Advertisment

ଶିଖରଚଣ୍ଡୀରେ NGT ଟିମ୍‌; ଅନୁଧ୍ୟାନ କଲେ, ରିପୋର୍ଟ ମାଗିଲେ

ଶିଖରଚଣ୍ଡୀ ପାହାଡ ଉପରେ ସରଜମିନ ତଦନ୍ତ କରିଛି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଟିମ୍(ଏନ୍‌ଜିଟି)। ପାହାଡ଼ରୁ କେତେ ଗଛ କଟା ଯାଇଛି? କେଉଁ ପ୍ରକଳ୍ପ ପାଇଁ ଗଛ କଟାଯାଇଛି ?

NGT

NGT

Advertisment

ରାଜଧାନୀ ଭୁବନେଶ୍ୱର ଶୋଭାବର୍ଦ୍ଧନ କରୁଛି ଶିଖରଚଣ୍ଡୀ ପାହାଡ। ଆଜି ସେହି ଶବୁଜିମା ପାହାଡ଼ ଚର୍ଚ୍ଚାରେ। କାରଣ ପାନୀୟ ଜଳ ପ୍ରକଳ୍ପ ନାଁରେ ସେହି ପାହାଡରୁ ଗଛ କାଟି ଦିଆଯାଉଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ସ୍ଥାନୀୟ ଲୋକ ଓ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ଆନ୍ଦୋଳନ କରୁଥିବା ବେଳେ ମାମଲା ଯାଇ ପହଞ୍ଚିଛି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଟିମ୍(ଏନ୍‌ଜିଟି)। ଆଜି ଗ୍ରାଉଣ୍ଡ ଜିରୋରେ ସରଜମିନ ତଦନ୍ତ କରିଛନ୍ତି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଟିମ୍।

Advertisment

ଶିଖରଚଣ୍ଡୀ ପାହାଡ ଉପରେ ସରଜମିନ ତଦନ୍ତ କରିଛି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଟିମ୍(ଏନ୍‌ଜିଟି)। ପାହାଡ଼ରୁ କେତେ ଗଛ କଟା ଯାଇଛି? କେଉଁ ପ୍ରକଳ୍ପ ପାଇଁ ଗଛ କଟାଯାଇଛି ? ପ୍ରଶାସନ ପକ୍ଷରୁ ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ନିଆଯାଇଛି ନା ନାହିଁ ? NGTଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାମ କାହିଁକି ଅଟକିଲା ନାହିଁ? ଏ ସବୁ ପ୍ରଶ୍ନର ଉତ୍ତର ମାଗି ତାଗିଦ କରିଛନ୍ତି ଏନଜିଟି ଟିମ୍। ତା’ସହ ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରକଳ୍ପ ସହ ପରିବେଶ ମଞ୍ଜୁରୀ ନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ଉଭୟ ୱାଟ୍‌କୋ ଓ ଖୋର୍ଦ୍ଧା ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଶିଖରଚଣ୍ଡୀ ପାହାଡରୁ ଯେଉଁ ଗଛ କଟା ଯାଇଛି, ତାହାଦ୍ୱାରା ଜୈବ ବିବିଧତା କେତେ ନଷ୍ଟ ହୋଇଛି? ବନ୍ୟଜନ୍ତୁ କେତେ ପ୍ରଭାବିତ ହୋଇଛନ୍ତି ? ସେ ନେଇ ଜଙ୍ଗଲ ବିଭାଗ ଅବଗତ ଅଛି କି ନାହିଁ, ସେ ସବୁର ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରି ଫେରିଛି ଏନଜିଟି ଟିମ୍। ସବୁ ଦିଗରୁ ତଥ୍ୟ ସଂଗ୍ରହ କରି ଏନଜିଟିଙ୍କ ନିକଟରେ ରିପୋର୍ଟ ଦାଖଲ କରିବ। ଆସନ୍ତା ଜୁଲାଇ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବା ବେଳେ ଏହା ପୂର୍ବରୁ ସବୁ ତଥ୍ୟ ପ୍ରମାଣ ଦାଖଲ ପାଇଁ ଆବେଦକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସେପଟେ ପ୍ରଶାସନ ଯେଉଁ ସ୍ଥାନରୁ ବହୁ ସଂଖ୍ୟାରେ ଗଛ କାଟି ପାହାଡ଼କୁ ଲଣ୍ଡା କରିଛି, ସେଠି ନୂଆ ଗଛ ପୋତି ଆନ୍ଦୋଳନକୁ ଆହୁରି ଜୋରଦାର କରିଛି ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି। ସ୍ଥାନୀୟ ବାସିନ୍ଦାଙ୍କ ସହ ଏହି ଆନ୍ଦୋଳନରେ ଆଜି ସାମିଲ ହୋଇଥିଲେ- ଜଟଣୀ ବିଧାୟକ ସୁରେଶ ରାଉତରାୟ, ପରିବେଶବିତ ପ୍ରଫୁଲ ସାମନ୍ତରା, ପ୍ରେରଣା ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖ। ଆଗାମୀ ଦିନରେ ପର୍ଯ୍ୟାପ୍ତ ବୃକ୍ଷରୋପଣ ସହ ଶିଖରଚଣ୍ଡୀ ପାହାଡକୁ ପୁନର୍ବାର ସବୁଜ ସୁନ୍ଦର କରିବା ପାଇଁ ସଂକଳ୍ପ ମଧ୍ୟ ନେଇଛନ୍ତି। ପ୍ରଶାସନର ବିକାଶ କାର୍ଯ୍ୟକୁ ସେମାନେ ବିରୋଧ କରି ନାହାନ୍ତି। କିନ୍ତୁ ବୃକ୍ଷଛେଦନ କରି ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ବିରୋଧ କରୁଥିବା କହିଛନ୍ତି।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe