Advertisment

ଜାପାନ ଗସ୍ତରୁ ଫେରିଲେ ନବୀନ, ଆଲୋଚନାକୁ ନେଇ ନିପ୍ପନ ଷ୍ଟିଲ୍ ନିରବ

୯ଦିନିଆ ଜାପାନ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଫେରିଛନ୍ତି ।

naveen patnaik

naveen patnaik

Advertisment

୯ଦିନିଆ ଜାପାନ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଫେରିଛନ୍ତି । ଜାପାନ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମଥର ପାଇଁ ବିଦେଶ ମାଟିରୁ ଡିଜିଟାଲ କ୍ୟାବିନେଟ୍ ବୈଠକ ଡାକିବା, ଏକ ନିର୍ଦ୍ଦିଷ୍ଟ ବିଦେଶୀ କମ୍ପାନୀର କାରଖାନାକୁ ବୁଲିଯିବା ସହ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯେଭଳି ବୈଠକ କଲେ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତର ମୁଖ୍ୟ କେନ୍ଦ୍ରବିନ୍ଦୁ ନିପ୍ପନ ଷ୍ଟିଲ କର୍ପୋରେସନ ଥିଲେ ମଧ୍ୟ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟଘାଟ ନେଇ କୌଣସି ଆନୁଷ୍ଠାନିକ ସୂଚନା ଆଜି ପର୍ଯ୍ୟନ୍ତ ଜାରି ହୋଇନଥିବା ଜଣାପଡ଼ିଛି ।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏପ୍ରିଲ ୩ତାରିଖରେ ଜାପାନ ଗସ୍ତରେ ଯାଇ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଫେରିଛନ୍ତି । ଚାର୍ଟର ପ୍ଲେନରେ ସିଙ୍ଗାପୁର ବାଟ ଦେଇ ଜାପାନ ଯାଇଥିବା ମୁଖ୍ୟମନ୍ତ୍ରୀ ଆଜି ବ୍ୟାଙ୍କକ୍ ଦେଇ ଭୁବନେଶ୍ୱର ଫେରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ଜାପାନ ଗସ୍ତ ଶେଷ କରି ଆଜି ସକାଳେ ଓସାକା ଛାଡ଼ିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ତୃତୀୟ ବିଦେଶ ଗସ୍ତକାଳରେ ଟୋକିଓରେ ଓଡ଼ିଶା ବିଜିନେସ ମିଟ୍ ମାଧ୍ୟମରେ ୨୬ହଜାର କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେଉଁ କମ୍ପାନୀ ଓଡ଼ିଶାରେ କେତେ ନିବେଶର ପ୍ରତିଶ୍ରୁତି ଦେଇଛନ୍ତି ତା’ର ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ସରକାରୀ ଭାବେ ଦିଆଯାଇନି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ସମ୍ପର୍କରେ ସୂଚନା ଦେଇ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ କହିଛନ୍ତି ଯେ, ଜାପାନ ବିଜିନେସ୍ ମିଟରୁ ବଡ଼ ସଫଳତା ଓଡ଼ିଶାକୁ ମିଳିଛି । ଓଡ଼ିଶାରେ ଦେଶର ସର୍ବବୃହତ୍ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଟିମ୍ ଜାପାନ ଗସ୍ତବେଳେ ନିପ୍ପନ ଷ୍ଟିଲ ବୁଲି ଦେଖିଛନ୍ତି । ୯ଦିନର ଗସ୍ତ ବେଶ୍ ସଫଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମିଶନ ମୋଡରେ ଶିଳ୍ପାୟନ ଆଗେଇବ । ଜାପାନ ଓଡ଼ିଶାର ବିଜିନେସ ପାର୍ଟନର ଅଛି । ମେଟାଲ ଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି ।

Advertisment

ନିପ୍ପନ ଷ୍ଟିଲ ଓଡ଼ିଶାରେ ୩୦ ନିୟୁତ ଟନ୍ ଉତ୍ପାଦନ କରିବ । ପାୱାର ପ୍ଲାଣ୍ଟ ପାଇଁ ଗ୍ରୀନ୍ ନିମୋନିଆ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଜାହାଜ ପରିଚାଳନାର ହବ୍ କରିବାକୁ ଜାପାନ ଆଗ୍ରହ ପ୍ରକାଶ କରିଛି । ଆର୍ସେଲର ମିତ୍ତ ଓ ନିପ୍ପନ ପକ୍ଷରୁ ମିଳିତ ଭାବେ କେନ୍ଦ୍ରପଡ଼ାରେ ନୂଆ ହେବାକୁ ଯାଇଥିବା ୨୩ ମିଲିୟନ ଟନ୍ ଓ ପାରାଦୀପରେ ପୁନଃନିର୍ମିତ ହେଉଥିବା ୭ ମିଲିୟନ ଟନ୍ ଇସ୍ପାତ କାରଖାନା କଥାକୁ ଆଗେଇ ନେବା ପାଇଁ ଜାପାନରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କରାଯାଇଛି । ଖୁବଶୀଘ୍ର ଜାପାନ ପ୍ରତିନିଧି ଦଳ ଓଡ଼ିଶା ଆସି କ୍ଷେତ୍ର ପରିଦର୍ଶନ କରିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଦେଶ ମାଟିରେ ପ୍ରଥମଥର ପାଇଁ ଡିଜିଟାଲ କ୍ୟାବିନେଟ୍ ବୈଠକ ଡାକିବା ସହ କୌଣସି କମ୍ପାନୀକୁ ମାତ୍ରାଧିକ ଅଗ୍ରାଧିକାର ଦେଇ ତା’ର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଓ କାରଖାନା ଆଦି ବୁଲି ଦେଖିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀ ଓ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାପାନସ୍ଥିତ ନିପ୍ପନ ଷ୍ଟିଲ କର୍ପୋରେସନର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ କାରଖାନାକୁ ଯାଇଥିଲେ ମଧ୍ୟ ଉକ୍ତ କମ୍ପାନୀ ପକ୍ଷରୁ ଏ ସଂକ୍ରାନ୍ତ ଆନୁଷ୍ଠାନିକ ବୟାନ କିମ୍ବା ପ୍ରେସ୍ ରିଲିଜ୍ ଆଜିପର୍ଯ୍ୟନ୍ତ ଜାରି ହୋଇପାରିନି ।

Naveen Patnaik Japan Industry Leaving Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe