Advertisment

ଏଣିକି ଖଣ୍ଡଗିରି-ଉଦୟଗିରି ରାସ୍ତାରେ ଗଡ଼ିବନି ଗାଡ଼ି

ପାର୍କିଂ ସ୍ଥଳୀରୁ କୀର୍ତ୍ତିରାଜି ଯାଏଁ ବୟସ୍କ ଲୋକଙ୍କ ପାଇଁ ଖୁବଶୀଘ୍ର ବ୍ୟାଟେରୀ ଚାଳିତ ଯାନ ବ୍ୟବସ୍ଥା କରିବାକୁ କହିଛି ଏଏସଆଇ। ଏପଟେ ଯାନବାହନ ବନ୍ଦ ହୋଇଥିବାରୁ ଦୈନିକ ଯିବାଆସିବା କରୁଥିବା ଲୋକେ ଏବଂ ବ୍ୟବସାୟୀ ଅଧିକ ବାଟ ବୁଲି ବୁଲି ଆସିବା କଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

Road Block

Road Block

Advertisment

ଏଣିକି ଯାନବାହନ ଚଳାଚଳ ପାଇଁ ବନ୍ଦ ରହିବ ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା। ଖଣ୍ଡଗିରି ଛକରୁ ଉଦୟଗିରି ନୂଆ ପାର୍କିଂ ଯାଏ ଥିବା ରାସ୍ତାକୁ ବନ୍ଦ କରିଛି ପ୍ରତ୍ନତତ୍ତ୍ୱ ବିଭାଗ।

Advertisment

ପର୍ଯ୍ୟଟକଙ୍କ ଚଳପ୍ରଚଳ ବେଳେ କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବାକୁ ଦୀର୍ଘ ଦିନରୁ ଏ ପଦକ୍ଷେପ ନେବାକୁ ଯୋଜନା କରିଥିଲା ଏଏସଆଇ । ତାସହ ଭାରିଯାନ ଚାଲିବା ଫଳରେ ଐତିହ୍ୟ ସ୍ଥଳ ଉପରେ ବିପଦ ଥିବାରୁ ଉକ୍ତ ରାସ୍ତା ଦେଇ ସମସ୍ତ ଯାନବାହନ ଚଳାଚଳକୁ ବନ୍ଦ କରିଦିଆଯାଇଛି।

ପାର୍କିଂ ସ୍ଥଳୀରୁ କୀର୍ତ୍ତିରାଜି ଯାଏଁ ବୟସ୍କ ଲୋକଙ୍କ ପାଇଁ ଖୁବଶୀଘ୍ର ବ୍ୟାଟେରୀ ଚାଳିତ ଯାନ ବ୍ୟବସ୍ଥା କରିବାକୁ କହିଛି ଏଏସଆଇ। ଏପଟେ ଯାନବାହନ ବନ୍ଦ ହୋଇଥିବାରୁ ଦୈନିକ ଯିବାଆସିବା କରୁଥିବା ଲୋକେ ଏବଂ ବ୍ୟବସାୟୀ ଅଧିକ ବାଟ ବୁଲି ବୁଲି ଆସିବା କଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ଅଭୟ ସାହୁ ନାମକ ସ୍ଥାନୀୟ ଲୋକେ କହିଛନ୍ତି, ଏହି ରାସ୍ତା ବନ୍ଦ କରିବାର ସେପରି କିଛି କାରଣ ନ ଥିଲା। ବର୍ଷ ସାରା ରାସ୍ତା ଜାମ ହୁଏନି। ମୁଖ୍ୟତଃ ଯାତ୍ରା ବେଳେ କିମ୍ବା ନୂଆ ବର୍ଷ ବେଳେ ଜାମ୍‌ ହୁଏ। ନଚେତ ସାଧାରଣ ଲୋକେ ଟାଉନ୍‌ ଭିତରକୁ ଯିବା ଏହି ରାସ୍ତା ବ୍ୟବହାର କରନ୍ତି ନାର୍ହି।

ମାନସ ସାହୁ ନାମକ କର୍ମଚାରୀ କହିଛନ୍ତି, ଏହା ଏକ ପ୍ରସିଦ୍ଧ କିର୍ତ୍ତିରାଜ ହୋଇଥିବାରୁ ଏଠାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସୁଛନ୍ତି। ସେମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ ସେଥି ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି। ଭିତରକୁ ଯାନବାହନ ଯିବାକୁ ଅନୁମତି ନାହିଁ। ଗାଡ଼ି ପାର୍କିରେ ରଖି ଚାଲି ଚାଲି ଯିବାକୁ ପଡ଼ିବ ।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe