Advertisment

ଓଡ଼ିଆ ପୁଅ ଅଜିତ ମହାନ୍ତିଙ୍କୁ ଆଉ ଦୁଇ ଗୁରୁଦାୟିତ୍ୱ ଦେଲେ କେନ୍ଦ୍ର ସରକାର

୨୦୧୯ ମାର୍ଚ୍ଚ ୧୨ ତାରିଖରେ ଡ. ଅଜିତ କୁମାର ମହାନ୍ତିଙ୍କୁ BARCର ତ୍ରୟୋଦଶତମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା।

ଅଦ୍ୟତନ ହୋଇଛି
Ajit Mohanty

Ajit Mohanty

Advertisment

ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର (BARC)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ପୁଅ ଡ. ଅଜିତ କୁମାର ମହାନ୍ତିଙ୍କୁ କେନ୍ଦ୍ର ସରକାର ଆହୁରି ଦୁଇଟି ଗୁରୁଦାୟିତ୍ୱ ଦେଇଛନ୍ତି। ତାଙ୍କୁ ଆଟୋମିକ ଏନର୍ଜି ଡିପାର୍ଟମେଣ୍ଟର ସଚିବ ଓ ଆଟୋମିକ ଏନର୍ଜି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ୬୬ ବର୍ଷ ହେବା ପର୍ଯ୍ୟନ୍ତ ଅର୍ଥାତ୍‌ ୧୦.୧୦.୨୦୨୫ ପର୍ଯ୍ୟନ୍ତ ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦୁଇଟି ଦାୟିତ୍ୱରେ ରହିବେ।

Advertisment

୨୦୧୯ ମାର୍ଚ୍ଚ ୧୨ ତାରିଖରେ ଡ. ଅଜିତ କୁମାର ମହାନ୍ତିଙ୍କୁ BARCର ତ୍ରୟୋଦଶତମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ଡ. ମହାନ୍ତି ୧୯୫୯ ମସିହାରେ ଜନ୍ମ ହୋଇଥିଲେ। ୧୯୭୯ ମସିହାରେ ବାରିପଦା ସ୍ଥିତ ମହରାଜା ପୂର୍ଣ୍ଣଚନ୍ଦ୍ର କଲେଜରୁ ପଦାର୍ଥ ବିଜ୍ଞାନ ସମ୍ମାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତା’ପରେ ସେ ରେଭେନସା କଲେଜରେ ପିଜି କରିଥିଲେ। ୧୯୮୩ରେ ସେ BARCର ନ୍ୟୁକ୍ଲିୟର ଫିଜିକ୍ସ ଡିଭିଜନରେ ଯୋଗ ଦେଇଥିଲେ। ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ହାସଲ କରିଥିଲେ। ଡ. ମହାନ୍ତି ନ୍ୟୁକ୍ଲିୟର ଫିଜିକ୍ସର ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟାତ୍ତ ବୀମା କମ୍ପାନୀ ଏଲଆଇସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ସିଦ୍ଧାର୍ଥ ମହାନ୍ତି । ସେ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ଶୁକ୍ରବାର କେନ୍ଦ୍ର ସରକାର ତାଙ୍କୁ ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। 

Advertisment
BARC Dr. Ajit Kumar Mohanty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe