Advertisment

ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣା, ବନ୍ଧୁ ଦେଲେ ବିସ୍ଫୋରକ ବୟାନ

ଅକ୍ଷୟଙ୍କ ବାନ୍ଧବୀ ତାଙ୍କୁ ଧମକାଇ କହିଥିଲେ ଯେ ତାଙ୍କ ବାପା ତମାଣ୍ଡୋର ଜଣେ ବଡ଼ ଗୁଣ୍ଡା। ଅକ୍ଷୟଙ୍କୁ ସେ ସାଇଡ୍ ହୋଇଯିବା ପାଇଁ କହିଥିଲେ।

ଅଦ୍ୟତନ ହୋଇଛି
DZ Azex

DZ Azex

Advertisment

ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ବଢ଼ୁଥିବା ବେଳେ ଗଣମାଧ୍ୟମ ଆଗରେ ତାଙ୍କ ସାଙ୍ଗ ରାହୁଲ ରାଉତ ଦେଇଛନ୍ତି ବିସ୍ଫୋରକ ବୟାନ। ଅକ୍ଷୟଙ୍କ ମୃତ୍ୟୁର ପୂର୍ବ ଦିନ ତାଙ୍କ ବାନ୍ଧବୀ ତାଙ୍କୁ ଦୁଇ ଚାପୁଡ଼ା ମାରିଥିଲେ ବୋଲି ସେ କହିଛନ୍ତି।

Advertisment

ସେ କହିଛନ୍ତି, ଅକ୍ଷୟଙ୍କ ବାନ୍ଧବୀ ତାଙ୍କୁ ଧମକାଇ କହିଥିଲେ ଯେ ତାଙ୍କ ବାପା ତମାଣ୍ଡୋର ଜଣେ ବଡ଼ ଗୁଣ୍ଡା। ଅକ୍ଷୟଙ୍କୁ ସେ ସାଇଡ୍ ହୋଇଯିବା ପାଇଁ କହିଥିଲେ। ଅକ୍ଷୟଙ୍କ ବାନ୍ଧବୀ ଅନ୍ୟ ପୁଅ ସହିତ ସମ୍ପର୍କରେ ଥିଲେ। ଅକ୍ଷୟଙ୍କୁ ସାଇଡ୍ କରି ତାଙ୍କ ସହିତ ରିଲେସନ୍‌ଶିପ୍‌ରେ ରହିବାକୁ ଚାହୁଁଥିଲେ। କିନ୍ତୁ ଅକ୍ଷୟ ଏହାକୁ ଗ୍ରହଣ କରିପାରୁ ନଥିଲେ। ଏଥିପାଇଁ ଅକ୍ଷୟ ମାନସିକ ଚାପରେ ଥିଲେ ଓ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ।

ରାହୁଲ ଆହୁରି କହିଛନ୍ତି, ଅକ୍ଷୟଙ୍କ କିଛି ଫଟୋ ଓ ଭିଡିଓ ଭାଇରାଲ କରିଦେବେ ବୋଲି ସେମାନେ ଧମକ ଦେଉଥିଲେ। ଏଥିପାଇଁ ସେମାନେ ଅକ୍ଷୟଙ୍କୁ ବ୍ଲାକ୍‌ ମେଲ କରୁଥିଲେ। ଅକ୍ଷୟଙ୍କ ମୋବାଇଲରେ ସବୁ ତଥ୍ୟ ରହିଛି। ପୁଲିସ ତଦନ୍ତ କଲେ ସବୁ ତଥ୍ୟ ସାମ୍ନାକୁ ଆସିବ। ଅକ୍ଷୟଙ୍କ ଆତ୍ମହତ୍ୟା ପାଇଁ ସେ ଝିଅ ଓ ତାଙ୍କ ପୁରୁଷ ବନ୍ଧୁ ଦାୟୀ। ସେମାନଙ୍କୁ ଦଣ୍ଡ ଦିଆଯାଉ ଓ ଅକ୍ଷୟଙ୍କୁ ନ୍ୟାୟ ବୋଲି ତାଙ୍କ ସାଙ୍ଗ କହିଛନ୍ତି।

Advertisment

ସେହିଭଳି ଡିଜେ ଆଜେକ୍ସଙ୍କ ମା’ କହିଛନ୍ତି, ମୋ ପୁଅ ସହ ସେହି ଝିଅର ସମ୍ପର୍କ ବିଷୟରେ ମୁଁ ବର୍ଷେ ହେଲା ଜାଣିଥିଲି। ଗତ କାର୍ତ୍ତିକ ପୂର୍ଣ୍ଣିମାରେ ସେ ଝିଅ ସହିତ ମୋ ପୁଅ ମୋତେ ଦେଖା କରି ଦେଇଥିଲା। ସମାନ କାଷ୍ଟ ଥିବାରୁ ମୁଁ ସେ ଝିଅକୁ ବୋହୂ କରିବି ବୋଲି ରାଜି ହୋଇଥିଲି। ହେଲେ ଝିଅ ମୋ ପୁଅକୁ ବରବାଦ କରିଦେଲା। ମୋ ପୁଅକୁ ଫସାଇ ମାରିଦେଲା। ମୋ ପୁଅ ପାଖରୁ ସେ ଝିଅ ପଇସାପତ୍ର ନିଏ। ବଡ଼ ବଡ଼ ହୋଟେଲକୁ ସେ ଝିଅକୁ ମୋ ପୁଅ ନେଇ କି ଯାଏ। ସେ ଝିଅ ମୋ ପୁଅକୁ ବ୍ଲାକମେଲ କରୁଥିଲା। ମୋ ପୁଅ ସେତିକି କଷ୍ଟ ପାଇଛି ବୋଲି ସେ ଆତ୍ମହତ୍ୟା କରିଛି। ମୋ ପୁଅକୁ ନ୍ୟାୟ ଦରକାର। ସେ ଝିଅକୁ ଦଣ୍ଡ ମିଳୁ ବୋଲି ଅକ୍ଷୟଙ୍କ ମା’ କହିଛନ୍ତି।

ଡିଜେ ଆଜେକ୍ସଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିନଥିବା ବେଳେ ୩୦୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ଖାରବେଳ ନଗର ଥାନା ପୁଲିସ। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ଲଗାଇ ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ଆଜେକ୍ସଙ୍କ କଲ୍ ଡିଟେଲ ଓ ହ୍ୱାଟ୍‌ସ ଆପ୍ ଚାଟ୍‌ ଯାଞ୍ଚ ହେବ ବୋଲି କହିଛି ପୁଲିସ୍। ।

• BHUBANESWAR • DJ AZEX • DJ AZEX DEATH CASE • LOVE BETRAYAL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe