Advertisment

ଏଣିକି ସୁବିଧାରେ କିଣି ହେବ ଆପାର୍ଟମେଣ୍ଟ

ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନକୁ ଗ୍ରୀନ ସିଗନାଲ ମିଳିଛି। ବର୍ଷେ ହେଲା ବନ୍ଦ ଥିବା ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପାଇଁ ପୁଣି ବାଟ ଫିଟୁଛି।

 apartment

apartment

Advertisment

ଏଣିକି ଆପାର୍ଟମେଣ୍ଟ କିଣିବା ପାଇଁ ରହିବ ନାହିଁ କୌଣସି ଅସୁବିଧା। ସୁବିଧାରେ ଘର ପାଇଁ ରେଜିଷ୍ଟ୍ରେସନ କରି ହେବ। ବିଲଡରଙ୍କ ସହିତ ମଧ୍ୟ କୌଣସି ଝିଞ୍ଜଟ ରହିବ ନାହିଁ। କମନ ଏରିଆ ସହିତ ଜମିର ମାଲିକାନା ଓନର୍ ଆସୋସିଏସନ ନାଁରେ ହିଁ ରହିବ। ଏ ସଂପର୍କିତ ପ୍ରସ୍ତାବ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏହାଦ୍ୱାରା ବିଲଡର ଓ ଘର ମାଲିକଙ୍କ ମଧ୍ୟରେ ଲାଗି ରହୁଥିବା ବିବାଦର ଅନ୍ତ ହେବା ସହିତ ଘର କିଣା ବିକା ସହଜରେ ଓ ସୁବିଧାରେ ହୋଇପାରିବ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନକୁ ଗ୍ରୀନ ସିଗନାଲ ମିଳିଛି। ବର୍ଷେ ହେଲା ବନ୍ଦ ଥିବା ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପାଇଁ ପୁଣି ବାଟ ଫିଟୁଛି। ଆପାର୍ଟମେଣ୍ଟ ମାଲିକାନା ନିୟମ ଓ ରେରା ଆଇନ ମଧ୍ୟରେ ଥିବା ବିରୋଧାଭାସକୁ ଦୂର କରିବାକୁ ରାଜ୍ୟ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି।

ଏହା କ୍ୟାବିନେଟର ଅନୁମୋଦନ ଲାଭ କରିବା ପରେ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନର ବାଟ ଖୋଲିଛି। ନୂଆ ନିୟମ ଅନୁସାରେ ଆପାର୍ଟମେଣ୍ଟର କମନ୍ ଏରିଆ ଯଥା- ପାର୍କିଂ,ସୁଇମିଂ ପୁଲ, ପାର୍କ,କମ୍ୟୁନିଟି ହଲର ମାଲିକାନା ଆଲଟି ଆସୋସିଏସନ ପାଖରେ ରହିବ। ଆପାର୍ଟମେଣ୍ଟ ମାଲିକ ସଂଘକୁ ଜମି ଅଧିକାର ହସ୍ତାନ୍ତର କରାଯିବ। ବୁକିଂ ସମୟରୁ ହିଁ ଆଲଟି ଆସୋସିଏସନ(ଆବଣ୍ଟନଗ୍ରାହୀ ମାନଙ୍କ ସଂଘ) ଗଠନ କରି ଏସବୁ ପ୍ରକ୍ରିୟା କରାଯାଇପାରିବ। ଏହା ସ୍ପଷ୍ଟ ହେବା ପରେ ବହୁ ଦିନ ଧରି ପଡ଼ି ରହିଥିବା ଆପାର୍ଟମେଣ୍ଟର ରେଜିଷ୍ଟ୍ରେସନ ପାଇଁ ବାଟ ଫିଟିଛି।

Advertisment

ପୂର୍ବରୁ ଆପାର୍ଟମେଣ୍ଟ ବିକ୍ରି କରିବା ପରେ କମନ୍ ଏରିଆ ବିଲଡରଙ୍କ ମାଲିକାନାରେ ରହୁଥିଲା। ଏଥିପାଇଁ ଆପାର୍ଟମେଣ୍ଟ ସୋସାଇଟି ସହ ବିଲ୍ଡରଙ୍କ ବିବାଦ ଦେଖିବାକୁ ମିଳୁଥିଲା। ଏହି କାରଣରୁ ବହୁ ଦିନ ଧରି ନୂଆ ତଥା ପୁରୁଣା ଆପାର୍ଟମେଣ୍ଟ କିଣାବିକା ହୋଇପାରୁନଥିଲା। ମାମଲା ହାଇକୋର୍ଟକୁ ମଧ୍ୟ ଯାଇଥିଲା। ରାଜ୍ୟ ସରକାର କୋର୍ଟରେ ଦର୍ଶାଇଥିଲେ ଯେ ନୂଆ ଆପାର୍ଟମେଣ୍ଟ ମାଲିକାନା ନିୟମ ଆଣିବାକୁ ଯାଉଛନ୍ତି। ସେହି ନୂଆ ନିୟମ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏହା ଆଇନରେ ପରିଣତ ହେଲେ ଉଭୟ ବିଲଡର୍ ଓ ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥ ରକ୍ଷା କରିବ ବୋଲି କୁହାଯାଉଛି।

ଆଲଟି ଆସୋସିଏସନ ପାଇଁ ପ୍ରସ୍ତୁତ ହେବ ବାଇ ଲ’। ପ୍ରମୋଟରଙ୍କ ଉତ୍ତରଦାୟିତ୍ୱ ଓ ଆପାର୍ଟମେଣ୍ଟ ମାଲିକଙ୍କ ଅଧିକାର ତଥା ଦାୟିତ୍ୱ ଏଥିରେ ଉଲ୍ଲେଖ ରହିବ। ରେରା ଅଧୀନରେ ଏସବୁ ରହିବ, ଯାହାର ମନିଟରିଂ ରେରା ହିଁ କରିବ। ଯଦି କାହାର କିଛି ଆପତ୍ତି ଥିବ, ସେ ରେରା ପାଖରେ ଅଭିଯୋଗ କରିପାରିବ। ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବ ରେରା

Odisha Bhubaneswar Odisha Cabinate Meeting Naveen Patnaik Cabinet Apartment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe