Advertisment

ନୀତି ଆୟୋଗ ବୈଠକରେ ଯୋଗ ଦେଲାନି ଓଡ଼ିଶା

ନୀତି ଆୟୋଗ ବୈଠକର ମୁଖ୍ୟ ପ୍ରସଙ୍ଗ ରହିଛି ବିକଶିତ ଭାରତ-୨୦୪୭।

author-image
Tapaswini Nayak
ଅଦ୍ୟତନ ହୋଇଛି
Naveen patnaik

Naveen patnaik

ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଅଷ୍ଟମ ବୈଠକରେ ଯୋଗ ଦେଇନାହିଁ ଓଡ଼ିଶା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନାହାନ୍ତି। ନବୀନ ନୀତି ଆୟୋଗ ବୈଠକରେ ଯୋଗ ନ ଦେବାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଧୋର ଧରିଛି। ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। 

Advertisment

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ସ୍ଥାନରେ ଉପମୁଖ୍ୟମନ୍ତ୍ରୀମାନେ ହିଁ ଯୋଗଦେବେ ବୋଲି ନିୟମ ଥିଲା। ଏହି ବୈଠକରେ ପଶ୍ଚିମବଙ୍ଗ ବିହାର, ରାଜସ୍ଥାନ, ଦିଲ୍ଲୀ, କେରଳ, ତେଲେଙ୍ଗାନା ଓ ପଞ୍ଜାବର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେଇ ନାହାନ୍ତି।

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଛି। ବିକଶିତ ଭାରତ-୨୦୪୭ ଏହାର ମୁଖ୍ୟ ପ୍ରସଙ୍ଗ ରହିଛି। ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ କିଭିଳି ସବୁ କ୍ଷେତ୍ରରେ ବିକଶିତ ହୋଇ ପାରିବ ସେନେଇ ଆଲୋଚନା ହେଉଛି।

Advertisment

ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକରେ ସ୍ୱାସ୍ଥ୍ୟ, ନାରୀ ସଶକ୍ତୀକରଣ, ଭିତ୍ତିଭୂମୀ ବିକାଶ, ଦକ୍ଷତା ବିକାଶ ଆଦି ପ୍ରସଙ୍ଗରେ ଆଲୋଚନା ହେଉଛି। ଓଡିଶା ଏହି ବୈଠକରେ ଯୋଗ ଦେଇ ନଥିବାରୁ ଏ ପ୍ରସଙ୍ଗଗୁଡିକ ଉପସ୍ଥାପନ କରିବାରୁ ବଞ୍ଚିତ ହେବ।

Cmo Of Odisha Niti Aayog Meeting