Advertisment

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ବେଖାତିର, ନିକୁଞ୍ଜ ଧଳଙ୍କୁ ଦେଲେ ଶକ୍ତି ବିଭାଗ

ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ବେଖାତିର କରି ରାଜ୍ୟ ସରକାର ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ଗ୍ରୀଡ଼କୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Loka Seva Bhawan

Loka Seva Bhawan

Advertisment

ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ବେଖାତିର କରି ରାଜ୍ୟ ସରକାର ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ଗ୍ରୀଡ଼କୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୨୦୨୩ ମାର୍ଚ୍ଚ ୧୭ତାରିଖରେ ଜାତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ବିଜ୍ଞପ୍ତିକୁ ଓଡ଼ିଶା ସରକାର ଖୋଲାଖୋଲି ଉଲ୍ଲଘଂନ କରିଥିବା ଜଣାପଡ଼ିଛି ।

Advertisment

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଉଥିବା ଅଫିସରଙ୍କୁ ରାଜ୍ୟ ସରକାରରେ କୌଣସି ଅତିରିକ୍ତ ଦାୟିତ୍ୱ ନଦେବା ପାଇଁ ଜାତୀୟ ନିର୍ବାଚନ କମିଶନ ନିଜର ବିଜ୍ଞପ୍ତିରେ ଉଲ୍ଲେଖ କରିଥିବା ଓ ପରେ ଏହି ବିଜ୍ଞପ୍ତିକୁ ସାଧାରଣ ପ୍ରଶାସନ ବିଭାଗ ୨୦୨୩ ମାର୍ଚ୍ଚ ୨୪ତାରିଖରେ ପୁନଃ ବିଜ୍ଞପ୍ତି ଆକାରରେ ଜାରି କରିଥିଲେ ବି ଆଜି ନିଜର ତଥା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମାକୁ ଖୋଲା ଉଲ୍ଲଘଂନ କରିବାକୁ ପଛାଇ ନାହିଁ ।

ମିଳିଥିବା ସୂଚନା ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ସିଂ ଏବେ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ଶ୍ରୀ ସିଂ ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ସମେତ ବାଣିଜ୍ୟକର ଓ ଜିଏସଟି କମିଶନର, ଗ୍ରୀଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ତେବେ ଆଜି ଶ୍ରୀ ସିଂଙ୍କୁ ଶକ୍ତି ବିଭାଗ ଓ ଗ୍ରୀଡକୋ ଅଧ୍ୟକ୍ଷ ଦାୟିତ୍ୱରୁ ମୁକ୍ତ କରି ୧୯୯୩ ବ୍ୟାଚ୍ ଆଇଏଏସ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳଙ୍କୁ ପ୍ରଦାନ କରାଯାଇଛି ।

Advertisment

ଶ୍ରୀ ଧଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଗୃହ ବିଭାଗ(ନିର୍ବାଚନ)ର ଏକ୍ସ-ଅଫିସୋ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆଜି ତାଙ୍କୁ ଏହି ୨ଟି ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରି ରାଜ୍ୟ ସରକାର ଖୋଲାଖୋଲି ଭାବେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଉଲ୍ଲଘଂନ କରିଛନ୍ତି ।

ନିର୍ବାଚନ କମିଶନଙ୍କ ୨୦୨୩ ମାର୍ଚ୍ଚ ୧୭ ତାରିଖର ଯେଉଁ ବିଜ୍ଞପ୍ତିକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ୨୦୨୩ ମାର୍ଚ୍ଚ ୨୪ତାରିଖରେ ପୁନଃ ବିଜ୍ଞପ୍ତି ଆକାରରେ ଓଡ଼ିଶା ଗେଜେଟରେ ସ୍ଥାନିତ କରିଥିଲା ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ନିକୁଞ୍ଜ ବିହାରୀ ଧଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରିବେ ଓ ଓଡ଼ିଶା ସରକାରଙ୍କ ନିର୍ବାଚନ ବିଭାଗର ଦାୟିତ୍ୱ ବ୍ୟତିରକେ ଅନ୍ୟ କୌଣସି ଅତିରିକ୍ତ ଦାୟିତ୍ୱ କଦାପି ଗ୍ରହଣ କରିବେ ନାହିଁ ।

ଏପରିକି ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଓଡ଼ିଶା ସରକାରଙ୍କ ଯେଉଁ ସବୁ ଦାୟିତ୍ୱରେ ରହିଛନ୍ତି ସେଥିରୁ ମୁକ୍ତ ହେବାକୁ ମଧ୍ୟ ନିର୍ବାଚନ କମିଶନଙ୍କ ପ୍ରମୁଖ ସଚିବ ରାହୁଲ ଶର୍ମାଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା । ଏହି ବିଜ୍ଞପ୍ତିକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପୁନଃ ବିଜ୍ଞପ୍ତି ଆକାରରେ ଓଡ଼ିଶା ଗେଜେଟରେ ସାମିଲ କରି ଆଜି କିଭଳି ତାକୁ ଖୋଲା ଉଲ୍ଲଘଂନ କଲା ତାହା ପାୱାର କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନିର୍ବାଚନୀ ବର୍ଷରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଶ୍ରୀ ଧଳଙ୍କୁ ନିର୍ବାଚନ କମିଶନଙ୍କ ବାରଣ ସତ୍ତ୍ୱେ ଏହି ଅତିରିକ୍ତ ଦାୟିତ୍ୱ ରାଜ୍ୟ ସରକାର କିଭଳି ଦେଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଶ୍ରୀ ଧଳଙ୍କୁ ଏଥିପାଇଁ ନିର୍ବାଚନ କମିଶନ ଅନୁମତି ଦେଉଛନ୍ତି କି ନାହିଁ ଓ ରାଜ୍ୟ ସରକାରଙ୍କ ଦ୍ୱାର ଏଭଳି ଖୋଲା ଉଲ୍ଲଘଂନ ପାଇଁ ନିର୍ବାଚନ କମିଶନ କିଭଳି ଆଭିମୁଖ୍ୟ ପୋଷଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

Odisha Governance Odisha Government Runs Secretly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe