Advertisment

ମନ୍ତ୍ରତନ୍ତ୍ର ବଳରେ ୫ ଲକ୍ଷ ଟଙ୍କାର ସୁନା ଚେନ ଲୁଟି ନେଲେ ନାଗା ସାଧୁ!

ଉତ୍ତରପ୍ରଦେଶରୁ ଆସିଥିବା ୬ ଜଣ ନାଗା ସାଧୁ ଶ୍ରୀମନ୍ଦିର ଅଭିମୁଖେ ଯାଉଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ସେମାନେ ପଟିଆ ରଘୁନାଥପୁର ଗୁଣ୍ଡିଚା ମନ୍ଦିରରେ ରହିଥିଲେ। ମନ୍ଦିର ପକ୍ଷରୁ ତାଙ୍କ ପାଇଁ ରହିବା ଓ ଖାବଇବାର ବ୍ୟବସ୍ଥା କରାଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Naga Sadhu

Naga Sadhu

ନାଗା ସାଧୁ ବେଶରେ ଘରକୁ ଆସିଥିଲେ। ମନ୍ତ୍ରତନ୍ତ୍ର ବଳରେ ପରିବାରର ସମସ୍ତଙ୍କୁ ବସିଭୂତ କରିଥିଲେ। ତା’ପରେ ସୁନା ଅଳଙ୍କାର ଲୁଟି ଚମ୍ପଟ ମାରିଲେ। ଏପରି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ନାଗା ସାଧୁଙ୍କୁ ଖୋଜିବାରେ ଲାଗି ପଡ଼ିଛି।

Advertisment

ତିନି ଦିନ ତଳେ ଉତ୍ତରପ୍ରଦେଶରୁ ଆସିଥିବା ୬ ଜଣ ନାଗା ସାଧୁ ଶ୍ରୀମନ୍ଦିର ଅଭିମୁଖେ ଯାଉଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ସେମାନେ ପଟିଆ ରଘୁନାଥପୁର ଗୁଣ୍ଡିଚା ମନ୍ଦିରରେ ରହିଥିଲେ। ମନ୍ଦିର ପକ୍ଷରୁ ତାଙ୍କ ପାଇଁ ରହିବା ଓ ଖାବଇବାର ବ୍ୟବସ୍ଥା କରାଯାଇଥିଲା। କଥାବାର୍ତ୍ତା ଛଳରେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ପ୍ରାଣକୃଷ୍ଣ ପଢ଼ିଆରୀଙ୍କ ମନ କିଣିଥିଲେ। କଥା ଛଳରେ ତାଙ୍କ ଘରକୁ ପାଇଁ କହିଥିଲେ। ସାଧୁଙ୍କ କଥାକୁ ସମ୍ମାନ ଜଣାଇ ପ୍ରାଣକୃଷ୍ଣ ନିଜ ଘରକୁ ଡାକି ନେଇଥିଲେ। ସେଦିନ ସକାଳେ ତାଙ୍କ ଘରେ ବାବାଙ୍କ ପାଇଁ ଖାଇବାର ବ୍ୟବସ୍ଥା କରିଥିଲେ। ଖାଇସାରିବା ପରେ ପ୍ରାଣକୃଷ୍ଣ, ତାଙ୍କ ପୁଅ ରାକେଶ ଓ ପତ୍ନୀଙ୍କ କହିତ କଥା ହୋଇଥିଲେ। ତା’ପରେ ସେମାନଙ୍କ ହାତରେ ଗୋଟିଏ ଲେଖାଏଁ ରୁଦ୍ରାକ୍ଷ ଦେଇ ଧରିବାକୁ କହିଥିଲେ। ସେମାନଙ୍କୁ ତୁଳସୀ ଚୌରା ମୂଳରେ ଛିଡ଼ା ହୋଇ ଆଖି ବୁଜିବାକୁ କହିଥିଲେ।

ବାବାଙ୍କ କଥାରେ ପଡ଼ି ସମସ୍ତେ ହାତରେ ରୁଦ୍ରକ୍ଷ ଧରି ଆଖି ବୁଝି ଛିଡ଼ା ହୋଇଥିଲେ। କିଛି ସମୟ ପରେ ହାତ ମୁଠା ଖୋଲିଲା ବେଳକୁ ରୁଦ୍ରାକ୍ଷ ପାଲଟି ଯାଇଥିଲା ଶିବ ଲିଙ୍ଗରେ। ଏହା ଦେଖି ପ୍ରାଣକୃଷ୍ଣ ଆର୍ଶ୍ୱଯ୍ୟ ହୋଇଯାଇଥିଲେ। ନାଗା ସାଧୁଙ୍କୁ ବିଶ୍ୱାସ କରିଥିଲେ। କୁହାଯାଉଛି, ପ୍ରାଣକୃଷ୍ଣ ଓ ତାଙ୍କ ପରିବାରକୁ ନାଗା ସାଧୁମାନେ ମନ୍ତ୍ରତନ୍ତ୍ର ବଳରେ ବସିଭୁତ କରିଦେଇଥିଲେ। ଯେଉଁଥିପାଇଁ ସେମାନେ କିଛି ଜାଣିପାରୁନଥିଲେ। ଏହାର ସୁଯୋଗ ନେଇ ସାଧୁମାନେ ଘରର ଟାଇନିଂ ଟେବୁଲରେ ଥିବା ସୁନା ଚେନ୍‌କୁ ଲୁଟି ନେଇଛନ୍ତି। ଲୁଟ୍‌ ହୋଇଥିବା ସୁନା ଚେନ୍‌ର ଓଜନ ୯ ଗ୍ରାମ ହେବ। ଯାହାର ମାର୍କେଟ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

Advertisment

ସାଧୁମାନେ ପଳାଇ ଗଲା ପରେ ରାକେଶ ନିଜର ସୁନା ଚେନ୍‌ ବିଷୟରେ ତାଙ୍କ ମାଆଙ୍କୁ ପଚାରିଥିଲେ। ମାତ୍ର ସେ ଦେଖିନଥିବା କହିଥିଲେ। ଏହା ପରେ ସେମାନଙ୍କର ସନ୍ଦେହ ନାଗା ସାଧୁଙ୍କ ଉପରେ ହୋଇଥିଲା। ପରେ ଏନେଇ ସେମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ନାଗା ସାଧୁଙ୍କ ପତ୍ତା ମିଳିନାହିଁ। ତେବେ ସେମାନେ ଭୁବନେଶ୍ୱର ଓ ପୁରୀ ଥିବା ଜଣାପଡ଼ିଛି।

ରିପୋର୍ଟ-ଭୁବନେଶ୍ୱରରୁ ଅତୁଲ୍ୟ

Bhubaneswar Bhubaneswar News Loot