Advertisment

୨୦ରେ ବିଧାନସଭା ଘେରାଉ କରିବ ନବନିର୍ମାଣ କୃଷକ ସଂଗଠନ

ମିଲରଙ୍କ କଟନି ଛଟନି, ଟାଟା ପାୱାରର ଚାଷୀ ଶୋଷଣ ନୀତି ଓ ଚାଷୀଙ୍କୁ ପେନସନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ନବନିର୍ମାଣ କୃଷକ ସଂଗଠନ।

ଅଦ୍ୟତନ ହୋଇଛି
AKSHAYA_KUMAR

AKSHAYA_KUMAR

Advertisment

ମାର୍ଚ୍ଚ ୨୦ ତାରିଖରେ ବିଧାନସଭା ଘେରାଉ କରିବ ନବନିର୍ମାଣ କୃଷକ ସଂଗଠନ। ମିଲରଙ୍କ କଟନି ଛଟନି, ଟାଟା ପାୱାରର ଚାଷୀ ଶୋଷଣ ନୀତି ଓ ଚାଷୀଙ୍କୁ ପେନସନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ନବନିର୍ମାଣ କୃଷକ ସଂଗଠନ।

Advertisment

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଚାଷୀ ନିର୍ଯ୍ୟାତିତ ଓ ଶୋଷଣର ଶିକାର ହୋଇଚାଲିଛି । ଏମିତିକି ଟାଟା ପାୱାର ଚାଷୀଙ୍କ ବିଦ୍ୟୁତ୍ ବିଲ୍ ଉପରେ ଏରିୟର ଉପରେ ଏରିୟର ଲଦି ଚାଲିଛି । ଅନ୍ୟ ରାଜ୍ୟରେ ଚାଷୀଙ୍କୁ ମାଗଣା ବିଜୁଳି ମିଳୁଥିବା ବେଳେ ଓଡ଼ିଶା ଚାଷୀ ନିର୍ଯାତିତ ହେଉଛନ୍ତି । ଏହା ବିରୋଧରେ ସରକାରଙ୍କୁ ଚେତାବନୀ ଦେବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ରେ ୫ ହଜାରରୁ ଅଧିକ ଚାଷୀଙ୍କୁ ନେଇ ବିଧାନସଭା ଘେରାଉ କରିବ ନବ ନିର୍ମାଣ କୃଷକ ସଂଗଠନ। ଯଦି ସରକାର ଏ ଦାବି ପୂରଣ ଲାଗି ପଦକ୍ଷେପ ନ ନିଅନ୍ତି, ଆଗାମୀ ଦିନରେ ଏହି ଜନ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଗଠନ ଚେତବନୀ ଦେଇଛି ।

ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ସରକାର ଆମ ଦାବି  ପୂରଣ ନ କରନ୍ତି , ସାରା ଓଡ଼ିଶାରେ ନିଆଁ ଜଳିବ। ଏହି ଜନ ଆନ୍ଦୋଳନ  ତୀବ୍ରତର ହେବ।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe