Advertisment

ଆଜି ନବୀନ-ନୀତୀଶ ଭେଟଘାଟ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିଭିନ୍ନ ରାଜ୍ୟକୁ ଯାଇ ବିଜେପି ବିରୋଧୀ ନେତାଙ୍କ ସହ ଭେଟଘାଟ କରୁଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Nitish-kumar

Nitish-kumar

ଆଜି ଓଡିଶା ଗସ୍ତରେ ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ଏହାସହ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। 

Advertisment

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିଭିନ୍ନ ରାଜ୍ୟକୁ ଯାଇ ବିଜେପି ବିରୋଧୀ ନେତାଙ୍କ ସହ ଭେଟଘାଟ କରୁଛନ୍ତି। ତେବେ ନୀତିଶଙ୍କ ପ୍ରସ୍ତାବରେ ନବୀନ ରାଜି ହେଉଛନ୍ତି ନାଁ ନାହିଁ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ନବୀନ ଏବେ ସମଦୂରତା ଫର୍ମୁଲା ଅନୁସରଣ କରୁଥିବାରୁ ଆଗକୁ ତାଙ୍କ ଆଭିମୁଖ୍ୟ କିଭଳି ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ସବୁ ବିରୋଧୀ ଦଳଙ୍କୁ ଏକଜୁଟ୍‌ କରିବାରେ ଲାଗିଛନ୍ତି। କିଛି ଦିନ ପୂର୍ବରୁ ନୀତୀଶ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବକଙ୍କୁ ଭେଟି ସାରିଛନ୍ତି। ସେହି ପରିପ୍ରେକ୍ଷୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସୁଛନ୍ତି। ନୀତୀଶ ବିରୋଧୀ ଦଳକୁ ନେଇ ଜାତୀୟ ରାଜନୀତି ନୂଆ ସମୀକରଣର ପରିକଳ୍ପନା କରୁଛନ୍ତି। ଏହା ତାହାର ଅଂଶ ବିଶେଷ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Advertisment
Bhubaneswar Cmo Bihar CM Nitish Kumar