Advertisment

କଟକରେ ସ୍ୱରେଜ୍ ଟାଙ୍କି ଭିତରେ ଫଶି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଅସନ୍ତୋଷ ଝାଡ଼ିଲେ ଏନ୍‌ଏଚ୍‌ଆରସି

ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁ କାହିଁକି କ୍ଷତିପୂରଣ ନ ଦେବେ ବୋଲି ପଚାରିଛନ୍ତି ଏନଏଚଆରସି।

ଅଦ୍ୟତନ ହୋଇଛି
Man hole

Man hole

Advertisment

କଟକରେ ସ୍ୱରେଜ୍ ଟାଙ୍କି ଭିତରେ ଫଶି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଅସନ୍ତୋଷ ଝାଡ଼ିଲେ ଜାତୀୟ ମାନବାଧିକାର କମିଶନ। ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଜାତୀୟ ମାନବାଧିକାର କମିଶନର(ଏନ୍‌ଏଚ୍‌ଆରସି)। ମୁଖ୍ୟ ଶାସନ ସଚିବଙ୍କୁ ୪ ସପ୍ତାହ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ମାଗିଛନ୍ତି। ଜାତୀୟ ମାନବାଧିକାର କମିଶନର ଏହାକୁ ରାଜ୍ୟ ସରକାରରଙ୍କ ଚରମ ଅବହେଳା ବୋଲି ଦର୍ଶାଇଛନ୍ତି। ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁ କାହିଁକି କ୍ଷତିପୂରଣ ନ ଦେବେ ବୋଲି ପଚାରିଛନ୍ତି ଏନଏଚଆରସି।

Advertisment

୨୦୨୧ ଅପ୍ରେଲ୍ ୧୫ ତାରିଖରେ ଘଟିଥିଲା ଘଟଣା। କଟକ ସିଡିଏ ସେକ୍ଟର ୧୦ ସ୍ଥିତ ସ୍ୱରେଜ୍ ଟାଙ୍କି ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ଶ୍ରମିକ ଦ୍ୱୟ ହେଲେ ପି. ଶଙ୍କର ଏବଂ ବିଷ୍ଣୁ ନାୟକଙ୍କ। ଅନ୍ୟଜଣେ ଶ୍ରମିକ ଡି ଶିବା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ଏହି ମାମଲାରେ ବିଭାଗୀୟ ତଦନ୍ତ ମଧ୍ୟ ହୋଇଥିଲା। ଯେଉଁଥିରେ ପିଏଚ୍‌ଡି କନିଷ୍ଠ ଯନ୍ତ୍ରୀ ଓ ନିର୍ଦ୍ଦେଶକଙ୍କୁ ଘଟଣା ପାଇଁ ଦାୟୀ କରାଯାଇଥିଲା। ସେମାନେ ପରେ କୋର୍ଟରେ ଆତ୍ମସମର୍ପଣ କରି ବେଲ୍‌ରେ ଯାଇଥିଲେ। ହେଲେ ଏପର୍ଯ୍ୟନ୍ତ ଏହି ମାମଲାରେ ମୃତାହତଙ୍କୁ କୌଣସି ସରକାରୀ ସହାୟତା ଦିଆଯାଇନାହିଁ।

ଏନେଇ ମାନବଧିକାର କର୍ମୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ କରିଥିଲେ। ଯାହାପରେ କମିଶନ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।

Advertisment

ସାରା ଦେଶରେ ମାନୁଆଲ୍ ସ୍କାଭେଜିଂକୁ ନିଷେଦ୍ଧ କରାଯାଇଥିବା ବେଳେ ଓଡିଶାର ବିଭିନ୍ନ ସ୍ଥାନରେ ଏବେ ବି ମଣିଷମାନଙ୍କ ଦ୍ୱାରା ନିଜ ହାତରେ ମଇଳା ସଫା କରାଯାଉଛି। ଫଳରେ ବାରମ୍ବାର ଅଘଟଣ ଘଟୁଛି।

Nhrc Cuttack Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe