି।  ନବ ଦାସଙ୍କ ଛାତିରେ ଗୁଳି ବାଜିବା ସମୟରେ ତାଙ୍କ ନିକଟରେ ଉପସ୍ଥିତ ପିଏସ୍ଓ ମିତ୍ରଭାନୁ ଦେଓଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ସସ୍‌ପେଣ୍ଡ କରାଯାଇଛି। ଏଥିସହ ବ୍ରଜରାଜନଗର ଆଇଆଇସି ଓ ସବ୍‌ଇନ୍ସପେକ୍ଟରଙ୍କ ବଦଳି କରାଯାଇଛି। ଗତକାଲି ଝାରସୁଗୁଡ଼ା ଜିଲ୍ଲା ପୁଲିସ ଏସପି ଓ ଏସଡିପିଓଙ୍କ ବଦଳି କରାଯାଇଥିଲା।

Advertisment

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରବିବାର ନବ ଦାସ ଯାଇଥିଲେ । ସେଠାରେ ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ପରେ ସେଠାରେ ଉପସ୍ଥିତ ପିଏସ୍‌ଓ ମିତ୍ରଭାନୁ ଦେଓ ଗାଇଡଲାଇନ୍‌ ପାଳନ କରି ନ ଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ଗାଇଡଲାଇନ୍‌ ମୁତାବକ ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ପରେ ପିଏସ୍‌ଓ ତାଙ୍କୁ ଘଉଡ଼ାଇ ରଖିବା ଉଚିତ ଥିଲା । ଏପରି ହୋଇଥିଲେ ହୁଏତ ଗୁଳି ପିଏସ୍‌ଓଙ୍କ ଶରୀରରେ ବାଜିଥାନ୍ତା ଓ ନବ ଦାସ ଆଜି ଜୀବିତ ଥାନ୍ତେ। ହେଲେ ପିଏସ୍‌ଓ ମନ୍ତ୍ରୀଙ୍କ ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ଗୁଳିଟି ସିଧାସଳଖ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା। ତେଣୁ ପିଏସ୍‌ଓଙ୍କ  ବିରୋଧରେ ଏପରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଝାରସୁଗୁଡ଼ା ଏସ୍‌ପି ।

 ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ପିଏସ୍‌ଓ ମିତ୍ରଭାନୁ ଦେଓ ବିଫଳ ହୋଇଥିବାରୁ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଉଲ୍ଲେଖ ଅଛି। ନିଲମ୍ବନ ସମୟରେ ସେ ଝାରସୁଗୁଡ଼ା ରିଜର୍ଭ ଇନ୍ସପେକ୍ଟରଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ଏହାବାଦ ଏହି ଘଟଣାରେ ଆଜି ବ୍ରଜରାଜନଗର ଆଇଆଇସି ଓ ସବ୍‌ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି। ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ସବ୍‌ଇନ୍ସପେକ୍ଟର ଶଶିଭୂଷଣ ପୋଢ଼ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ବ୍ରଜରାଜନଗର ଆଇଆଇସିଙ୍କ ବଦଳି ପରେ ଇନ୍ସପେକ୍ଟର ଧବଳେଶ୍ୱର ସାହୁଙ୍କର ସମ୍ବଲପୁରରୁ ଝାରସୁଗୁଡ଼ାକୁ ବଦଳି ହୋଇଛି।

ଝାରସୁଗୁଡ଼ା ଏସପି ଆଇପିଏସ୍ ରାହୁଲ ଜୈନଙ୍କୁ ଗତକାଲି ପୁଲିସ ମୁଖ୍ୟାଳୟ ଏସପି ଭାବେ ବଦଳି କରାଯାଇଥିବାବେଳେ ବରଗଡ଼ ଜିଲ୍ଲା ଏସପି ଆଇପିଏସ୍ ପରମାର ସ୍ମିତ ପୁରୁଷୋତ୍ତମଙ୍କୁ ଝାରସୁଗୁଡ଼ା ଏସପି ଭାବେ ନିଯୁକ୍ତି ମିଳିଛି। ସେହିପରି ବୌଦ୍ଧ ଏସପି ଆଇପିଏସ୍ ପ୍ରହଲ୍ଲାଦ ସହାଇ ମୀନାଙ୍କୁ ବରଗଡ଼ ଏସପି ଏବଂ ରାୟଗଡ଼ାର ଅତିରିକ୍ତ ଏସପି ଆଇପିଏସ୍ ରାଜ ପ୍ରସାଦଙ୍କୁ ବୌଦ୍ଧ ଏସପି ଭାବେ ବଦଳି କରାଯାଇଛି । ଏହବାଦ ଗତକାଲି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆଠମଲ୍ଲିକ ଏସଡିପିଓ ଚିନ୍ତାମଣୀ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି ।

Naba Das