Advertisment

ମେ ୧ରୁ ପଛୁଆ ବର୍ଗ ସର୍ଭେ ଆରମ୍ଭ, ବାହାରିଲା ବିଜ୍ଞପ୍ତି

ରାଜ୍ୟରେ ଏବେ ମାତ୍ର ୧୧.୨୫ % ସଂରକ୍ଷଣ ସୁବିଧା ପଛୁଆବର୍ଗଙ୍କୁ ମିଳୁଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ସ ଅନୁସାରେ ରାଜ୍ୟ ସରକାର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ଦେଇପାରୁ ନାହାନ୍ତି।

census

census

Advertisment

ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହେବ ରାଜ୍ୟରେ ପଛୁଆ ବର୍ଗ ସର୍ଭେ। ଏହା ସେହି ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାରର ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ ହେବ। ଏ ନେଇ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶାନାମା ପ୍ରକାଶ କରିଛନ୍ତି। ଏଥିସହ କିପରି ହେବ ସର୍ଭେ ସେ ନେଇ ଗଣମାଧ୍ୟମରେ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇଛି ।

Advertisment

ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ଅନୁସାରେ, ରାଜ୍ୟରେ ଏବେ ମାତ୍ର ୧୧.୨୫ % ସଂରକ୍ଷଣ ସୁବିଧା ପଛୁଆବର୍ଗଙ୍କୁ ମିଳୁଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ସ ଅନୁସାରେ ରାଜ୍ୟ ସରକାର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ଦେଇପାରୁ ନାହାନ୍ତି। ତେବେ ଓବିସି ବର୍ଗର ଜନସଂଖ୍ୟାକୁ ବିଚାରକୁ ନେଲେ ସେମାନଙ୍କୁ କମ୍ ସଂରକ୍ଷଣ ମିଳୁଛି, ଯାହାକୁ ବଢ଼ାଇବାକୁ ରାଜ୍ୟ ସରକାର ଚାହୁଁଛନ୍ତି।

ରାଜ୍ୟରେ ପଛୁଆବର୍ଗଙ୍କ ଗଣନା କରିବାକୁ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିଲା ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ହଠାତ୍ ଏଭଳି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ବି ଜୋର ଧରିଛି।

Advertisment
Bhubaneswar Survey Report OBC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe