Advertisment

ନବକୃଷ୍ଣ ଚୌଧୁରୀଙ୍କ ନୂଆ ମୂର୍ତ୍ତି ଗଢ଼ିବେ ରାଜ୍ୟ ସରକାର

ବିଧାନସଭା ସମ୍ମୁଖରେ ଯେଉଁ ଢାଞ୍ଚାରେ ପ୍ରତିମୂର୍ତ୍ତି ନିର୍ମିତ ହୋଇଛି, ସେହି ସମାନ ଢାଞ୍ଚାରେ ନୂଆ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ବୋଲି ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
statue of former Odisha CM Nabakrushna Choudhury

statue of former Odisha CM Nabakrushna Choudhury

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବାରମ୍ବାର ଆପତ୍ତି ଉଠିବା ପରେ ଚେଇଁଲେ ରାଜ୍ୟ ସରକାର। ନବକୃଷ୍ଣ ଚୌଧୁରୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନୁଗୋଳ ସହରରେ ପୁଣିଥରେ ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ଆଜି ନିଷ୍ପତ୍ତି ନେଇଛନ୍ତି। ବିଧାନସଭା ସମ୍ମୁଖରେ ଯେଉଁ ଢାଞ୍ଚାରେ ପ୍ରତିମୂର୍ତ୍ତି ନିର୍ମିତ ହୋଇଛି, ସେହି ସମାନ ଢାଞ୍ଚାରେ ନୂଆ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ବୋଲି ସୂଚନା ଦିଆଯାଇଛି।

Advertisment

କେବଳ ପ୍ରତିମୂର୍ତ୍ତି ନୁହେଁ, ଅନୁଗୋଳ ସ୍ଥିତ ବାଜି ରାଉତ ଛାତ୍ରାବାସର ମଧ୍ୟ ପୁନରୁଦ୍ଧାର ଏବଂ ସଂରକ୍ଷଣ ସହ ସମୂହ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ। ଏଥିପାଇଁ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଅଧିକାରୀ ଦଳ ଆସନ୍ତାକାଲି ବାଜି ରାଉତ ଛାତ୍ରାବାସ ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ସମସ୍ତ କାର୍ଯ୍ୟର ତଦାରଖ କରିବ ସଂସ୍କୃତି ବିଭାଗ।

ସୂଚନା ଥାଉକି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବହୁ ବିବାଦ ଓ ଆପତ୍ତି ଉଠିବା ପରେ ଶେଷରେ ସେହି ପ୍ରତିମୂର୍ତ୍ତିକୁ ଉଠାଇ ନେଇଛି ଅନୁଗୋଳ ପ୍ରଶାସନ। ଅନୁଗୁଳର ଗୋପବନ୍ଧୁ ପାର୍କରେ ଏହି ଗାନ୍ଧିବାଦୀ ନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ପ୍ରଥମେ ତାଙ୍କୁ ପିନ୍ଧା ଯାଇଥିଲା ଫୁଲ୍ ପ୍ୟାଣ୍ଟ ସାର୍ଟ ଓ ବୁଟ୍। ନବକୃଷ୍ଣ ସବୁବେଳେ ଖଦଡ଼ ଧୋତି କୁର୍ତ୍ତା ପିନ୍ଧୁଥିଲେ। ଅନେକ ସମୟରେ ଫିତା ଥିବା ଚପଲ ବ୍ୟବହାର କରୁଥିଲେ। ତେଣୁ ତାଙ୍କ ଏପରି ଫୁଲ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତିକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ।

Advertisment

ପ୍ରତିବାଦ ପରେ ମୂର୍ତ୍ତିକୁ ଧୋତି ପିନ୍ଧିବା ଭଳି ରୂପ ଦିଆଯାଇଥିଲେ ବି ଶତପ୍ରତିଶତ ଠିକ୍‌ ହୋଇ ନ ଥିବା ନେଇ ପ୍ରଶ୍ନ ଉଠିଥିଲା। ଏ ସଂପର୍କରେ କ୍ଷୋଭ ପ୍ରକାଶ କରି ଜଣେ ଆଇନଜୀବୀ ଅନୁଗୁଳ ଥାନାରେ ଏତଲା ବି ଦେଇଛନ୍ତି। ଯାହା ପରେ ପ୍ରତିମୂର୍ତ୍ତିକୁ ଉଠାଇ ନିଆଯାଇଛି। ଏହା ସଂପୂର୍ଣ୍ଣ ଭାବେ ଠିକ୍ କରାଯିବା ପରେ ସ୍ଥାପନ କରାଯିବ ବୋଲି କହିଛନ୍ତି ଅନୁଗୋଳ ପୌରାଧ୍ୟକ୍ଷ।

ନବକୃଷ୍ଣ ଚୌଧୁରୀଙ୍କ ଝିଅ କୃଷ୍ଣା ମହାନ୍ତି କହିଛନ୍ତି, ଏମିତିରେ ବାପା ନିଜର ପ୍ରତିମୂର୍ତ୍ତି ସ୍ଥାପନକୁ ପସନ୍ଦ କରୁନଥିଲେ। ଯଦି ବି ଏବେ ସ୍ଥାପନ କରାଯାଉଛି, ତାହା ଠିକ୍ ଭାବେ ହେବା ଉଚିତ।

Odisha Government Statue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe