Advertisment

ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୨ ରେଜଲ୍ଟ

ଏଥିରେ ୯୯.୯୮ ପର୍ସେଣ୍ଟାଇଲ ସହ ପ୍ରିୟଙ୍କା ସର ଓଡ଼ିଶା ଟପ୍ପର ହୋଇଛନ୍ତି।

ଅଦ୍ୟତନ ହୋଇଛି
jee main

jee main

Advertisment

୨୦୨୩ ଜେଇଇ ମେନର ସେସନ-୨ ଫଳ ପ୍ରକାଶ ପାଇଛି। ଏଥିରେ ୯୯.୯୮ ପର୍ସେଣ୍ଟାଇଲ ସହ ପ୍ରିୟଙ୍କା ସର ଓଡ଼ିଶା ଟପ୍ପର ହୋଇଛନ୍ତି। ଚଳିତ ଥର ୪୩ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏନଟିଏ ପକ୍ଷରୁ ପରିଚାଳିତ JEE (ମେନ୍) ୨୦୨୩ ସେସନ-୨ ପାଇଁ ଚଳିତ ବର୍ଷ ଦେଶର ପ୍ରାୟ ୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏପ୍ରିଲ ୬ରୁ ୧୫ ତାରିଖ ଯାଏଁ ଏହି ପରୀକ୍ଷା ଚାଲିଥିଲା।

Advertisment

ଓଡ଼ିଆ ସମେତ ୧୩ଟି ଭାଷାରେ ଏହି ପରୀକ୍ଷା କରାଯାଇଥିଲା। ଏପ୍ରିଲ ୧୯ରେ ପ୍ରୋଭିଜିନାଲ ଆନ୍ସର କି’ ଏବଂ ଏପ୍ରିଲ ୨୪ରେ ଫାଇନାଲ 
ପ୍ରୋଭିଜନାଲ ଆନ୍ସର କି’ ପ୍ରକାଶ ପାଇଥିଲା। ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ପରେ ଏବେ ଆସନ୍ତା ୩୦ରୁ ଜୁନ୍ ୭ ତାରିଖ ଯାଏଁ ଜେଇଇ ଆଡଭାନ୍ସ ପାଇଁ ପଞ୍ଜିକରଣ ଆରମ୍ଭ ହେବ।

ଟପ୍ ରାଙ୍କର ୨.୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ (ଆଡ୍‌ଭାନ୍ସଡ୍)କୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Advertisment
Jee Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe