Advertisment

କାଳବୈଶାଖୀରେ ଭୁବନେଶ୍ୱର ଦୀର୍ଘ ସମୟ ଅନ୍ଧାର ହେବା ଘଟଣା, ଟାଟା ପାୱାର ଉପରେ ଫିଡ୍‌କିଲେ ମୁଖ୍ୟ ଶାସନ ସଚିବ

ଯଦି କାଳବୈଶାଖୀରେ ଏମିତି ଧୀମା କାମ କରିବ, ତେବେ ବାତ୍ୟା ହେଲେ କେମିତି, କ’ଣ କରିବ। ଗତକାଲି କାଳବୈଶାଖୀ ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ରାତିସାରା ଅନ୍ଧାର ରହିବା ଏବଂ ଟାଟା ପାୱାରର ମନ୍ଥର କାର୍ଯ୍ୟକୁ ମୁଖ୍ୟ ଶାସନ ସଚିବ ଏମିତି ପ୍ରଶ୍ନ କରିବା ସହ ତାଗିଦ କରିବା ପରେ ଟାଟା ପାୱାର ସମାଲୋଚନା ଘେରକୁ ଆସିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Tata Power Office

Tata Power Office

ଯଦି କାଳବୈଶାଖୀରେ ଏମିତି ଧୀମା କାମ କରିବ, ତେବେ ବାତ୍ୟା ହେଲେ କେମିତି, କ’ଣ କରିବ? ଗତକାଲି କାଳବୈଶାଖୀ ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ରାତିସାରା ଅନ୍ଧାର ରହିବା ଏବଂ ଟାଟା ପାୱାରର ମନ୍ଥର କାର୍ଯ୍ୟକୁ ମୁଖ୍ୟ ଶାସନ ସଚିବ ଏମିତି ପ୍ରଶ୍ନ ପଚାରିବା ସହ ତାଗିଦ କରିବା ପରେ ଟାଟା ପାୱାର ସମାଲୋଚନା ଘେରକୁ ଆସିଛି। ତେବେ ନିଜ ମୁଣ୍ଡରୁ ଦୋଷ ଓହ୍ଲାଇବାକୁ ଟିପିସିଓଡିଏଲର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଗତକାଲିର କାଳବୈଶାଖୀ ଥିଲା ୧୫ ବର୍ଷରେ ସବୁଠୁ ବଡ଼ କାଳବୈଶାଖୀ । ଏଥିରେ ବିଦ୍ୟୁତ କ୍ଷେତ୍ରର ବ୍ୟାପକ କ୍ଷତି ହୋଇଛି । ତେଣୁ ମରାମତି କରିବାକୁ ସମୟ ଲାଗିଲା । ଏବେ ଭୁବନେଶ୍ୱରର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ଠିକ୍ ଅଛି । ଆଗରୁ କିଭଳି ବିଦ୍ୟୁତ ସରବରାହ ଠିକ୍ ରହିବ, ତା ଉପରେ ଗୁରୁତ୍ୱ ଦିଆଯାଉଛି। କାଳବୈଶାଖୀ ସମୟରେ ୩୩ କେଭି ବିଦ୍ୟୁତ୍ ସପ୍ଲାଇ ଠିକ୍‌ ଥିଲା। ମାତ୍ର ୧୧ କେଭି ବିଦ୍ୟୁତ୍ ସପ୍ଲାଇ ଠିକ୍ ନଥିଲା। ଏଥିରେ ତୁରନ୍ତ ବିଦ୍ୟୁତ୍ ସପ୍ଲାଇ ଦେବା ଲୋକଙ୍କ ଜୀବନପ୍ରତି ଭୟ ରହିଥାଏ। ତେଣୁ ସବୁକିଛି ଠିକ୍‌ କରିବା ପରେ ଗତକାଲି ରାତିକୁ ଭୁବନେଶ୍ୱରର ସମସ୍ତ ସ୍ଥାନକୁ ଲାଇନ୍‌ ଦିଆଯାଇଥିଲା। ମୁଖ୍ୟ ଶାସନ ସଚିବ କରିଥିବା ଟ୍ୱିଟ ବାବଦରେ ଅଲୋଚନା କରାଯିବ ବୋଲି ସେ କହିଛନ୍ତି।

Advertisment

ସୂଚନାଥାଉକି, ଗତକାଲି ଅପରାହ୍ନରେ କାଳବୈଶାଖୀ ପରେ ଭୁବନେଶ୍ୱରର ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଲାଇନ୍ ଆସିପାରିନଥିଲା । ତେଣୁ ଟ୍ୱିଟ କରି ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟ ଶାସନ ସଚିବ। ଏପରିକି ତୁରନ୍ତ ଲାଇନ ଦେବା ପାଇଁ ତାଗିଦ କରିଥିଲେ।

ସେପଟେ ବିରୋଧୀ ଅଭିଯୋଗ କରିଛନ୍ତି ଟାଟା ପାୱାର ଉପରେ ସରକାରଙ୍କ କର୍ତ୍ତୃତ୍ୱ ନାହିଁ। ଏଥିପାଇଁ ଆମେ କଷ୍ଟ ଭୋଗୁଛୁ । ବିଦ୍ୟୁତ ବିଭାଗର କେବୁଲିଂ ବ୍ୟବସ୍ଥା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ । ଟାଟାକୁ ସରକାର ସଂପୂର୍ଣ୍ଣ କ୍ଷମତା ଦେଇଥିବାରୁ ସେହି କମ୍ପାନି ମନଇଚ୍ଛା ଲାଇନ୍ କାଟୁଛି, ଖାଉଟିଙ୍କ ଉପରେ ଜୁଲମ କରୁଛି । ଘନ ଘନ ଲାଇନ୍ କାଟ ସତ୍ତ୍ୱେ ମନ୍ତ୍ରୀ କହୁଛନ୍ତି ଟେକ୍ନିକାଲ ପ୍ରୋବ୍ଲେମ । ଏହାକୁ କେମିତି ଟେକ୍ନିକାଲ ପ୍ରୋବ୍ଲେମ କହିବା ବୋଲି ପ୍ରଶ୍ନ କରିଛନ୍ତି ବିଜୟ ପଟ୍ଟନାୟକ ।

Advertisment

ଏହାର ଜବାବାରେ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, କାଳବୈଶାଖୀ ହେଲେ ବିଦ୍ୟୁତ ତାର ଛିଡ଼ିବ। ରାତିରେ ଏହାର ସୁଧାର କରାଯାଇଛି । ଗ୍ରାହକ କିପରି ଅସୁବିଧା ନ ଭୋଗିବେ ସେଥିପାଇଁ ବିଦ୍ୟୁତ ବିଭାଗର ଅଧିକାରୀ, ଓଇଆରସି ପଦକ୍ଷେପ ନେଉଛନ୍ତି ଓ ନଜର ରଖିଛନ୍ତି।

Bhubaneswar Tata Power Electric Current