ଓଡ଼ିଆ ଭାଷାରେ ନାମଫଳକ: ଆନ୍ତରିକତା କମ୍ , ପ୍ରଚାର ବେଶୀ, ଏବେ ପୁଣି ମନେ ପଡ଼ିଲା

ପ୍ରଥମଥର ଖିଲାପକାରୀଙ୍କୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ଦ୍ୱିତୀୟଥର ଖିଲାପକାରୀଙ୍କୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ ।

Lokaseva Bhaban PhotoOR

ଲୋକସେବା ଭବନ

Ordigital Desk
  • Published: Thursday, 06 April 2023
  • Updated: 06 April 2023, 09:45 PM IST

ରାଜ୍ୟର ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖାକୁ ବାଧ୍ୟତାମୂଳକ ପାଇଁ ବିଧିବଦ୍ଧ ନିଷ୍ପତ୍ତି ନିଆଯିବାର ପ୍ରାୟ ୫ବର୍ଷ ପରେ ସରକାରଙ୍କ ନିଦ ଭାଙ୍ଗିଛି । ଓଡ଼ିଆ ଭାଷାରେ ନାମଫଳକ ଲେଖାଯାଇ ନଥିଲେ ସମ୍ପୃକ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନଠୁ ୧ହଜାରରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟର ପ୍ରାବଧାନ ଥିବା ସତ୍ତ୍ୱେ ନିଜର ଅପାରଗତା ଓ ଆନ୍ତରିକତା ନଥିବାରୁ ଓଡ଼ିଶା ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ-୨୦୧୮ ଏବଂ ଓଡ଼ିଶା ସରକାରୀ ଭାଷା ଆଇନ-୧୯୫୪କୁ ପାଳନ କରୁନଥିବା

ରାଜ୍ୟ ସରକାର ଆଜି ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲଗାଯିବାକୁ କଡ଼ାକଡ଼ି ଭାବେ ନିରୀକ୍ଷଣ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଆ ଭାଷା ଆଇନ ସତ୍ତ୍ୱେ ଦୀର୍ଘ ୫ବର୍ଷ ଧରି ରାଜ୍ୟ ସରକାର କାହିଁକି ନିରବଦ୍ରଷ୍ଟା ସାଜିଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଆଜି ସନ୍ଧ୍ୟାରେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରମ ବିଭାଗର ସଚିବ, ଶ୍ରମ କମିଶନର ଓ ଜିଲ୍ଲା ଶ୍ରମ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପରିବର୍ତ୍ତିତ ଅଧିନିୟମର କଡାକଡ଼ି ଅନୁପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।ଶ୍ରମ ଆୟୁକ୍ତ ଓଡ଼ିଶାର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆରେ ନାମଫଳକ ଲଗାଇବା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ଓ ପୌରାଂଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ନାମଫଳକ ରହିବ। ଏହି ନିୟମକୁ ଯିଏ ଉଲ୍ଲଘଂନ କରିବ ତାଙ୍କୁ ୭ ଦିନିଆ ନୋଟିସ୍ ଚଳିତ ମାସଠାରୁ ଦିଆଯିବ। ଏହାପରେ ମଧ୍ୟ ଯଦି ଅଧିନିୟମର ଅନୁପାଳନ ନହୁଏ, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା ଅବା ଲାଇସେନ୍ସ ରଦ୍ଦ କରାଯିବ । ପ୍ରଥମଥର ଖିଲାପକାରୀଙ୍କୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ଦ୍ୱିତୀୟଥର ଖିଲାପକାରୀଙ୍କୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ । ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଂଚଳ କାର୍ଯ୍ୟନିର୍ବାହୀ ଅଧିକାରୀ, ବଜାର ଦୋକାନ ଓ ବାଣିଜ୍ୟ ସଂଘ ସହ ପ୍ରତି ମାସରେ ଏକ ବୈଠକ କରି ଏହାର ସମୀକ୍ଷା କରି ବିସ୍ତୃତ ବିବରଣୀ ରାଜ୍ୟ ଶ୍ରମ ଆୟୁକ୍ତ ଏବଂ ଶ୍ରମ ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Also Read

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ କ୍ୟାବିନେଟ୍ ୨୦୧୮ ମାର୍ଚ୍ଚ ମାସରେ ଓଡ଼ିଶା ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ-୨୦୧୮କୁ ଅନୁମୋଦନ କରିବା ସହ ରାଜ୍ୟ ବିଧାନସଭା ମଧ୍ୟ ସେହିବର୍ଷ ମାର୍ଚ୍ଚ ମାସରେ ଏହି ବିଲକୁ ମୋହର ମାରିଥିଲେ । ଏଥିରେ ପ୍ରତ୍ୟେକ ଦୋକାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆ ଭାଷାରେ ନାମଫଳକ ଲଗାଇବା ବାଧ୍ୟତାମୂଳକ ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ ୧ହଜାରରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟର ପ୍ରାବଧାନ ରହିଥିଲା । କିନ୍ତୁ ଏସବୁ ସତ୍ତ୍ୱେ ରାଜ୍ୟରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବାକୁ ଅଧିକାଂଶ ଦୋକାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଗ୍ରହ ଦେଖାଉନଥିଲେ ମଧ୍ୟ ସରକାର ନିରବଦ୍ରଷ୍ଟା ରହିଆସିଛନ୍ତି । ରାଜ୍ୟର ସରକାରୀ ଭାଷା ପ୍ରତି ଏଭଳି ଅବମାନନାକୁ ନେଇ କ୍ରମାଗତ ଭାବେ ଭାଷାପ୍ରେମୀମାନେ ଚିନ୍ତାବ୍ୟକ୍ତ କରୁଥିଲେ ମଧ୍ୟ ସରକାର ନିରବ ରହିଥାନ୍ତି । ଏବେ ପ୍ରାୟ ୫ବର୍ଷ ବିତିଯିବା ପରେ ସରକାରଙ୍କ ଓଡ଼ିଆ ଭାଷା କଥା ମନେପଡ଼ିଛି ଓ ନାମଫଳକ ଲେଖାକୁ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ରେ ଆବଶ୍ୟକୀୟ ସଂଶୋଧନ କରାଯିବା ପରେ ଏପର୍ଯ୍ୟନ୍ତ ରାଜ୍ୟର ପୌରାଂଚଳରେ ଥିବା ମୋଟ ୫୨ହଜାର ପଞ୍ଜୀକୃତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟ ୪୭ହଜାର ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖାଯାଇଅଛି । କିଛି ଖିଲାପକାରୀ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କ ବିରୁଦ୍ଧରେ ମକଦ୍ଦମା ସହିତ ଜୋରିମାନା ମଧ୍ୟ କରାଯାଇଅଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story