Advertisment

ଏନ୍‌ଆଇଆରଏଫ୍ ରାଙ୍କିଙ୍ଗ: ଆଇଆଇଟି ମାଡ୍ରାସ ୧ ନମ୍ବର, ଉତ୍କଳ ବିଶ୍ୱବିଦ୍ୟାଳୟ ୯୩ ତମ ସ୍ଥାନରେ

ଓଡ଼ିଶାର ସୋଆ ୧୫ତମ ସ୍ଥାନରେ ଥିବାବେଳେ ୧୬ତମ ସ୍ଥାନରେ ରହିଛି କିଟ୍ ବିଶ୍ୱବିଦ୍ୟାଳୟ।

Utkal university

Utkal university

Advertisment

ପ୍ରକାଶ ପାଇଛି ୨୦୨୩ ପାଇଁ NIRF(National Institutional Ranking Framework) ରାଙ୍କିଙ୍ଗ। ଶିକ୍ଷାଦାନ ଏବଂ ଉତ୍ସ, ଗବେଷଣା ଏବଂ ବୃତ୍ତିଗତ ଅଭ୍ୟାସ, ପାସ ହାର, ପହଞ୍ଚ ଏବଂ ଆଭିମୁଖ୍ୟ ଆଦି କ୍ଷେତ୍ରକୁ ନେଇ ଇଣ୍ଡିଆ ରାଙ୍କିଙ୍ଗ ନାଁରେ ପ୍ରକାଶ ପାଉଥିବା ଏହି ତାଲିକାରେ ସାମଗ୍ରିକ ବର୍ଗରେ ଆଇଆଇଟି ମାଡ୍ରାସ ୧ ନମ୍ବରରେ ରହିଛି। ତାପଛକୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବେଙ୍ଗାଲୁରୁ ଓ ଆଇଆଇଟି ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି।

Advertisment

NIRF ରାଙ୍କିଙ୍ଗରେ ଇଞ୍ଜିନିୟରିଂ, ମେଡିକାଲ, ମ୍ୟାନେଜମେଣ୍ଟ, ଆଇନ, ଫାର୍ମାସି, କୃଷି ବିଜ୍ଞାନ ଭଳି ଶିକ୍ଷାନୁଷ୍ଠାନ ସମେତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକର ମାନ ନିର୍ଦ୍ଧାରଣ କରାଯାଇଛି। ଦେଶର ଶୀର୍ଷ ୧୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଆଇଆଇଏସ୍‌ସି ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ରହିଛି।

ସେହିଭଳି ଓଡ଼ିଶାର ସୋଆ ୧୫ତମ ସ୍ଥାନରେ ଥିବାବେଳେ ୧୬ତମ ସ୍ଥାନରେ ରହିଛି କିଟ୍ ବିଶ୍ୱବିଦ୍ୟାଳୟ। ଉତ୍କଳ ବିଶ୍ୱବିଦ୍ୟାଳୟ ୯୩ତମ ସ୍ଥାନରେ ରହିଛି। ଓଡ଼ିଶାର ସୋଆ ବିଶ୍ୱବିଦ୍ୟାଳୟ ସାମଗ୍ରିକ ବର୍ଗରେ ୨୬ ନମ୍ବରରେ ରହିଥିବା ବେଳେ ୨୯ ତମ ସ୍ଥାନରେ ରହିଛି କିଟି ବିଶ୍ୱବିଦ୍ୟାଳୟ। ଆଇଆଇଟି ଭୁବନେଶ୍ୱର ୯୧ତମ ସ୍ଥାନରେ ରହିଛି।

Advertisment
Utkal University IIT Madras
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe