ସମୀକ୍ଷା ବୈଠକରେ ଜାତୀୟ ଏସଟି କମିଶନ ଖପ୍ପା : ଡିଏମଏଫ ପାଣ୍ଠିର ହିସାବ ଦିଅ, ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ କର

ରାଜ୍ୟରେ ପ୍ରାୟ ୨୩ ପ୍ରତିଶତ ଆଦିବାସୀ ଲୋକ ରହୁଥିଲେ ମଧ୍ୟ ସରକାର ସେମାନଙ୍କ ପାଇଁ ସ୍ୱତନ୍ତ୍ର ବିଭାଗଟିଏ କରିନାହାନ୍ତି ।

NCST PhotoTwitter

ଜାତୀୟ ଅନୁସୂଚିିତ ଜନଜାତି(ଏସଟି) କମିଶନଙ୍କ ସାମ୍ବାଦିକ ସମ୍ମିଳନୀ

Ordigital Desk
  • Published: Monday, 06 March 2023
  • Updated: 06 March 2023, 08:06 PM IST

Sports

Latest News

ରାଜ୍ୟରେ ଅନୁସୂଚିତ ଜନଜାତିଙ୍କ ଅଧିକାର, ସୁରକ୍ଷା ଓ କଲ୍ୟାଣ ଦିଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାରେ ବିଫଳ ହୋଇଥିବାରୁ ଜାତୀୟ ଅନୁସୂଚିିତ ଜନଜାତି(ଏସଟି) କମିଶନ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହିତ ଡିଏମଏଫ ପାଣ୍ଠି ଖର୍ଚ୍ଚ, ପେଷା ନିୟମ ପ୍ରଣୟନ, ଆଦିବାସୀଙ୍କୁ ମୌଳିକ ସୁବିଧାସୁଯୋଗରୁ ବଂଚିତ କରାଯିବା, ରାଜ୍ୟର ୨୩% ଆଦିବାସୀଙ୍କ ପାଇଁ ନୂଆ ବିଭାଗ ଆଦି ସମ୍ପର୍କରେ ମାସକ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ କମିଶନ ଆଜି ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜାତୀୟ ଏସଟି କମିଶନ ଅଧ୍ୟକ୍ଷ ହର୍ଷ ଚୌହ୍ୱାନଙ୍କ ନେତୃତ୍ୱରେ କମିଶନଙ୍କ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ସହ ଜନଜାତିଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ସମେତ ସ୍ୱାସ୍ଥ୍ୟ, ଶିକ୍ଷା, ନିଯୁକ୍ତି, ପୁନଃ ଥଇଥାନ ଓ ମୌଳିକ ସୁବିଧା ଆଦି ପ୍ରସଙ୍ଗରେ ଏକ ସମୀକ୍ଷା ବୈଠକ କରିଥିଲେ । କମିଶନ ସଦସ୍ୟ ଅନନ୍ତ ନାୟକ, ସଚିବ ଅଳକା ତିୱାରୀ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ରୂପାରୋଶନ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ରାଜ୍ୟରେ ଆଦିବାସୀଙ୍କ ସାମାଜିକ ଓ ଅର୍ଥନୀତିକ ବିକାଶ, ସେମାନଙ୍କର ସାମ୍ବିଧାନିକ ଅଧିକାର ଓ ସୁରକ୍ଷା ଆଦିର ସମୀକ୍ଷା କରିଥିଲେ ।

ସମୀକ୍ଷା ବୈଠକ ପରେ କମିଶନ ତୁରନ୍ତ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ଅନ୍ୟତ୍ର ଖର୍ଚ୍ଚ କରାଯିବାକୁ ପରାମର୍ଶ ଦେବା ସହ ଆଦିବାସୀଙ୍କ ପାଇଁ ବିଭିନ୍ନ ସ୍କିମରେ ଆସୁଥିବା ଅର୍ଥର ସୁବିନିଯୋଗ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଯେଉଁ ସବୁ ପ୍ରକଳ୍ପ ଯୋଗୁ ଆଦିବାସୀମାନେ ବିସ୍ଥାପିତ ହୋଇଛନ୍ତି ସେମାନଙ୍କୁ ଦୀର୍ଘଦିନ ଧରି ଥଇଥାନ  କରାନଯିବା, ବିଶେଷକରି କେନ୍ଦୁଝର ଜିଲ୍ଲାରେ ଶିଳ୍ପ, ଜଳସେଚନ ଓ ଅନ୍ୟ ବିକାଶମୂଳକ ପ୍ରକଳ୍ପ ପାଇଁ ଆଦିବାସୀମାନେ ବିସ୍ଥାପିତ ହୋଇଥିବା, ଆଦିବାସୀବହୁଳ ଅଂଚଳରେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ଅଭାବ, ସ୍ୱାସ୍ଥ୍ୟ ଭିତ୍ତିଭୂମି ନଥିବା ଏବଂ ବିଶେଷକରି ଆବାସିକ ସ୍କୁଲଗୁଡ଼ିକରେ ପୁଅ ଓ ଝିଅମାନେ ଅମାନବୀୟ ଓ ଦୟନୀୟ ପରିସ୍ଥିତିରେ ରହୁଥିବା ସମ୍ପର୍କରେ କମିଶନ ଆଜିର ବୈଠକରେ ରାଜ୍ୟ ସରକାରଙ୍କୁ ସୂଚାଇ ଦେଇଛନ୍ତି ।

Also Read

ରାଜ୍ୟରେ ପ୍ରାୟ ୨୩ ପ୍ରତିଶତ ଆଦିବାସୀ ଲୋକ ରହୁଥିଲେ ମଧ୍ୟ ସରକାର ସେମାନଙ୍କ ପାଇଁ ସ୍ୱତନ୍ତ୍ର ବିଭାଗଟିଏ କରିନାହାନ୍ତି । ଯେଉଁଥିପାଇଁ କମିଶନ ଯେତେବେଳେ କିଛି ତଥ୍ୟ ମାଗୁଛନ୍ତି ତାହା ସଠିକ୍ ସମୟରେ ଠିକ୍ ଢ଼ଙ୍ଗରେ ମିଳିପାରୁନି । ରାଜ୍ୟରେ ପେଷା ଆଇନକୁ କାର୍ଯ୍ୟକାରୀ କରାଯାଇପାରୁନି । ପେଷା ନିୟମାବଳୀ ତୁରନ୍ତ କାର୍ଯ୍ୟକାରୀ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି । ଏହାସହିତ ବହୁସଂଖ୍ୟାରେ ଜଙ୍ଗଲ ଜମି ଅଧିକାର ଆବେଦନକୁ ସରକାର ଖାରଜ କରିଥିବା କମିଶନ ଜାଣିବାକୁ ପାଇଛନ୍ତି । ଯେଉଁ ଅଧିକାରୀ ଓ ବ୍ୟକ୍ତିମାନେ ଜାଲ୍ ଆଦିବାସୀ ଜାତି ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି  ଅବା ନେଇଛନ୍ତି ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି ।

ରାଜ୍ୟରେ ଡିଏମଏଫ ପାଣ୍ଠି ଖର୍ଚ୍ଚକୁ ନେଇ ସ୍ଥାନୀୟ ଅଧିକାରୀ ଓ ଲୋକମାନେ ଆବଶ୍ୟକ ପରିମାଣର ସଚେତନ ନଥିବାରୁ ସରକାର ଏହାକୁ ମନମୁଖୀ ଖର୍ଚ୍ଚ କରୁଛନ୍ତି । ଡିଏମଏଫ(ଜିଲ୍ଲା ଖଣିଜ ପାଣ୍ଠି)କୁ ଅନ୍ୟତ୍ର ଖର୍ଚ୍ଚ କରାଯିବାକୁ ନେଇ କମିଶନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଦିବାସୀ ଅଚଂଳରେ ଜଳ,ରାସ୍ତା, ବିଦ୍ୟୁତ ଭଳି ମୌଳିକ ସୁବିଧା ନଥିବା, ସରକାରୀ ଉଦ୍ୟୋଗରେ ଆଦିବାସୀଙ୍କୁ ନିଯୁକ୍ତି ମିଳୁନଥିବା ଓ ଆବଶ୍ୟକ ପରିମାଣର ଟେଲିଫୋନ୍ ଯୋଗାଯୋଗ ବ୍ୟବସ୍ଥା ନଥିବା ନେଇ କମିଶନ କ୍ଷୁବ୍ଧ ହୋଇଛନ୍ତି ।

କମିଶନ ଅଧ୍ୟକ୍ଷ ଶ୍ରୀ ଚୌହ୍ୱାନ ଆସନ୍ତା ମାସକ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ ମୁଖ୍ୟ ସଚିବ ଶ୍ରୀ ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ରିପୋର୍ଟ ମିଳିବା ପରେ ହିଁ କମିଶନ ତାଙ୍କର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରି ଉଭୟ ରାଷ୍ଟ୍ରପତି ଓ ସଂସଦକୁ ପଠାଇବେ ବୋଲି ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story